Posted inଜାତୀୟ

ସେନାରେ ଅଫିସରଙ୍କ ଅଭାବ

ନୂଆଦିଲ୍ଲୀ, ୪।୭: ଭାରତୀୟ ସୈନ୍ୟବାହିନୀର ୟୁନିଟଗୁଡ଼ିକରେ ମେଜର, କ୍ୟାପଟେନ୍‌ ଭଳି ମଧ୍ୟମ ବର୍ଗ ଅଫିସର ସଂଖ୍ୟାରେ ଘୋର ଅଭାବ ଦେଖାଦେଇଛି, ଯାହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ବିଭିନ୍ନ କର୍ପସ, କମାଣ୍ଡ ଏବଂ ଡିଭିଜନ ମୁଖ୍ୟାଳୟରେ ୬ ବର୍ଷ ସେବା ସମ୍ପୂର୍ଣ୍ଣ କରିଥିବା ଅଫିସରଙ୍କ ସ୍ଥାନରେ ନୂଆ ନିଯୁକ୍ତି ହୋଇ ନ ଥିବା ମେଜର ର଼୍ୟାଙ୍କର ଅଫିସରମାନେ ପ୍ରଥମ ଥର ପାଇଁ ପ୍ରଘଟ କରିଛନ୍ତି। ମେଜର ଏବଂ କ୍ୟାପ୍‌ଟେନ୍‌ ସ୍ତରରେ ଗୁରୁତର ଅଫିସର ସଙ୍କଟ ଥିବାବେଳେ ଏହାକୁ ଭରଣା କରିବା ପାଇଁ ସେନା ବିଭିନ୍ନ ମୁଖ୍ୟାଳୟଗୁଡ଼ିକରେ ଷ୍ଟାଫ ଅଫିସର ନିଯୁକ୍ତି କମାଇବାକୁ ଯୋଜନା କରିଛି। ସେହି ପଦବୀଗୁଡ଼ିକରେ ପୂର୍ବତନ ଅଫିସରମାନଙ୍କୁ ପୁନଃ ନିଯୁକ୍ତି ଦେବା ଲାଗି ବିଚାର କରାଯାଉଛି। ଏଥିପାଇଁ ସେନା ବିଭିନ୍ନ କମାଣ୍ଡରୁ ତଥ୍ୟ ମାଗିଛି।
ବର୍ତ୍ତମାନ ସେନାରେ ମେଡିକାଲ କର୍ପସ, ଡେଣ୍ଟାଲ କର୍ପସ ସମେତ ୮,୧୨୯ ଅଫିସରଙ୍କ ଅଭାବ ରହିଛି। ନୌସେନା ଏବଂ ବାୟୁସେନାରେ ଯଥାକ୍ରମେ ୧,୬୫୩ ଏବଂ ୭୨୧ ଅଫିସରଙ୍କ ଅଭାବ ଥିବା ଜଣାପଡ଼ିଛି। ଅଫିସର ସଙ୍କଟକୁ ଦୃଷ୍ଟିରେ ରଖି ସେନା ପୂର୍ବରୁ ପ୍ୟାନେଲଭୁକ୍ତ ହୋଇ ନ ଥିବା ୪୬୧ ଜଣ ଅଫିସରଙ୍କୁ ନିଯୁକ୍ତି ଦେଇଥିଲା। ଅଫିସର ସଙ୍କଟ ନ କମିବା ପର୍ଯ୍ୟନ୍ତ ହେଡ୍‌କ୍ୱାର୍ଟର୍ସଗୁଡ଼ିକରେ କର୍ମଚାରୀ ନିଯୁକ୍ତି ସାମୟିକ ହ୍ରାସ କରିବା ପାଇଁ ପ୍ରସ୍ତାବ ରହିଛି। ପ୍ରସ୍ତାବ ଅନୁଯାୟୀ ବିଭିନ୍ନ ହେଡକ୍ୱାର୍ଟର୍ସରେ ନିଯୁକ୍ତ ହୋଇଥିବା ଜୁନିୟର ଏବଂ ମଧ୍ୟମବର୍ଗର ଅଫିରମାନେ ସେମାନଙ୍କର ୨୪ ମାସ କାର୍ଯ୍ୟକାଳ ଶେଷ କରିବା ପରେ ବିନା ରିଲିଫରେ ପୋଷ୍ଟିଂ ହେବେ। ଏହି ପଦବୀଗୁଡ଼ିକରେ ପୁନଃନିଯୁକ୍ତ ଅଫିସରଙ୍କୁ ନିଯୁକ୍ତି ଦେବା ଲାଗି ବିଚାର କରାଯାଉଛି। ପୁନଃନିଯୁକ୍ତ ଅଫିସର ହେଉଛନ୍ତି, ବ୍ରିଗେଡିୟର ଏବଂ କଲୋନେଲ ର଼୍ୟାଙ୍କର ଅଫିସର, ଯେଉଁମାନେ ଅବସର ନେବା ପରେ ସେନାରେ ୨ରୁ ୪ ବର୍ଷ କାର୍ଯ୍ୟ କରିଥାନ୍ତି। ସେନାରୁ ଅବସର ନେବା ପରେ ଅଫିସର ଅଭାବ ପୂରଣ ଲାଗି ସେମାନଙ୍କୁ ପୁନଃନିଯୁକ୍ତ କରାଯାଇଥାଏ।
ସେନାରେ ଅଫିସର ଅଭାବକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ଭାଙ୍ଗିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କର ପର୍ଯ୍ୟାପ୍ତ ସମୟ ଥିବାବେଳେ ସଶସ୍ତ୍ର ବଳରେ ଗୁରୁତ୍ୱପୂର୍ଣ୍ଣ ଖାଲି ପଦବୀ ପୂରଣ ପାଇଁ ସମୟ ନାହିଁ ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି। ଯେଉଁମାନେ ଦୈନନ୍ଦିନ ଜାତୀୟତାବାଦର ତୂରୀ ବଜାଉଛନ୍ତି, କେବଳ ସେହିମାନେ ଆମର ସଶସ୍ତ୍ର ବଳକୁ ପ୍ରତାରିତ କରୁଛନ୍ତି ବୋଲି ଖାର୍ଗେ କହିଛନ୍ତି। ସଶସ୍ତ୍ର ବଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ବର୍ତ୍ତମାନ ୨ ଲକ୍ଷରୁ ଅଧିକ ପଦବୀ ଖାଲି ରହିଛି। ମୋଦି ସରକାରଙ୍କର ଦେଶର ସୈନିକମାନଙ୍କ ପାଇଁ ପାଣ୍ଠି ନାହିଁ। ଅଗ୍ନିପଥ ଯୋଜନା ଏହାର ଏକ ସ୍ପଷ୍ଟ ସ୍ବୀକାର। ଓଆର୍‌ଓପି (ଗୋଟିଏ ର଼୍ୟାଙ୍କ୍‌ ଗୋଟିଏ ପେନ୍‌ସନ ବ୍ୟବସ୍ଥା) କାର୍ଯ୍ୟକାରିତାରେ ପ୍ରତିରକ୍ଷା ବିଭାଗ ପ୍ରତି ମୋଦି ସରକାର ପ୍ରତାରଣା କରି ଯବାନମାନଙ୍କ ମଧ୍ୟରେ ବିଭେଦର ପ୍ରାଚୀର ସୃଷ୍ଟି କରିଛନ୍ତି। ମୋଦି ସରକାର ଏବଂ ଭାଜପା ପାଇଁ ଜାତୀୟ ସୁରକ୍ଷା ପ୍ରାଥମିକତା ନୁହେଁ, କେବଳ ଜନାଦେଶକୁ ପ୍ରତାରିତ କରିବା ପ୍ରାଥମିକତା ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମେ ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri