ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବବର୍ଗ ଟିକା ନେଇପାରିବେ ବୋଲି ଅନୁମତି ମିଳିଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। ଯୁବବର୍ଗଙ୍କ ମଧ୍ୟରେ ଟିକା ନେବା ପାଇଁ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଯଦି ବହୁସଂଖ୍ୟାରେ ଯୁବବର୍ଗ ଏକକାଳୀନ ଟିକା ନେବେ ତା’ହେଲେ ଆଗାମୀ ଦିନରେ ଏହାର ପ୍ରଭାବ ରକ୍ତ ଭଣ୍ଡାରଗୁଡିକ ଉପରେ ପଡିପାରେ। ଏପରି କି ରାଜ୍ୟରେ ଜରୁରିକାଳୀନ ରୋଗୀଙ୍କ ପାଇଁ ରକ୍ତ ଅଭାବ ଦେଖାଦେଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏ ସମ୍ପର୍କରେ ବୁର୍ଲା ଭିମ୍‌ସାର ବ୍ଲଡ୍‌ ବ୍ୟାଙ୍କ ଅଧିକାରୀ ଦେବାଶିଷ ମିଶ୍ର କହିଛନ୍ତି ଯେ ରକ୍ତଦାନ ଶିବିରଗୁଡିକରେ ଅଧିକ ସଂଖ୍ୟାରେ ଯୁବବର୍ଗ ରକ୍ତଦାନ କରିଥାନ୍ତି। ରାଜ୍ୟରେ ରକ୍ତ ଅଭାବ ଦୂର ପାଇଁ କୋଭିଡ୍‌ ସମୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଏଥିଯୋଗୁ ରକ୍ତଭଣ୍ଡାରରେ ସମସ୍ୟା ଉପୁଜିନାହିଁ। କିନ୍ତୁ ଶଟ୍‌ଡାଉନ ଯୋଗୁ ରକ୍ତଭଣ୍ଡାରରେ ରକ୍ତ କମିବାରେ ଲାଗିଛି। ସଙ୍କଟାପନ୍ନ ରୋଗୀଙ୍କୁ ରକ୍ତ ଦିଆଯାଉଛି। ରକ୍ତ ଦିଆଗଲେ ତାଙ୍କ ପରିବାର ଲୋକଙ୍କୁ ରକ୍ତ ଦେବାକୁ କୁହାଯାଇଥାଏ। ଏବେ ଶଟ୍‌ଡାଉନ ଯୋଗୁ ପରିବାର କିମ୍ବା ସମ୍ପର୍କୀୟମାନେ ଆସି ପାରୁନାହାନ୍ତି। ତେଣୁ ସମସ୍ୟା ଦେଖାଦେଇଛି। ଅନ୍ୟପକ୍ଷରେ ମେ’ ପହିଲାରୁ ଯୁବବର୍ଗଙ୍କୁ ଟିକାକରଣ କରାଯିବ। ଯେ କୌଣସି ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ରକ୍ତ ସଂଗ୍ରହ କରାଯାଇ ପାରିବ ନାହିଁ। ଏହି କାରଣରୁ ରକ୍ତଭଣ୍ଡାରରେ ରକ୍ତ ସମସ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ପ୍ରାୟ ଏକମାସ ପରେ ପରିସ୍ଥିତି ସୁଧୁରିଯିବ ବୋଲି ଆଶା କରାଯାଉଛି। ଏବେ ୨୦୦ ୟୁନିଟ୍‌ ରକ୍ତ ଗଚ୍ଛିତ ରହିଛି। ପ୍ରତିଦିନ ୭୦ରୁ ୮୦ ୟୁନିଟ୍‌ ରକ୍ତ ଭିମ୍‌ସାରରେ ଆବଶ୍ୟକ ପଡିଥାଏ। ରକ୍ତ ଅଭାବ ଦୂର ପାଇଁ ଏପ୍ରିଲ ଶେଷ ସୁଦ୍ଧା ୫ଟି ଶିବିର କରାଯିବ। ସେହିପରି ଜିଲା ସଦର ଡାକ୍ତରଖାନା ବ୍ଲଡ ବ୍ୟାଙ୍କର ଡାକ୍ତର କଳ୍ପେଶ କକଡ କହିଛନ୍ତ, ସମ୍ବଲପୁର ରକ୍ତଭଣ୍ଡାରରେ ମଧ୍ୟ ରକ୍ତ ଅଭାବ ରହିଥିଲା। ଏଠାରେ ପ୍ରାୟ ୩୦ ୟୁନିଟ୍‌ ରକ୍ତ ରହିଥିଲା। ରବିବାର ଦୁଇଟି ସ୍ଥାନରେ ରକ୍ତଦାନ ଶିବିର କରାଯାଇଛି। ଗୋଟିଏ ଶିବିରରୁ ୬୧ ଓ ଅନ୍ୟ ଏକ ଶିବିରରୁ ୫୦କୁ ମିଶାଇ ମୋଟ ୧୧୧ ୟୁନିଟ୍‌ ସଂଗ୍ରହ ହୋଇଥିଲା। ଏବେ ମୋଟ ୧୪୦ ୟୁନିଟ୍‌ ରହିଛି। ଯାହା ଆଗାମୀ ୫ ଦିନ ମଧ୍ୟରେ ସରିଯିବ। ଏପ୍ରିଲ ଶେଷ ସୁଦ୍ଧା ୨ଟି ଶିବିର କରିବାର ଯୋଜନା ରହିଛି ବୋଲି କହିଥିଲେ। ସୁଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଭୟ କରୁଛନ୍ତି। ଏହାର ପ୍ରଭାବ ମଧ୍ୟ ରକ୍ତଭଣ୍ଡାର ଉପରେ ପଡୁଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri