ସର୍ବଦା ଏମିତି ଘରେ ରହିଥାଏ ସୁଖ,ଶାନ୍ତି

ସୁଖ ସଂସାର ପାଇଁ ଅନେକ କଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ, ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ମହତ୍ତ୍ୱ ରଖିଥାଏ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏସବୁ ବିଷୟରେ ବହୁତ କିଛି କହିଛନ୍ତି। ସେ ତାଙ୍କ ନୀତିର ଏକ ପଦରେ ଘରେ ସବୁବେଳେ ସୁଖ କିପରି ରହିବ ସେ ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…
ଭଲ ବୁଦ୍ଧି ଥିବା ପୁଅ ଝିଅ ଯେଉଁ ଘରେ ଜନ୍ମ ହୋଇଥିବେ ସେହି ଘରେ ସର୍ବଦା ଖୁସି ଦେଖାଯାଏ। ଯଦି ସ୍ତ୍ରୀ ମଧୁର କଥା କୁହନ୍ତି ତେବେ ଘର ସୁଖ, ଶାନ୍ତିରେ ପୂରି ଉଠିଥାଏ। ଯିଏ କଠିନ ପରିଶ୍ରମ କରେ, ସଚ୍ଚୋଟତାର ସହିତ ଟଙ୍କା ରୋଜଗାର କରେ, ସଚ୍ଚୋଟ ଧନ, ଭଲ ବନ୍ଧୁ , ସ୍ତ୍ରୀଙ୍କ ପ୍ରେମ,ସ୍ନେହ ଓ ଭଲରେ ଚାକର ପାଳୁଥିବା ଲୋକଙ୍କ ଘରେ ସୁଖ, ଶାନ୍ତି ଥାଏ। ଏହା ସହ ଯେଉଁ ଘରେ ଅତିଥିଙ୍କୁ ଆଦର ସମ୍ମାନ କରାଯାଏ।