Categories: ଜାତୀୟ

ଷ୍ଟକ୍‌ ଅଛି କୋଇଲା, ଚିନ୍ତା କରିବାର ଆବଶ୍ୟକତା ନାହିଁ: ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୧୦: ଦେଶର ଅନେକ ରାଜ୍ୟରେ କୋଇଲା ଅଭାବ ଦେଖଦେଇଛି। ଏହି କାରଣରୁ ବିଦ୍ୟୁତ ସଙ୍କଟ ଗଭୀର ହୋଇଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଆଜି ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୋଇଲା ଅଭାବର ମୁକାବିଲା ପାଇଁ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଆର.କେ ସିଂ କହିଛନ୍ତି ଯେ, ଆଜିକାଲି ଆମର ଚାରି ଦିନରୁ ଅଧିକ କୋଇଲା ଷ୍ଟକ ଅଛ। ପ୍ରତିଦିନ ମଧ୍ୟ ଷ୍ଟକ ହେଉଛି। ଗତକାଲି ଯେତିକି ଖର୍ଚ୍ଚ ହୋଇଥିଲା ସେତିକି କୋଇଲା ଷ୍ଟକ ଆସିଥିଲା। ପୂର୍ବ ପରି ୧୭ ଦିନ କୋଇଲାର ଷ୍ଟକ ନାହିଁ କିନ୍ତୁ ୪ ଦିନର ଷ୍ଟକ ଅଛି। କୋଇଲା ସଙ୍କଟା କାରଣ ହେଉଛି ଆଗ ଅପେକ୍ଷା ଆମର ଚାହିଦା ବୃଦ୍ଧି ପାଇଛି ଏବଂ ଆମଦାନୀ ହ୍ରାସ ଘଟିଛି। ଆମକୁ କୋଇଲା ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ପଡିବ, ଆମେ ଏଥିପାଇଁ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି।
କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବିଦ୍ୟୁତ ଯୋଗାଣରେ ବ୍ୟାଘାତ ହେବାର କୌଣସି ବିପଦ ନ ଥିବାରୁ ଚିନ୍ତା କରିବାର କିଛି ନାହିଁ। ୨୪ ଦିନ ପାଇଁ କୋଇଲା ଚାହିଦା ମେଣ୍ଟାଇବା ପାଇଁ କୋଇଲା ଇଣ୍ଡିଆ ଲିମିଟେଡର ୪୩ ମିଲିୟନ ଟନ ପର୍ଯ୍ୟାପ୍ତ କୋଇଲା ଷ୍ଟକ ଅଛି।

Share