ମୋରଡା ବ୍ଲକରେ ବଢୁଛି ଚୋରା ମୋରମ ଚାଲାଣ: ଚୋରା ମୋରମ ବୋଝେଇ ଟ୍ରାକ୍ଟର ଜବତ

ମୋରଡା,୨୬।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ତଥା ମୋରଡା ତହସିଲ ଅଞ୍ଚଳରେ ବେଧଡକ ଭାବେ ଚୋରା ମୋରମ ଚାଲାଣ ହେଉଛି l ବ୍ଲକର ବିଭିନ୍ନ ଅଞ୍ଚଳରେ ନିର୍ମାଣ ହୋଇଥିବା ସୁବର୍ଣ୍ଣରେଖା କେନାଲ ଓ଼ ଶାଖା କେନାଲ କଡରେ ଥିବା ଶହ ଶହ ଟ୍ରିପ ମୋରମକୁ ମୋରମ ଚୋର ମାନେ ଚୋରି କରୁଥିବାର ଦେଖିବାକୁ ମିଳୁଛି l ତେବେ ତହସିଲ ପ୍ରଶାସନ ଗଭୀର ନିଦରେ ଶୋଇ ମୋରମ ଚୋରି ପ୍ରତି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାର ଦେଖିବାକୁ ମିଳିଛି l

ତେବେ ମଙ୍ଗଳବାର ଏହି ତହସିଲ ଅଧୀନ ଭୋଳାଗଡିଆ ଗ୍ରାମ ନିକଟ ଦେଇ ଯାଇଥିବା ଏକ କେନାଲ ପଟେ ମୋରମ ଚୋରି ହେଉଥିବାର ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର(ଓଡି-୧୧ଞ୍‌-ୟୁ-୦୦୯୧)କୁ ଜବତ କରିବା ସହିତ ଉକ୍ତ ଟ୍ରାକ୍ଟରକୁ ଚିତ୍ରଡା ଫାଣ୍ଡିକୁ ଆଣି ଜିମା ଦେଇଛନ୍ତି l