ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ

ବନ୍ତ,୯।୩(ହରି ନାରାୟଣ ମହାନ୍ତି): ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯଦି ମେଣ୍ଟ ହୁଏ, ତେବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ କାହା ଭାଗରେ ପଡ଼ିବ ଓ କିଏ ପ୍ରାର୍ଥୀ ହେବେ ସେନେଇ ନେତାମାନେ ଚିନ୍ତିତ ଥିବା ବେଳେ କର୍ମୀମାନେ ଅନାଇ ରହିଛନ୍ତି। ଏପରିକି ବିଜେଡିରୁ ପ୍ରଫୁଲ୍ଲ ସାମଲ ଓ ଭାଜପାରୁ ମନମୋହନ ସାମଲଙ୍କ କଥା ମଧ୍ୟ ଉଠିଲାଣି।  ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇଥିଲା।

ସେହି ଅନୁଯାୟୀ ଭଣ୍ଡାରିପୋଖରୀ ଆସନ ବିଜେଡି ହାତରେ ରହିଥିଲା । ୨୦୦୦ ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ବିଜେଡିର ରଥ ଦାସ ନିର୍ବାଚନ ଲଢ଼ି ୫୯ ହଜାର ୪ ଶହ ୪୧ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ କୁମାରଶ୍ରୀ ଚିରଞ୍ଜୀବ୍‌ ୩୯ ହଜାର ୭ ଶହ ୮୯ ଭୋଟ ପାଇ ପରାଜିତ ହୋଇଥିଲେ। ୨୦୦୪ ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ବିଜେଡିର ରଥ ଦାସ ନିର୍ବାଚନ ଲଢ଼ି ୫୯ ହଜାର ୬ ଶହ ୭୫ ଭୋଟ ପାଇ ପରାଜିତ ହୋଇଥିଲେ ।
ସେତେବେଳେ କଂଗ୍ରେସ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ୬୧ ହଜାର ୨ ଶହ ୨୧ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୦୯ରୁ ଅଦ୍ୟାବଧି ସେଠାରେ ବିଜେଡିର ପ୍ରଫୁଲ୍ଲ ସାମଲ ବିଧାୟକ ରହିଆସିଛନ୍ତି। ଦେଖିବାକୁ ଗଲେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ ମେଣ୍ଟ ଥରେ, ବିଜେଡି ୩ଥର ଓ କଂଗ୍ରେସ ଥରେ ଜିତିଛି ା ଗତ କିଛି ଦିନ ତଳେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ଇଡି ଚଢ଼ାଉ ହେବା ପରଠାରୁ କର୍ମୀଙ୍କ ମହଲରେ ଉତ୍ସାହ ହ୍ରାସ ପାଇଥିବା ଦେଖାଯାଇଛି। ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ମଧ୍ୟରେ କିଏ ଟିକେଟ ପାଇବେ ସେନେଇ କର୍ମୀମାନେ ଚିନ୍ତାରେ ରହିଥିଲେ। ଏବେ ମେଣ୍ଟ ରାଜନୀତି କର୍ମୀମାନଙ୍କୁ ଆହୁରି ଅଡୁଆରେ ପକାଇଛି। ଏହି ଆସନ ବିଜେଡି ନେବ ନା ଭାଜପା ଭାଗରେ ପଡ଼ିବ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ କର୍ମୀମାନେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ।

ଅପରପକ୍ଷେ ମେଣ୍ଟ ହେଲେ ଏହି ଆସନ ଭାଜପା ଭାଗରେ ପଡ଼ିବ ଏବଂ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏଠାରୁ ନିର୍ବାଚନ ଲଢ଼ିବେ ବୋଲି ଦଳୀୟ କର୍ମୀ ଆଲୋଚନା କରୁଛନ୍ତି। କାରଣ ୨୦୦୯ ନିର୍ବାଚନରେ ମନମୋହନ ସାମଲ ଏଠାରେ ପ୍ରତିଦ୍ୱନ୍ଦ୍ୱିିତା କରି ୨୧ ହଜାର ୧୬୦ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ।ସେହି ନିର୍ବାଚନ ପରଠାରୁ ଭାଜପା ଏହି ଆସନରେ ନିଜର ସ୍ଥିତିକୁ ସୁଦୃଢ଼ କରି ପାରିଛି। ଭାଜପା ପ୍ରାର୍ଥୀ ବଦ୍ରି ନାରାୟଣ ଧଳ ୨୦୧୪ ନିର୍ବାଚନରେ ୨୮ ହଜାର ୮୦୯ ଏବଂ ୨୦୧୯ ନିର୍ବାଚନରେ ୩୯ ହଜାର ୧୪୧ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri