ମହାକାଳପଡ଼ାରେ ତୁର୍କୀ ପକ୍ଷୀ ଚାଷ ପ୍ରତି ବଢୁଛି ଚାହିଦା

ମହାକାଳପଡ଼ା,୧୦।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ତୁର୍କୀ ଚାଷ ପ୍ରତି ବେଶ୍‌ ଅନୁକୂଳ ବାତାବରଣ ରହିଛି। ବ୍ଲକର ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କି ବେଲାରିର ସେକ ସୁଲେମାନ ବର୍ଷେ ପୂର୍ବେ ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରୁ ତୁର୍କୀ ପକ୍ଷୀ ୪ଟି ଛୁଆ ଆଣିଥିଲେ। ଏହି ଛୁଆ ୧ ବର୍ଷ ମଧ୍ୟରେ ୫ରୁ୬ କିଲୋ ଓଜନ ହୋଇଛି। ଏହି ମାଂସର ବଜାର ମୂଲ୍ୟ ହଜାରରୁ ୧୨ଶହ ଟଙ୍କା ରହିଛି। ସରକାରୀ ପ୍ରୋତ୍ସାହନ ମିଳିଲେ ଅଞ୍ଚଳର ଅନେକ ବେକାର ଯୁବତୀଯୁବକ ଏହି ଚାଷ ପ୍ରତି ମନୋନିବେଶ କରିପାରିବେ ବୋଲି ସେ କହିଛନ୍ତି।
ସାଧାରଣତଃ ଦେଶୀ କୁକୁଡ଼ା ଭଳି ଏମାନେ ଘରର ବାଡ଼ି ବଗିଚାରେ ମିଳୁଥିବା କୀଟ ପତଙ୍ଗକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଆବଶ୍ୟକ ସ୍ଥଳେ ଘରର ଖୁଦ, ମୁଗ, ମୁଢ଼ି, ଧାନ, ଗହମକୁ ଖାଦ୍ୟ ରୂପେ ଦିଆଯାଇଥାଏ। ଏହାକୁ ଛାଡ଼ି ଦେଲେ ବିଭିନ୍ନ ପ୍ରକାର ତୃଣ ଜାତୀୟ ଉଦ୍ଭିଦକୁ ଖାଦ୍ୟ ରୂପେ ତୁର୍କୀ ପକ୍ଷୀଙ୍କୁ ଦିଆଯାଇଥାଏ। ଏହି ପ୍ରଜାତିର ତୁର୍କୀ ବର୍ଷକୁ ୧୨୦ରୁ ଅଧିକ ଅଣ୍ଡା ଦେଇଥାନ୍ତି। ଦେଶୀ କୁକୁଡ଼ାଠାରୁ ଏମାନଙ୍କ ଅଣ୍ଡାର ଆକାର ୨ ଗୁଣ ବଡ଼ ହୋଇଥାଏ। ୨୮ ଦିନରେ ଉଷୁମ ରହିବା ପରେ ମା’ ତୁର୍କୀ ପକ୍ଷୀ ଶାବକ ଜନ୍ମ ଦେଇଥାଏ। ନିଜର ଶାବକମାନଙ୍କୁ ସୁରକ୍ଷା ଦେବା ପାଇଁ ମା’ ତୁର୍କୀ ପକ୍ଷୀ ଶତ୍ରୁକୁ ଦେଖିଲା ମାତ୍ର ଖୁବ୍‌ ସତର୍କତା ଅବଲମ୍ବନ କରିବା ସହ ନିଜର ପୁଚ୍ଛକୁ ଫୁଲେଇ ଦେଇ ରାବି ବାକୁ ଲାଗେ। ଫଳରେ ତୁର୍କୀ ପକ୍ଷୀ ପାଳକ ତୁର୍କୀ ପ୍ରତି ବିପଦ ଅଛି ବୋଲି ଜାଣିପାରେ। ଏହାର ଗୋଟେ ବିଶେଷ ଗୁଣ ରହିଛି ବିଷଧର ସରୀସୃପମାନେ ଅଗଣାରେ ପଶିବା ପୂର୍ବରୁ ଏମାନଙ୍କ ସହ ଲଢ଼େଇ କରିଥାନ୍ତି। ବିଶେଷକରି ସରକାରୀସ୍ତରରେ ଯଦି ପକ୍ଷୀ ପାଳକମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଆନ୍ତା ତେବେ ଚାଷ ପ୍ରତି ଯୁବତୀଯୁବକମାନେ ଆଗ୍ରହ ପ୍ରକାଶ କରି ଆତ୍ମନିର୍ଭରଶୀଳ ହୋଇପାରନ୍ତେ। ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ସାଧାରଣ କୁକୁଡ଼ା ମାଂସଠାରୁ ଏହି ପକ୍ଷୀ ମାଂସର ଅଧିକ ଗୁଣବତ୍ତା ରହିଛି। ଏହାର କିଲୋ ପିଛା ଦର ବଜାର ତୁଳନାରେ ଢେର୍‌ ଅଧିକ ରହିଛି। ଉପଯୁକ୍ତ ଜଳବାୟୁ,ଉତ୍ତମ ବାତାବରଣ ରହିଛି। ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ଆମ ଅଞ୍ଚଳର ପକ୍ଷୀଚାଷୀମାନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ବ୍ୟାପକ ପକ୍ଷୀ ଚାଷକରି ଭଲ ଦୁଇପଇସା ରୋଜଗାର କରିପାରିବେ। ମହାକାଳପଡ଼ା ପ୍ରାଣୀ ଚିକିତ୍ସକ ଅମରେଶ ସ୍ବାଇଁଙ୍କୁ ପଚାରିବାରେ ଏହି ପକ୍ଷୀ ପାହାଡ ଅଞ୍ଚଳରେ ଦେଖା ଯାଆନ୍ତି। ଏ ଅଞ୍ଚଳରେ ଯଦି ଅଛନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ। ଏଥିପ୍ରତି କୌଣସି ସରକାରୀ ପ୍ରୋତ୍ସାହନ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri