Posted inଜାତୀୟ

ସେନାରେ ଅଫିସରଙ୍କ ଅଭାବ

ନୂଆଦିଲ୍ଲୀ, ୪।୭: ଭାରତୀୟ ସୈନ୍ୟବାହିନୀର ୟୁନିଟଗୁଡ଼ିକରେ ମେଜର, କ୍ୟାପଟେନ୍‌ ଭଳି ମଧ୍ୟମ ବର୍ଗ ଅଫିସର ସଂଖ୍ୟାରେ ଘୋର ଅଭାବ ଦେଖାଦେଇଛି, ଯାହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ବିଭିନ୍ନ କର୍ପସ, କମାଣ୍ଡ ଏବଂ ଡିଭିଜନ ମୁଖ୍ୟାଳୟରେ ୬ ବର୍ଷ ସେବା ସମ୍ପୂର୍ଣ୍ଣ କରିଥିବା ଅଫିସରଙ୍କ ସ୍ଥାନରେ ନୂଆ ନିଯୁକ୍ତି ହୋଇ ନ ଥିବା ମେଜର ର଼୍ୟାଙ୍କର ଅଫିସରମାନେ ପ୍ରଥମ ଥର ପାଇଁ ପ୍ରଘଟ କରିଛନ୍ତି। ମେଜର ଏବଂ କ୍ୟାପ୍‌ଟେନ୍‌ ସ୍ତରରେ ଗୁରୁତର ଅଫିସର ସଙ୍କଟ ଥିବାବେଳେ ଏହାକୁ ଭରଣା କରିବା ପାଇଁ ସେନା ବିଭିନ୍ନ ମୁଖ୍ୟାଳୟଗୁଡ଼ିକରେ ଷ୍ଟାଫ ଅଫିସର ନିଯୁକ୍ତି କମାଇବାକୁ ଯୋଜନା କରିଛି। ସେହି ପଦବୀଗୁଡ଼ିକରେ ପୂର୍ବତନ ଅଫିସରମାନଙ୍କୁ ପୁନଃ ନିଯୁକ୍ତି ଦେବା ଲାଗି ବିଚାର କରାଯାଉଛି। ଏଥିପାଇଁ ସେନା ବିଭିନ୍ନ କମାଣ୍ଡରୁ ତଥ୍ୟ ମାଗିଛି।
ବର୍ତ୍ତମାନ ସେନାରେ ମେଡିକାଲ କର୍ପସ, ଡେଣ୍ଟାଲ କର୍ପସ ସମେତ ୮,୧୨୯ ଅଫିସରଙ୍କ ଅଭାବ ରହିଛି। ନୌସେନା ଏବଂ ବାୟୁସେନାରେ ଯଥାକ୍ରମେ ୧,୬୫୩ ଏବଂ ୭୨୧ ଅଫିସରଙ୍କ ଅଭାବ ଥିବା ଜଣାପଡ଼ିଛି। ଅଫିସର ସଙ୍କଟକୁ ଦୃଷ୍ଟିରେ ରଖି ସେନା ପୂର୍ବରୁ ପ୍ୟାନେଲଭୁକ୍ତ ହୋଇ ନ ଥିବା ୪୬୧ ଜଣ ଅଫିସରଙ୍କୁ ନିଯୁକ୍ତି ଦେଇଥିଲା। ଅଫିସର ସଙ୍କଟ ନ କମିବା ପର୍ଯ୍ୟନ୍ତ ହେଡ୍‌କ୍ୱାର୍ଟର୍ସଗୁଡ଼ିକରେ କର୍ମଚାରୀ ନିଯୁକ୍ତି ସାମୟିକ ହ୍ରାସ କରିବା ପାଇଁ ପ୍ରସ୍ତାବ ରହିଛି। ପ୍ରସ୍ତାବ ଅନୁଯାୟୀ ବିଭିନ୍ନ ହେଡକ୍ୱାର୍ଟର୍ସରେ ନିଯୁକ୍ତ ହୋଇଥିବା ଜୁନିୟର ଏବଂ ମଧ୍ୟମବର୍ଗର ଅଫିରମାନେ ସେମାନଙ୍କର ୨୪ ମାସ କାର୍ଯ୍ୟକାଳ ଶେଷ କରିବା ପରେ ବିନା ରିଲିଫରେ ପୋଷ୍ଟିଂ ହେବେ। ଏହି ପଦବୀଗୁଡ଼ିକରେ ପୁନଃନିଯୁକ୍ତ ଅଫିସରଙ୍କୁ ନିଯୁକ୍ତି ଦେବା ଲାଗି ବିଚାର କରାଯାଉଛି। ପୁନଃନିଯୁକ୍ତ ଅଫିସର ହେଉଛନ୍ତି, ବ୍ରିଗେଡିୟର ଏବଂ କଲୋନେଲ ର଼୍ୟାଙ୍କର ଅଫିସର, ଯେଉଁମାନେ ଅବସର ନେବା ପରେ ସେନାରେ ୨ରୁ ୪ ବର୍ଷ କାର୍ଯ୍ୟ କରିଥାନ୍ତି। ସେନାରୁ ଅବସର ନେବା ପରେ ଅଫିସର ଅଭାବ ପୂରଣ ଲାଗି ସେମାନଙ୍କୁ ପୁନଃନିଯୁକ୍ତ କରାଯାଇଥାଏ।
ସେନାରେ ଅଫିସର ଅଭାବକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ଭାଙ୍ଗିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କର ପର୍ଯ୍ୟାପ୍ତ ସମୟ ଥିବାବେଳେ ସଶସ୍ତ୍ର ବଳରେ ଗୁରୁତ୍ୱପୂର୍ଣ୍ଣ ଖାଲି ପଦବୀ ପୂରଣ ପାଇଁ ସମୟ ନାହିଁ ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି। ଯେଉଁମାନେ ଦୈନନ୍ଦିନ ଜାତୀୟତାବାଦର ତୂରୀ ବଜାଉଛନ୍ତି, କେବଳ ସେହିମାନେ ଆମର ସଶସ୍ତ୍ର ବଳକୁ ପ୍ରତାରିତ କରୁଛନ୍ତି ବୋଲି ଖାର୍ଗେ କହିଛନ୍ତି। ସଶସ୍ତ୍ର ବଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ବର୍ତ୍ତମାନ ୨ ଲକ୍ଷରୁ ଅଧିକ ପଦବୀ ଖାଲି ରହିଛି। ମୋଦି ସରକାରଙ୍କର ଦେଶର ସୈନିକମାନଙ୍କ ପାଇଁ ପାଣ୍ଠି ନାହିଁ। ଅଗ୍ନିପଥ ଯୋଜନା ଏହାର ଏକ ସ୍ପଷ୍ଟ ସ୍ବୀକାର। ଓଆର୍‌ଓପି (ଗୋଟିଏ ର଼୍ୟାଙ୍କ୍‌ ଗୋଟିଏ ପେନ୍‌ସନ ବ୍ୟବସ୍ଥା) କାର୍ଯ୍ୟକାରିତାରେ ପ୍ରତିରକ୍ଷା ବିଭାଗ ପ୍ରତି ମୋଦି ସରକାର ପ୍ରତାରଣା କରି ଯବାନମାନଙ୍କ ମଧ୍ୟରେ ବିଭେଦର ପ୍ରାଚୀର ସୃଷ୍ଟି କରିଛନ୍ତି। ମୋଦି ସରକାର ଏବଂ ଭାଜପା ପାଇଁ ଜାତୀୟ ସୁରକ୍ଷା ପ୍ରାଥମିକତା ନୁହେଁ, କେବଳ ଜନାଦେଶକୁ ପ୍ରତାରିତ କରିବା ପ୍ରାଥମିକତା ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri