ଅଭିନୟରେ ଅଧିକ ଆତ୍ମସନ୍ତୋଷ ମିଳେ

ଚିନ୍ତାମଣି ବିଶ୍ୱାଳ ଏକାଧାରରେ ଜଣେ ଅଭିନେତା, ଚିତ୍ରଶିଳ୍ପୀ, କବିତା, ଗଳ୍ପ ଲେଖକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚଟିକିରି ଗ୍ରାମରେ ଏକ ନିମ୍ନମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଚିନ୍ତାମଣି ବହୁ ଅଭାବ ଅନଟନ ମଧ୍ୟରେ ଗତି କରି ମଧ୍ୟ ନିଜର ପ୍ରତିଭା ଓ ଦକ୍ଷତା ବଳରେ ଆଜି ସଫଳତାର ଶୀର୍ଷରେ ପହଞ୍ଚତ୍ଛନ୍ତି। ତାଙ୍କର ଚିତ୍ରକଳା କେବଳ ରାଜ୍ୟ କି ଦେଶ ନୁହେଁ, ଇଣ୍ଡୋନେସିଆ, ପ୍ୟାରିସ୍‌ ଭଳି ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇପାରିଛି। ଏଥିପାଇଁ ତାଙ୍କୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି। ଏହାମଧ୍ୟରେ ସେ ୧୫ରୁ ଊର୍ଦ୍ଧ୍ୱ ଧାରାବାହିକ, ୧୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର, ବଙ୍ଗଳା ଚଳଚ୍ଚିତ୍ର ‘ରଙ୍ଗଶାଳା’ ସହିତ ୨୫ରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ
କରିଛନ୍ତି। ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ଚିନ୍ତାମଣିଙ୍କ ସହ ଧରିତ୍ରୀ ଆଳାପ…

୧. କଳା ପ୍ରତି କେବେଠୁ ଆଗ୍ରହ ହେଲା?
ଉତ୍ତର: ବାପା ଜଣେ ମୂର୍ତ୍ତିଶିଳ୍ପୀ ଥିଲେ। ତାଙ୍କ ପ୍ରଭାବ ମୋ ଉପରେ ପଡ଼ିଥିଲା। ଛୋଟ ବେଳୁ ହିଁ ଚିତ୍ରଶିଳ୍ପୀ ହେବା ପାଇଁ ଇଚ୍ଛା ଥିଲା। ଚାକିରି ମୋହରେ ନ ପଡ଼ି ମୁଁ କଳାକୁ ବାଛିଛି। ମୁଁ ପ୍ରଥମେ ପ୍ରତିରକ୍ଷା ବିଭାଗରେ ଚାକିରି କରିଥିଲି। ସେତେବେଳେ ମତେ ୧୫ହଜାର ଟଙ୍କା ଦରମା ମିଳୁଥିଲା। ମାତ୍ର ପିଲାଦିନର ସ୍ବପ୍ନ ପାଇଁ ମୁଁ ଚାକିରି ଛାଡ଼ି ଦେଇଥିଲି।
୨.ସଫଳତା ପାଇବା ପାଇଁ ସଂଘର୍ଷ କିପରି ଥିଲା?
ଉତ୍ତର: ନିମ୍ନମଧ୍ୟବିତ୍ତ ପରିବାରରେ ୩ଭଉଣୀଙ୍କ ପରେ ମୋର ଜନ୍ମ। ଭଉଣୀଙ୍କ ବିବାହରେ ସବୁ ଜମିବାଡ଼ି ବନ୍ଧା ପଡ଼ି ସାରିଥିଲା। ତେଣୁ ପାଠ ପଢ଼ିବା ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡ଼ିଛି। କଲେଜ ପଢ଼ିବା ପର୍ଯ୍ୟନ୍ତ ଭଲ ଚପଲଟିଏ ନ ଥିଲା। ଏପରି କି ନିଜର ବହି ମଧ୍ୟ ନ ଥିଲା। ମାଟ୍ରିକ ପରୀକ୍ଷାରେ ମାମୁପୁଅର ବହି ପଢି ମାଟ୍ରିକ୍‌ ପାସ୍‌ କରିଥିଲି। କଲେଜରେ ଟ୍ୟୁଶନ କରି ବହି କିଣିଥିଲି। ଗୋଟେ ସାଇକେଲ ପାଇଁ ବାପାଙ୍କୁ କହିଥିଲି। ତାଙ୍କ ପାଖରେ ସମ୍ବଳ ନାହିଁ ବୋଲି ମନା କରିଦେଇଥିଲେ। ସେବେଠାରୁ ଆଉ କିଛି ବାପାଙ୍କୁ ମାଗିନାହିଁ।
୩.ଲେଖକ, ଅଭିନେତା, ଚିତ୍ରକର କେଉଁଥିରେ ଆତ୍ମସନ୍ତୋଷ ମିଳେ?
ଉତ୍ତର: ଚିିତ୍ର ମୋର ନିଃଶ୍ୱାସ, ପ୍ରଶ୍ୱାସ। ମାତ୍ର ଅଭିନୟରେ ଅଧିକ ଆତ୍ମସନ୍ତୋଷ ମିଳେ। କାରଣ ଏଥିରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଥାଏ। ତାଳ, ସଙ୍ଗୀତ, ସାହିତ୍ୟ ସବୁ କଳାର ମିଶ୍ରଣରେ ଅଭିନୟର ସୃଷ୍ଟି। ଭାବକୁ ଦର୍ଶକଙ୍କ ମଧ୍ୟରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ହେଉଛି ଅଭିନୟ। ଚିତ୍ରରେ ଯେତିକି ଦର୍ଶକଙ୍କ ପାଖରେ ମୁଁ ପହଞ୍ଚତ୍ପାରିନାହିଁ, ଅଭିନୟ ଦ୍ୱାରା ତାହା ସମ୍ଭବ ହୋଇଛି।
୪.ପ୍ରଥମ ରୋଜଗାର ଅର୍ଥରେ କ’ଣ କରିଥିଲେ?
