ଜୁନ୍‌ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଗଡ଼ିବା ନେଇ ପ୍ରଶ୍ନବାଚୀ

ସୋନପୁର,୫ା୪(ନି.ପ୍ର.): ରେଳ ବଜେଟ୍‌ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବ୍ୟୟବରାଦ ବଢୁଛି। ଗତ ୨୦୧୫-୧୬ ମସିହାରୁ ଏହି ପ୍ରକଳ୍ପ ପାଇଁ ଅନୁଦାନ ରାଶି ବୃଦ୍ଧି ପାଇଛି। ୨୦୨୩-୨୪ ରେଳ ବଜେଟ୍‌ରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପ ପାଇଁ ରେକର୍ଡ ୧୫୯୯ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ତେବେ ପ୍ରକଳ୍ପର ଅଗ୍ରଗତି ଆଖିଦୃଶିଆ ହେଉନି। ଯେଉଁ ଭଳି କାମ ଚାଲିଛି ଜୁନ ମାସ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଗଡିବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ପଟୁ ବଲାଙ୍ଗୀର-ବିଛୁପାଲି ୧୬ କିଲୋମିଟର ରେଳପଥ ଏବଂ ପାସେଞ୍ଜର ଟ୍ରେନ୍‌ ଚଳାଚଳର ଉଦ୍‌ଘାଟନ କରିଥିଲେ। ବଜେଟ୍‌ରେ ବ୍ୟୟବରାଦ୍‌ ବଢିଥିବାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ବଲାଙ୍ଗୀର ପଟରୁ ମଧ୍ୟ ତ୍ୱରାନ୍ବିତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏହା ସମ୍ଭବ ହୋଇନାହିଁ। ବରାଦ୍‌ ଅର୍ଥ ସମ୍ପୂର୍ଣ୍ଣ ବିନିଯୋଗ ହୋଇ ପାରୁନି। ୨୦୨୩ ଜୁନ୍‌ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ବିଭାଗର ଲକ୍ଷ୍ୟ ଥିଲେ ମଧ୍ୟ ଏହା ଧାର୍ଯ୍ୟ ସମୟରେ ଆଉ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ନାହିଁ ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ମଞ୍ଜୁରୀକୁ ଇତିମଧ୍ୟରେ ୨୯ ବର୍ଷ ପୂରିଲାଣି । ୧୯୯୪-୯୫ ମସିହାରେ ଏହି ରେଳ ପ୍ରକଳ୍ପକୁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଥିଲା। ଦୀର୍ଘ ବର୍ଷ ପରେ ବି ୩୦୬.୨୫ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ଆଶାନୁରୂପକ ଅଗ୍ରଗତି କରି ପାରି ନାହିଁ । ଏହା ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲା ବାସୀଙ୍କୁ ବ୍ୟଥିତ କରିଛି। ଏହି ରେଳ ଲାଇନର ଖୋର୍ଦ୍ଧା ରୋଡରୁ ନୂଆଗାଁ ଓ ବଲାଙ୍ଗୀର ପଟୁ ଝାରତରଭା ପର୍ଯ୍ୟନ୍ତ ପ୍ରାୟ ୧୧୫ କିଲୋମିଟର କାର୍ଯ୍ୟ ସରିଛି। ରେଳ ପ୍ରକଳ୍ପର ନୟାଗଡ ଜିଲାର ଦଶପଲ୍ଲା ଓ ବୌଦ୍ଧ ଜିଲାର ପୁରୁଣାକଟକ ମଧ୍ୟରେ ଘଞ୍ଚ ଜଙ୍ଗଲ ଯୋଗୁଁ ରେଳ ଲାଇନ ସକାଶେ ଜଙ୍ଗଲ ମଞ୍ଜୁରୀ ନ ମିଳିବା ସମସ୍ୟା ସୃଷ୍ଟି କରିଥିଲା। ତେବେ ଗତ ଫେବୃୟାରୀ ମାସରେ ଏହି ରେଳ ପ୍ରକଳ୍ପର ୬୮ କିଲୋମିଟର ଲାଇନ ପାଇଁ କେନ୍ଦ୍ର ସରକାର ଜଙ୍ଗଲ ଅନୁମୋଦନ ପ୍ରଦାନ କରିଛନ୍ତି । ତେଣୁ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ତତ୍ପର ଥିବା ଜଣାପଡୁଛି। ଗତ ନଭେମ୍ବର ୧୦ ତାରିଖରେ ଏହି ରେଳ ଲାଇନର ବିଛୁପାଲିରୁ ସୁବର୍ଣ୍ଣପୁର ଜିଲାର ଝାରତରଭା ଷ୍ଟେଶନ ମଧ୍ୟରେ ସ୍ପିଡ୍‌ ଟ୍ରାଏଲ ପରେ ଉତ୍କଣ୍ଠା ପ୍ରକାଶ ପାଇଛି । ଅପ୍ରେଲ ସୁଦ୍ଧା ଝାରତରଭାରୁ ୧୧ କିଲୋମିଟର ଦୂର ନରସିଂହଗଡ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ଥିଲା। ତାହା ପୂରଣ ହେବା ନେଇ ଆଶା କରାଯାଉଛି। କିନ୍ତୁ ନରସିଂହଗଡରୁ ସୋନପୁର ରେଳଷ୍ଟେଶନ ୯ କିଲୋମିଟର କାମ ମନ୍ଥର ଗତିରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରେଳ ଲାଇନରେ କେବଳ ମାଟି କାମ ସରିଛି । ମେଟାଲ ବିଛା କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି। ସୋନପୁର ସହର ଉପକଣ୍ଠ ଛିନ୍‌ଛାନ ଡୁଙ୍ଗୁରି ଠାରେ ପାହାଡ କଟା ଆହୁରି ବାକି ଅଛି। ପଥର ବ୍ଲାଷ୍ଟିଂ ପାଇଁ ଠିକାସଂସ୍ଥା ଜିଲା ପ୍ରଶାସନର ଅନୁମତି ଲୋଡିଛି । ସେହିପରି ଧାବାମୁଣ୍ଡାଠାରେ ପୂର୍ବରୁ ୨ଥାକିଆ ରାସ୍ତା ପାଇଁ ବ୍ରିଜ୍‌ କରିବାକୁ ରେଳ ବିଭାଗର ଯୋଜନା ଥିଲା। ଭବିଷ୍ୟତରେ ରାସ୍ତାରେ ଭିଡକୁ ଦୃଷ୍ଟିରେ ରଖି ୪ ଥାକିଆ ରାସ୍ତା ପାଇଁ ବ୍ରିଜ୍‌ କରିବାକୁ ରେଳ ବିଭାଗକୁ କୁହାଯାଇଛି। ତେଣୁ କାର୍ଯ୍ୟରେ ବିଳମ୍ବ ହେଉଛି। ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ବ୍ରିଜ୍‌ର ଡିଜାଇନ ଆସି ନଥିବା ଜଣାପଡିଛି। ସେହିପରି ତେଲନଦୀରେ ବ୍ରିଜ୍‌ କାମ ମନ୍ଥର ଗତିରେ ଚାଲିଛି। ଗତ ୩ ବର୍ଷ ହେଲା କାମ ଚାଲିଥିଲେ ମଧ୍ୟ ତାହା ସରୁନି। ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ଧାର୍ଯ୍ୟ ସମୟ ମଧ୍ୟରେ ସୋନପୁର ପର୍ଯ୍ୟନ୍ତ କାମ ସାରିବାକୁ ସୁବର୍ଣ୍ଣପୁର ଜିଲାର ଜିଲାର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri