ବ୍ରାହ୍ମଣୀଗାଁକୁ ବ୍ଲକ ଗଠନ ଦାବି ଜୋର ଧରିଲା

ଦାରିଙ୍ଗବାଡି, ୧୧।୬ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଛି। ଏନେଇ ବୁଧବାର ବ୍ରାହ୍ମଣୀଗାଁ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଏବଂ ଭାଜପା ପ୍ରତିନିଧି ଦଳଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪ ଦଶନ୍ଧି ଧରି ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଗଠନ କରି ବ୍ଲକ ଘୋଷଣା ପାଇଁ ଦାବି କରିଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ତାଙ୍କ ଦାବିକୁ କେହି ରଖି ନ ଥିବା ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଗଠନର ସଭାପତି ବିକ୍ରମ ଆଦିତ୍ୟ ବସ୍ତରାୟଙ୍କ ଅଧ୍ୟକ୍ଷତାରେ ଭାଜପାର ଜିଲା ସଭାପତି ପଣ୍ଡିତ ବିଶିମାଝି, ଜିଲା ସାଧାରଣ ସମ୍ପାଦକ ମାଗୋବିନ୍ଦ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ ସୁକାନ୍ତ କୁମାର ସାହୁ, କନ୍ଧମାଳ ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନା କରାଯାଇଥିଲା।

ବାସ୍ତବରେ ବ୍ରାହ୍ମଣୀଗାଁରେ ନେଟୱାର୍କ ସବୁଠାରୁ ବଡ଼ ସମସ୍ୟା ହୋଇଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଉକ୍ତ ଥାନା ଅଞ୍ଚଳର ଦୁର୍ଗମ ଗ୍ରାମଗୁଡିକ ହଇରାଣ ଭୋଗୁଛନ୍ତି। ଦୁର୍ଗମ ଗ୍ରାମରୁ ବ୍ଲକ ମୁଖ୍ୟାଳୟକୁ ୧ ଶହରୁ ଦେଢ଼ ଶହ କିମି ପର୍ଯ୍ୟନ୍ତ ଦୂରତା ଥିବା ବେଳେ କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟରେ ଉକ୍ତ ଥାନା ଅଞ୍ଚଳରୁ ଲୋକମାନେ ଦାରିଙ୍ଗବାଡି ଗଲେ ଏବଂ ଗୋଟିଏ ଦିନରେ କାମ ନ ସାରିଲେ ହଇରାଣ ଭୋଗୁଛନ୍ତି। ସେହିପରି ସରକାରୀ ଅଧିକାରୀମାନେ ସବୁ ସମୟରେ ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ ଆସି ସେବା ଯୋଗାଇବା ସମ୍ଭବ ହେଉନି କିମ୍ବା ସେମାନଙ୍କର ଆଗ୍ରହ ରହୁନାହିଁ। ତେଣୁ ବ୍ରାହ୍ମଣୀଗାଁକୁ ବ୍ଲକ ଭାବେ ପୁନର୍ଗଠନ କରାଗଲେ ଉକ୍ତ ଅଞ୍ଚଳର ଆଦିବାସୀ, ଦଳିତ ଓ ପଛୁଆବର୍ଗର ଲୋକମାନେ ଖର୍ଚ୍ଚରୁ ବଞ୍ଚିଯିବେ। ସରକାରୀ କାର୍ଯ୍ୟାଳୟ ସେମାନଙ୍କ ହାତ ପାହାନ୍ତାରେ ରହିଲେ ସୁବିଧାରେ କାର୍ଯ୍ୟ ହୋଇପାରିବ ବୋଲି କୁହାଯାଇଥିଲା। ବୈଠକରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନର କର୍ମକର୍ତ୍ତା ମାନେ ଭାଜପାର ପ୍ରତିନିଧି ଦଳଙ୍କୁ ନିବେଦନ କରିଥିଲେ ଯେ ବ୍ରାହ୍ମଣୀଗାଁ ର ସମସ୍ୟା ଓ ବ୍ଲକ ଗଠନ ଘୋଷଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଲୋକଙ୍କ ଦାବିକୁ ପୁରଣ ପାଇଁ ପ୍ରୟାସ କରାଯାଉ। ଭାଜପା ପ୍ରତିନିଧି ଦଳ ମଧ୍ୟ ହୃଦୟଙ୍ଗମ କରି କହିଥିଲେ ବାସ୍ତବରେ ବ୍ଲକ ଗଠନ ହେବା ଜରୁରୀ। ଏହା ହେଲେ ବ୍ରାହ୍ମଣୀଗାଁ ସମେତ ଗଦାପୁର, କତିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା ତାଜୁଙ୍ଗିଆ, ସରାମୁଳି ଏବଂ ହାତୀମୁଣ୍ଡା ପଞ୍ଚାୟତ ର ବିକାଶ ହେବ ବୋଲି କହିଥିଲେ। ଭାଜପାର ଜିଲା ସଭାପତି ପଣ୍ଡିତ ବିଶିମାଝି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଗସ୍ତ ସମୟରେ ଲିଖିତ ଜଣାଇଥିଲେ। ଆଗକୁ ପୁଣି ମନେ ପକାଯିବ ବୋଲି ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଭିଯାନର କର୍ମକର୍ତ୍ତା ଗଣେଶ ଡାକୁଆ, ଶରତ ଡିଗାଲ,ପ୍ରେମାନନ୍ଦ ବସ୍ତରାୟ,ଦିବ୍ୟସିଂ ପାତ୍ର,ଅଶୋକ ସିଂଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଲୋକପ୍ରତିନିଧି, ବୁଦ୍ଧିଜିବୀ, ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri