ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି

ସିନାପାଲି,୨୫।୧(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛୁଟି କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରର ଅନ୍ତେବାସୀଙ୍କୁ ଛାଡି ଶିକ୍ଷକମାନେ ଚାଲିଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ଏଭଳି ମନମୁଖୀ କାର୍ଯ୍ୟ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଅନ୍ତେବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଯେ, ୧୯୬୦ରେ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ଶହ ଛାତ୍ରୀଛାତ୍ର ଥିବା ବେଳେ ୪ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ବୁଧବାର ବିଦ୍ୟାଳୟ ଖୋଲାଯାଇ ମଧ୍ୟହ୍ନ ଭୋଜନ ପରେ ଛୁଟି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ମଧ୍ୟାହ୍ନ ଭୋଜନ ପରେ ଛୁଟି କାହିଁକି କରାଯାଇଥିଲା ତାହା ଜଣାପଡି ନାହିଁ। ପୁଣି ଉକ୍ତ ବିଦ୍ୟାଳୟରେ ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଖୋଲାଯାଇଛି। ଦାଦନ ଯାଇଥିବା ମା’ବାପାଙ୍କ ପୁଅଝିଅମାନେ ଏହି ଆବାସିକ ପ୍ରଯତ୍ନ କେନ୍ଦ୍ରରେ ରହି ପାଠ ପଢୁଛନ୍ତି। ହେଲେ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ବନ୍ଦ କରି ଶିକ୍ଷକମାନେ ଚାଲିଯିବା ପରେ ଏହି ସମୟରେ ଅନ୍ତେବାସୀ ଛାତ୍ରୀଛାତ୍ର କାହା ଦାୟିତ୍ୱରେ ଥିଲେ ବୋଲି ପ୍ରଶ୍ନ ଉଠୁଛି। ଯେହେତୁ ଏଠାରେ ନିଯୁକ୍ତ କେୟାରଟେକରମାନେ ବିଦ୍ୟାଳୟ ଛୁଟି ପରେ ଅର୍ଥାତ ୪ଟା ପରେ ହିଁ ବିଦ୍ୟାଳୟ ଆସିବା ବ୍ୟବସ୍ଥା ରହିଛି। ଏଠାରେ ନିରୀହ ଦାଦନ ମା’ବାପାଙ୍କ ପୁଅଝିଅ ଏହି ସମୟ ମଧ୍ୟରେ କୌଣସି ଅଘଟଣ ହେଲେ କିଏ ଦାୟୀ ରହିବେ। ପୁଣି ସ୍ଥାନୀୟ ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁସାରେ ପିଲାଙ୍କୁ ଠିକ ଭାବେ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ଥିବା ଅନୁସାଗିକ ବ୍ୟବସ୍ଥାର ପ୍ରଚଳନ କରାଯାଉ ନାହିଁ। ବିଦ୍ୟାଳୟରେ ପ୍ରଯତ୍ନ କେନ୍ଦ୍ର ସମ୍ବନ୍ଧୀୟ କୌଣସି ସୂଚନା ଫଳକ ନାହିଁ। ଉକ୍ତ କେନ୍ଦ୍ରରେ ମୋଟ ୪୪ଜଣ ଛାତ୍ରୀଛାତ୍ର ରହୁଥିବା ଦର୍ଶାଯାଇ ଥିବା ବେଳେ ମାତ୍ର ୧୦ରୁ ୧୫ଜଣ ଛାତ୍ରୀଛାତ୍ର ରହୁଥିବା ଦେଖିବାକୁ ମିଳିଛି। କିନ୍ତୁ କାଗଜପତ୍ରରେ ଛାତ୍ରୀଛାତ୍ର ପୂର୍ଣ୍ଣମାତ୍ରାରେ ଥିବା ଦର୍ଶାଯାଉଛି। ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଅବ୍ୟସ୍ଥା ଓ ଅନିୟମିତତାରେ ଚାଲୁଥିବା ଜଣାପଡିଛି। ଶିକ୍ଷକମାନେ ପ୍ରତିଦିନ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି କରି ଚାଲିଯାଉଥିବା ସ୍ଥାନୀୟ ଅଭିଭାବମାନେ ଅଭିଯୋଗ କରିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷକ ଜନ୍ମେଜୟ ମେହେରଙ୍କୁ ପଚାରିବାରୁ ସେ ଛୁଟିରେ ଥିବା ବେଳେ ଅନ୍ୟଜଣେ ସହକାରୀ ଶିକ୍ଷକଙ୍କୁ ଦାୟିତ୍ୱ ଦେଇଥିବା ପ୍ରକାଶ କରି କଥାକୁ ଏଡାଇ ଦେଇଥିଲେ। ସିଆରସିସି ରମାକାନ୍ତ ମେହେରଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ବନ୍ଦ କରିବା କୌଣସି ସୂଚନା ନ ଥିଲା। ସେମାନେ କାହିଁକି ଛୁଟି କଲେ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି କହିଥିଲେ। ସିନାପାଲି ଅତିରିକ୍ତ ଶିକ୍ଷାଧିକାରୀ ପ୍ରଭାତ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜିଲା ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri