କରୋନା ତୁଳନାରେ ଅଧିକ ମାରାତ୍ମକ ଭୂତାଣୁ ଆସିବା ଆଶଙ୍କା ରହିଛ: ଡବ୍ଲ୍ୟୁଏଚ୍‌ଓ ଦେଲା ଚେତାବନୀ…

ଜେନେଭା,୨୫।୫: ଏବେ କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ ଏହାଠାରୁ ଅଧିକ ମାରାତ୍ମକ ଭୂତାଣୁ ଆସିବାର ଆଶଙ୍କା ରହିଛି ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌ ପୃଥିବୀର ୧୯୪ଟି ରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାର୍ଷିକ ବୈଠକରେ ଏଭଳି କହିଛନ୍ତି। ଆମେରିକା ଭଳି ଦେଶରେ କରୋନା ଟିକାକରଣ ଶୀଘ୍ର କରାଗଲେ ମଧ୍ୟ ସଂକ୍ରମଣ ନ ଥମିବା ଯୋଗୁ ଏଭଳି ଆଶଙ୍କା ସୃଷ୍ଟି ହୋଇଥିବା ସେ କହିଛନ୍ତି। ପୃଥିବୀ ଏବେ ସଙ୍କଟ ସ୍ଥିତିରେ ରହିଛି। କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଟିକାକରଣ ଜରୁରୀ। ତେବେ ବର୍ତ୍ତମାନ ସୁଦ୍ଧା ୧୦ଟି ଦେଶରେ ୭୫ ପ୍ରତିଶତ ଟିକାକରଣ କରାଯାଇଛି। ଅପରପକ୍ଷରେ ଭାକ୍ସିନ୍‌ ଜମା କରି ରଖିବା ଅଭିଯୋଗ ମଧ୍ୟ ହେଉଛି। କିଛି ଦେଶ ଏଭଳି କରି ପୃଥିବୀ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଗରିବ ଦେଶଗୁଡ଼ିକରେ ଟିକାକରଣ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share