ଉତ୍ତର: ୨୦୦୦ ମସିହାରେ ମୋର ପ୍ରଥମ ଚିତ୍ର ‘ଅନ୍‌ ଓ୍ବାଣ୍ଟେଡ୍‌’ ବିକ୍ରି ହୋଇଥିଲା। ଏହି ଚିତ୍ରରେ ଜଣେ ଗରିବ ମା’ ତା’ର ୩ ଛୁଆଙ୍କୁ ଧରି ମୁଣ୍ଡରେ ଝୁଡ଼ିରେ ମାଟି ବୋହୁଥିଲା। ଏଥିରେ ମୁଁ ମୋ ମା’ଙ୍କ ପ୍ରତିଛବି ଦେଖିଥିଲି। ଚିତ୍ରଟି ୧ଲକ୍ଷ ୬୦ହଜାର ଟଙ୍କାରେ ବିକ୍ରି ହୋଇଥିଲା। ୧୯୯୯ ମହାବାତ୍ୟାରେ ଆମ ଘର ଭାଙ୍ଗିଯାଇଥିଲା। ସେ ଘରକୁ ବାପା ନିଜ ହାତରେ ମାଟିରେ ତିଆରି କରିଥିଲେ। ପ୍ରଥମ ରୋଜଗାରରେ ଗାଁରେ ମାଟିଘର ତିଆରି କରିଥିଲି। ଏହା ମତେ ଆଗକୁ ଯିବାକୁ ପ୍ରେରଣା ଯୋଗାଇଥିଲା। ଏହାର ୩ବର୍ଷ ପରେ ମୋର ଆଉ ୨ଟି ଚିତ୍ର ୭ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ସେହି ପଇସାରେ ଗାଁରେ କୋଠାଘର ତିଆରି କରିଥିଲି।
୫.ଚିତ୍ରଶିଳ୍ପୀରୁ ଅଭିନେତା କିପରି ହେଲେ?
ଉତ୍ତର: ବମ୍ବେରେ ପଢୁଥିବା ସମୟରେ ଗୋଟେ ନାଟକର ସେଟ୍‌ ଡିଜାଇନିଂ କାମ କରୁଥିଲି। ସେହି ସମୟରେ ନାଟକର ନିର୍ଦ୍ଦେଶକ ମତେ ତାଙ୍କ ନାଟକରେ ଏକ ଚରିତ୍ର କରିବାକୁ ଅଫର୍‌ ଦେଇଥିଲେ। ସେହି ଚରିତ୍ର ଜଣେ ଚିତ୍ରଶିଳ୍ପୀଙ୍କର ଥିଲା। ତେଣୁ ମୁଁ କରିବାକୁ ରାଜି ହୋଇଥିଲି। ଏଥିରେ ମତେ ବହୁତ ପ୍ରଶଂସା ମିଳିଥିଲା। ଏହାପରେ ମୁଁ ଅଭିନୟ ଆରମ୍ଭ କରିଥିଲି।
୬. ଜୀବନର ସ୍ମରଣୀୟ ମୁହୂର୍ତ୍ତ?
ଉତ୍ତର: ଭୁବନେଶ୍ୱର ବିକେ ଆର୍ଟ କଲେଜରେ ପାଠ ପଢୁଥାଏ। ମୋ ଉପର ଭଉଣୀର ବାହାଘର ହେବାର ଥାଏ। ଜିନିଷ ପତ୍ର କିଣିବା ପରେ ମୋ ପାଖରେ ଗାଁକୁ ଯିବାକୁ ପଇସା ନ ଥାଏ। ରାତିରେ ମୁଁ ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆ ପାଖରେ ଠିଆ ହୋଇଥାଏ। ଜଣେ ଲୋକ ଆସି ମତେ ଟ୍ରକ୍‌ରୁ ନାଲିଗୋଡ଼ି ଅନ୍‌ଲୋଡ କରିବାକୁ କହିଥିଲେ। କାମ କଲେ ୧୫୦ଟଙ୍କା ଦେବେ ବୋଲି କହିଲେ। ମୁଁ ହଁ ମାରି କରିଥିଲି ଓ ସେ ପଇସାରେ ଗାଁକୁ ଯାଇଥିଲି।
୭.ଆଗକୁ କ’ଣ କରିବାକୁ ଯୋଜନା ରହିଛି?
ଉତ୍ତର: ଓଡ଼ିଶାର ଝୋଟି, ଚିତାକୁ ନେଇ ମୁଁ ଗବେଷଣା ସହ ପିଏଚ୍‌ଡି କରୁଛି। ଭୁବନେଶ୍ୱରରେ ଗୋଟେ ଜାଗା ନେଇଛି। ସେଠାରେ କଳ୍ପତରୁ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଅନୁଷ୍ଠାନ କରିଛି। ଆଗକୁ ଆଶା ଅଛି ମୋ ଭଳି ଗରିବ ପ୍ରତିଭାଙ୍କୁ ମାଗଣାରେ ଶିକ୍ଷାଦାନ କରିବି। ଅର୍ଥାଭାବରୁ ଯେଉଁମାନଙ୍କ ସ୍ବପ୍ନ ପୂରଣ ହୋଇ ପାରୁନାହିଁ, ସେମାନଙ୍କ ପାଇଁ କାମ କରିବି।
ସାକ୍ଷାତ୍‌କାର: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri