Posted inଖେଳ

ଭାରତୀୟ ଦର୍ଶକଙ୍କ ସମ୍ମୁଖରେ ଖେଳିବାରେ ରୋମାଞ୍ଚ ରହିଥାଏ

ଭୁବନେଶ୍ୱର, ୯।୧ (କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ ଖେଳିବା ପାଇଁ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଥିବା ଦକ୍ଷିଣ କୋରିଆ ଦଳ ସକାରାତ୍ମକ ଫଳାଫଳକୁ ନେଇ ବେଶ୍‌ ଆଶାବାଦୀ ଅଛି। ପୁଲ୍‌ ‘ବି’ରେ ଏହି ଦଳ ବେଲଜିୟମ, ଜାପାନ ଓ ଜର୍ମାନୀ ସହିତ ସ୍ଥାନ ପାଇଛି। ଗତଥରର ଚାମ୍ପିୟନ ବେଲଜିୟମ ବିପକ୍ଷରେ ୧୪ ତାରିଖରେ ମ୍ୟାଚ ଖେଳି ଏହି ଦଳ ଅଭିଯାନ ଆରମ୍ଭ କରିବ। ଏହାପରେ ୧୭ରେ ଜାପାନକୁ ଭେଟିବ।

ଏହି ଦୁଇଟି ମ୍ୟାଚ ଭୁବନେଶ୍ୱରରେ ଖେଳିବାପରେ ଦଳ ରାଉରକେଲା ଯାଇ ୨୦ ଜାରିଖରେ ଜର୍ମାନୀ ବିପକ୍ଷରେ ମ୍ୟାଚ ଖେଳିବ। କୋରିଆ ଦଳ ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୦ମ ସ୍ଥାନରେ ରହିଛି। ”ଆମେ ଭାରତରେ ଅନେକ ମ୍ୟାଚ ଖେଳି ସାରିଛୁ। ଆଗାମୀ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛୁ। ଆମେ ଏଠାକୁ ଆସି ବହୁତ ଖୁସି ଅଛୁ। କାରଣ ଏଠରେ ବହୁ ଦର୍ଶକଙ୍କ ସମ୍ମୁଖରେ ଖେଳିବାରେ ରୋମାଞ୍ଚ ରହିଥାଏ। ଟୁର୍ନାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି।

ଆମେ ସେମାନଙ୍କ ବିପକ୍ଷରେ ଖେଳି ଭଲ ଫଳାଫଳ ପାଇବାକୁ ଆଶା ରଖିଛୁ“ ବୋଲି ମୁଖ୍ୟ କୋଚ୍‌ ଶିନ୍‌ ସିଓକ କ୍ୟୋ ପ୍ରକାଶ କରିଛନ୍ତି। ଆମ ଗ୍ରୁପ୍‌ରେ ବେଲଜିୟମ ଓ ଜର୍ମାନୀ ପରି ଦଳ ରହିଥିବାରୁ ମୁକାବିଲା ନିଶ୍ଚିତ କଷ୍ଟସାଧ୍ୟ ହେବ। ତେବେ ଆମେ ନିଜ ଉପରେ ଭରସା ରଖୁ ଏବଂ ଆଗାମୀ ଟୁର୍ନାମେଣ୍ଟରେ ଶତପ୍ରତିଶତ ଦେଇ ମ୍ୟାଚ ଜିତିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। କୋରିଆ ଅଧିନାୟକ ଲୀ ନାମ୍‌ୟଙ୍ଗ୍‌ ମଧ୍ୟ କୋଚ୍‌ଙ୍କ ସହ ଏକମତ ହୋଇଛନ୍ତି। ଆମ ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି। ନିଜ ଦକ୍ଷତା ଅନୁସାରେ ଆମେ ଖେଳିବୁ। ଖେଳାଳିମାନେ ଟୁର୍ନାମେଣ୍ଟ ଆରମ୍ଭକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ବେଲଜିୟମ ବିପକ୍ଷ ପ୍ରଥମ ମ୍ୟାଚ କୋରିଆ ପାଇଁ ପରୀକ୍ଷା ସଦୃଶ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri