ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଉଛି। ହେଲେ ସମସ୍ତ ଟାଙ୍କି କେବଳ କାଗଜକଲମରେ କାର୍ଯ୍ୟକ୍ଷମ ବୋଲି ସାଧାରଣରେ ଅଭିଯୋଗ ହେଉଛି। ପ୍ରାୟତଃ କେଉଁଠି ପମ୍ପ ଖରାପ ତ ଅନ୍ୟ କେଉଁଠି ଗଁାର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ପାଣିଟାଙ୍କି। ସେହିପରି କେଉଁଠି ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ପାଇପ୍‌ଗୁଡ଼ିକ ଫାଟି ଯାଉଥିବା ଦେଖିବାକୁ ମିଳିଛି। ଫଳରେ ଜଳ ଯୋଗାଣ ସ୍ବାଭାବିକ ହୋଇପାରୁ ନାହିଁ।
ପ୍ରକାଶ ଯେ, ଭଦ୍ରକ ପୌରାଞ୍ଚଳ ଚରମ୍ପାଠାରେ ୫ବର୍ଷ ପୂର୍ବେ ଏକ ଓଭରହେଡ୍‌ ଟାଙ୍କି ଓ ଭୂତଳ ଟାଙ୍କି ପୃଥକ୍‌ ପୃଥକ୍‌ ଭାବେ ନିର୍ମାଣ କରାଯାଇଥିଲା। ବିଦ୍ୟୁତ୍‌ ସଂଯୋଗ ନ ରହିଲେ ମଧ୍ୟ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କୁ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ଲକ୍ଷ୍ୟ ଥିଲା। କିନ୍ତୁ ନିର୍ମାଣ ଦିନଠାରୁ ଗୋଟିଏ ଦିନ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏହି ଦୁଇ ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ସ୍ଥାନୀୟ ଅଧିବାସୀ ନଳିନୀ ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ବହୁବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି।
ସେହିପରି ବନ୍ତ ବ୍ଲକରେ ୨୦, ଭଣ୍ଡାରିପୋଖରୀରେ ୧୯, ବାସୁଦେବପୁରରେ ୨୪, ଭଦ୍ରକରେ ୨୦, ଚାନ୍ଦବାଲିରେ ୩୮, ଧାମନଗରରେ ୨୨, ତିହିଡ଼ିରେ ୪୧, ଚାନ୍ଦବାଲି ଏନ୍‌ଏସିରେ ଗୋଟିଏ ଓ ଭଦ୍ରକ ପୌରପାଳିକାରେ ଗୋଟିଏ ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ୩ ଫୁଟ ତଳେ ପାଇପ୍‌ ବିଛାଇବା ପରିବର୍ତ୍ତେ ମାତ୍ର ୧ ଫୁଟ ତଳେ ବିଛାଯାଉଥିବାରୁ ଅଳ୍ପଦିନରେ ପାଇପ୍‌ଗୁଡ଼ିକ ଫାଟି ଯାଉଥିବା ଜଣାପଡ଼ିଛି। ଜିଲାରେ ୪୯.୩୨ ପ୍ରତିଶତ ଘରକୁ ପାଇପ୍‌ ପାଣି, ୧୬୩୪ଟି ସ୍କୁଲ ମଧ୍ୟରୁ ୧୧୦୫ ଓ ୧୨୪୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୬୪ ଟିକୁ ପାଇପ୍‌ ଲାଇନ ସଂଯୋଗ ହୋଇଛି। ବାରମ୍ବାର ବିଭିନ୍ନ ସମସ୍ୟା କାରଣରୁ ପାଣି ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ଚାନ୍ଦବାଲି ବ୍ଲକର ୫ଟି, ଭଦ୍ରକର ୩, ଧାମନଗରର ୨ ଓ ତିହିଡ଼ିର ଗୋଟିଏ ଏହିଭଳି ମୋଟ ୧୧ ପଞ୍ଚାୟତର ୨୮୪ ଗଁା ସମ୍ପୂର୍ଣ୍ଣ ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ସରକାରୀ ରେକର୍ଡ କହୁଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଭୂତଳ ଜଳସ୍ତର କମିବାରୁ ଏହିସବୁ ପ୍ରକଳ୍ପ ଅଚଳ ହୋଇପଡୁଥିବା ଅଭିଯୋଗ ହେଉଛି। ଅନେକ ପ୍ରକଳ୍ପ ବନ୍ଦ ପଡ଼ିଛି। ବନ୍ତ ବ୍ଲକର ଗୋପୀନାଥପୁର, ମହାନ୍ତିପଡ଼ା ଭଳି ଗଁାର ଓଭରହେଡ୍‌ ଟାଙ୍କି ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଭଳି ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ରାମକୃଷ୍ଣ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି, ଅଗ୍ରାଧିକାର ଭିତ୍ତିରେ ସୁଧାର ଅଣାଯାଉଛି। ଏହାବ୍ୟତୀତ ଓଭରହେଡ୍‌ ଟାଙ୍କି ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟ ତଦାରଖ ହୁଏ। ଏଣୁ ନିମ୍ନମାନର କାର୍ଯ୍ୟ ହୋଇନାହିଁ। ଭଦ୍ରକ ଜନସ୍ବାସ୍ଥ୍ୟ ବିଭାଗ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଯେନା ଚରମ୍ପା ଓଭରହେଡ୍‌ ଟାଙ୍କି ସମସ୍ୟା କଥା ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ସୁଧାର ଅଣାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri