Posted inUncategorized

ଆଗକୁ ଷ୍ଟୋରିଟେଲିଂର ବହୁତ ଆବଶ୍ୟକ ରହିଛି

ଓଡ଼ିଶାରେ ଷ୍ଟୋରିଟେଲିଂ ବା ଗପ କହିବାର କଥା ଉଠିଲେ ଆସିଯାଏ ପ୍ରାଚୀତାରା ମିଶ୍ରଙ୍କ ନାମ। କାହାଣୀର କୁହୁକ ପେଡ଼ିରେ ସେ ବାନ୍ଧି ରଖନ୍ତି ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ। ପିଲାବେଳୁ ନାଟକ, ଗୀତ, ନାଚରେ ରୁଚି ରଖୁଥିବା ମିଶ୍ର ପରବର୍ତ୍ତୀ ସମୟରେ ରେଡିଓ ଆର୍ଟିଷ୍ଟ ଓ ସାମ୍ବାଦିକା ଭାବେ କାର୍ଯ୍ୟ କରିଥିଲେ। ଆଉ ଏବେ ସେ ଜଣେ ସଫଳ ଷ୍ଟୋରିଟେଲର। ୨୦୧୮ରେ ଭୁବନେଶ୍ୱରରେ ହୋଇଥିବା ଭୁଫେଷ୍ଟୋରୁ ସେ ଦର୍ଶକଙ୍କ ନଜରକୁ ଆସିଥିଲେ। ଢେର୍‌ ପ୍ରଶଂସା ଆଉ ନୂଆ ଅନୁଭୂତି ନେଇ ସେ ୫ବର୍ଷ ହେବ ଷ୍ଟୋରିଟେଲିଂକୁ ବୃତ୍ତି ଭାବେ ନେଇ କାମ କରି ଚାଲିଛନ୍ତି। ସ୍କୁଲ, କଲେଜଠୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ହୋଇଥିବା ଅନେକ କାର୍ଯ୍ୟକ୍ରମରେ ସେ ପ୍ରତିନିଧିତ୍ୱ କରିଛନ୍ତି। ୨୦୧୯ରେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଓ ୨୦୨୧ରେ ପଡ୍‌କାଷ୍ଟ ମାଧ୍ୟମରେ ସେ ଘରେ ଘରେ ଷ୍ଟୋରିଟେଲିଂର ଆବଶ୍ୟକତାକୁ ପ୍ରତିପାଦନ କରୁଛନ୍ତି। ପ୍ରାଚୀତାରାଙ୍କ ସହ ଏଥରର ‘ଧରିତ୍ରୀ ଆଳାପ’।

ଷ୍ଟୋରିଟେଲିଂକୁ କାହିଁକି ବୃତ୍ତି ଭାବେ ଆପଣେଇ ନେଇଥିଲେ?
– ମୋତେ ଗପ କହିବାକୁ ଭଲ ଲାଗେ। ସାମ୍ବାଦିକତା, ରେଡିଓ ଆର୍ଟିଷ୍ଟ ଭାବେ ଚାକିରି ସମୟରେ କେଉଁଠି କେମିତି ଗପ କହୁଥିଲି। କିନ୍ତୁ ୨୦୧୫ରେ ଭୁବନେଶ୍ୱର ଜନପଥରେ ଚାଲୁଥିବା ରାହଗିରିରେ ସହରବାସୀଙ୍କୁ ମୁଁ ମୋର ପ୍ରଥମ ଗପ ଶୁଣାଇଥିଲି। ୨୦୧୮ରେ ହକି ବିଶ୍ୱ କପ୍‌ ସମୟରେ ଆୟୋଜିତ ଭୁଫେଷ୍ଟୋରେ ମୋତେ ବଡ଼ ପ୍ଲାଟ୍‌ଫର୍ମ ମିଳିଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ଷ୍ଟୋରିଟେଲର୍‌ଙ୍କ ସହ ମିଶି କାମ କରିବାର ସୁଯୋଗ ପାଇଥିଲି। ବହୁଳ ପ୍ରଶଂସା ଓ ଭଲ ପ୍ରତିକ୍ରିୟା ମିଳିଥିଲା। ତା’ ପରଠୁ ଏହାକୁ ବୃତ୍ତି ଭାବେ ଆପଣାଇବାକୁ ନିଷ୍ପତ୍ତି ନେଲି।
ବଡ଼ ପ୍ଲାଟ୍‌ଫର୍ମରେ ଗପ କହିବାର ପ୍ରସ୍ତୁତି, ଅନୁଭୂତି କିଭଳି ଥିଲା?
– ଭୁଫେଷ୍ଟୋ ଭଳି ବଡ଼ ପ୍ଲାଟ୍‌ଫର୍ମରେ ବାହାରୁ ଆସୁଥିବା ବଡ଼ବଡ଼ ପ୍ରଫେଶନାଲ ଷ୍ଟୋରିଟେଲରଙ୍କ ମେଳରେ ହଜାର ହଜାର ଦର୍ଶକଙ୍କ ଆଗରେ ୫ଦିନ ଧରି ଷ୍ଟୋରି କହିବାକୁ ଯେତେବେଳେ ସୁଯୋଗ ମିଳିଲା ଭାରି ଖୁସି ହୋଇଥିଲି। ସେମିତି ନର୍ଭସ ବି ଥିଲି। ତଥାପି ବେଷ୍ଟ୍‌ ଦେବାକୁ ମୁଁ ଆଗ ନିଜକୁ ପ୍ରସ୍ତୁତ କରିନେଇଥିଲି। ସେମିତି ଉପସ୍ଥାପନା କରିବାକୁ ପଡ଼ିବ, ଯେମିତି ଲାଗିବନି କି ଓଡ଼ିଶାରେ କିଛି କମ୍‌ ଅଛି। ତେଣୁ ପ୍ରଥମେ ମୁଁ ମୋ ଷ୍ଟୋରିଟେଲିଂରେ କଷ୍ଟ୍ୟମ୍‌କୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ନେଇଥିଲି। ଷ୍ଟୋରି ସହ ଏହା ଦର୍ଶକଙ୍କ ଉପରେ ପ୍ରଭାବ ପକାଇଥାଏ। ତେବେ ସମସ୍ତଙ୍କ ସହ ମିଶି କାମ କରିବା ସମୟର ଅନୁଭୂତି ବହୁତ ଭଲ ଥିଲା।
କେବେ ରାଜ୍ୟ ବାହାରକୁ ଯାଇ କାମ କରିଛନ୍ତି?
– କୋଭିଡ୍‌ ସମୟରେ ମୁମ୍ବାଇ ଷ୍ଟୋରିଜ ଟେଲର୍‌ ସୋସାଇଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲି। ତାହା ଅବଶ୍ୟ ଭର୍ଚ୍ଚୁଆଲରେ ହୋଇଥିଲା। ସେହିପରି ଦିଲ୍ଲୀ କନଷ୍ଟିଚ୍ୟୁଶନ୍‌ କ୍ଲବ ଯାଇ ହିନ୍ଦୀରେ ଗପ ପରିବେଷଣ କରିଥିଲି। ନିକଟରେ ୱାଲର୍‌ଡ ବୁକ୍‌ ଫେୟାରରେ ପ୍ରଦର୍ଶନ ପାଇଁ ସାହିତ୍ୟ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ ଆସିଥିଲା। ପ୍ରଗତି ମଇଦାନରେ ଗପ ଶୁଣାଇଥିଲି। ମୋ ସହ ଆହୁରି ଅଲଗା ଭାଷାଭାଷୀର ଷ୍ଟୋରିଟେଲର ମଧ୍ୟ ଥିଲେ। ଏହା ମୋ ପାଇଁ ଏକ ଗର୍ବର କଥା। ବାହାରେ ଆହୁରି ଯେତେ ସୁଯୋଗ ଆସିବ ମୁଁ ସେତେ କାମ କରିବି। ଆମ କାହାଣୀକୁ ମୁଁ ସବୁଠି ପହଞ୍ଚାଇପାରିବି।
ଷ୍ଟୋରିଟେଲିଂ ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହୋଇପାରିବ କି?
– ପ୍ରଶ୍ନ ଭିତରେ ହିଁ ଉତ୍ତର ଅଛି। ଭାଷାର ପ୍ରଚାର ପ୍ରଚାର ପାଇଁ ଷ୍ଟୋରିଟେଲିଂ ହେଉଛି ଏକ ବଡ଼ ମାଧ୍ୟମ। ପବ୍ଲିକ୍‌ ସ୍କୁଲରେ ପାଠ ପଢ଼ିବାକୁ ଛାଡ଼ିବାରେ କିଛି ଅସୁବିଧା ନାହିଁ କିନ୍ତୁ ଘରେ ହେଲେ ବି ମାତୃଭାଷାରେ ଶିକ୍ଷା ଦେବା ଦରକାର। ପିଲାବେଳୁ ଜଣେ ଏକା ସାଙ୍ଗରେ ୮/୧୦ଟି ଭାଷା ଶିଖିପାରିବ। ଆଉ ଷ୍ଟୋରିଟେଲିଂରେ ଆଗ୍ରହ ସହକାରେ ପିଲାଙ୍କୁ ବିଭିନ୍ନ ଭାଷା ସହିତ ମାତୃଭାଷାରେ ମଧ୍ୟ ଏକ ପ୍ରକାର ଶିକ୍ଷା ଆଉ ମନୋରଞ୍ଜନ ମିଳିପାରୁଛି। ତେଣୁ ସ୍କୁଲଗୁଡ଼ିକରେ ଷ୍ଟୋରିଟେଲିଂକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଜାତୀୟ ଶିକ୍ଷା ନୀତି ଆସିବା ପରେ ଷ୍ଟୋରିଟେଲିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମୁଁ ବିଭିନ୍ନ ସ୍କୁଲ ଯାଉଛି। କିନ୍ତୁ ଅଭିଭାବକ ଓ ସ୍କୁଲ ବୁଝିବା ଦରକାର ଏହା କେତେ ଜରୁରୀ।
ଆପଣଙ୍କ ଷ୍ଟୋରିଟେଲିଂରେ କ’ଣ ସ୍ବତନ୍ତ୍ରତା ରହିିଛି?
– ଚିରାଚରିତ କାହାଣୀ ମୁଁ ଷ୍ଟୋରି ଟେଲିଙ୍ଗ ସେସନ୍‌ରେ କହେ ନାହିଁ। ଆମେ ଗପ ମାଧ୍ୟମରେ ନାରୀଶକ୍ତି, ସାମାଜିକ ଶିକ୍ଷା, ଭଉଣୀଭାଇର ସ୍ନେହ ମମତା, ପରିବାରର ସମ୍ପର୍କ, ପଶୁପକ୍ଷୀଙ୍କ ଯତ୍ନ, ବଡ଼ମାନଙ୍କୁ ସମ୍ମାନ – ଏହି ସବୁ କଥା ମୋ ଗପ ମାଧ୍ୟମରେ ମୁଁ କହିଥାଏ। ମୋ ଗପଗୁଡ଼ିକୁ ମୁଁ ଆମ ଓଡ଼ିଆ ପୁସ୍ତକରୁ ହିଁ ଉଦ୍ଧାର କରେ। ସେହିପରି ଫେକ୍‌ ଟେଲ୍‌ ଭିତରେ ବି କେତେ ପ୍ରକାର ବାର୍ତ୍ତା ରହିଛି। ଜୀବନର ସବୁ କଥା ଗପରେ ହି ରହିଛି। ଠିକ୍‌ ସମୟରେ ଠିକ୍‌ ଗପଟିଏ ଠିକ୍‌ ଭାବରେ ଉପସ୍ଥାପନା କରିପାରିଲେ ତା’ର ମୂଲ୍ୟ କାହିଁରେ କ’ଣ।
ଓଡ଼ିଶାରେ ଷ୍ଟୋରିଟେଲିଂର ପରିସର କିଭଳି ରହିଛି?
– ଯଦି ମୋ କଥା କହିବି ୫/୬ବର୍ଷ ତଳେ ଷ୍ଟୋରିଟେଲିଂ ଏକ ବୃତ୍ତିଗତ ଭାବେ ଆରମ୍ଭ ହୋଇଥିଲା। ବହୁତ ପ୍ରଶଂସା ମିଳିଲା। କିନ୍ତୁ ଯେତେବେଳେ ମୂଲ୍ୟ କଥା ଉଠିଲା ସେତେବେଳେ ସମସ୍ତେ କହିଲେ ନା ମ ମ୍ୟାଡାମ୍‌ କହିବେ ଷ୍ଟୋରି, ଏଇଟା ପାଇଁ ଆମେ କ’ଣ ପଇସା ଦେବା… ଏଭଳି କିଛି ଶୁଣିବାକୁ ମିଳିଲା। ଏବେ ସେହି ସଂଘର୍ଷ ଧୀରେ ଧୀରେ ସଫଳ ହେଲାଣି। ଅଳ୍ପ ଟଙ୍କା ମିଳୁଛି, କିନ୍ତୁ ଦେଉଛନ୍ତି। ତେଣୁ ଜଣେ ଯଦି ଦମ୍‌ ନେଇ କରୁଛି ତାହା ସହ ଜଣକ ପରେ ଜଣେ ଲାଗିବା ଦରକାର। ଆଗକୁ ଷ୍ଟୋରିଟେଲିଂର ବହୁତ ଆବଶ୍ୟକତା ଅଛି, ଯେଉଁଥିପାଇଁ ଆମ ପାଖରେ ଯଥେଷ୍ଟ ପ୍ୟାସୋନେଟ୍‌ ଷ୍ଟୋରିଟେଲର୍‌ ରହିବା ଦରକାର।
ଏହି ବୃତ୍ତିରୁ ରୋଜଗାର କରି ବଞ୍ଚତ୍ ହେବ କି?
– ଆଗରୁ ତ ହେଉ ନ ଥିଲା ଏବେ ହେଲାଣି। କିନ୍ତୁ ଏହା ଉପରେ ନିର୍ଭର କରି ଯେ ଜଣେ ଚଳିଯିବ ତାହା ସମ୍ଭବ ହେବନି। ଧୀରେଧୀରେ ଚାହିଦା ବଢ଼ୁଛି ଆଉ ଆଶା ଅଛି ଯେ, ଆଗକୁ ସୁଯୋଗ ସହ ରୋଜଗାର ମଧ୍ୟ ହୋଇପାରିବ। ସରକାରଙ୍କ ସହଯୋଗ ରହିଲେ ଓଡ଼ିଶାରେ ବହୁତ କିଛି ଅଛି, ଯାହାକୁ ନେଇ ଆମେ ସବୁବେଳେ କାମ ପାଇବା ସହ ରୋଜଗାର କରିପାରିବୁ।
ଆପଣ କାହାଣୀ କେଉଁଠୁ ପାଆନ୍ତି, ବହୁତ ପଢ଼ିବାକୁ ପଡ଼େ କି?
– ହଁ ନିହାତି ଭାବେ। କାହାଣୀ କହିବା ପୂର୍ବରୁ ପ୍ରଥମ କାମ ହେଉଛି କାହାଣୀ ଖୋଜିବା। କିଛି ଆସାଇନ୍‌ଡ କାମ ଥିଲେ ବହୁତ ସମୟରେ ୪୦/୫୦ ଷ୍ଟୋରି ନଁା ନଁା ରେ ହିଁ ପଳାଏ। କିଛି ପସନ୍ଦ ଆସେନି। ହାସ୍ୟାତ୍ମକ ଷ୍ଟୋରି ଭିତରେ ବି ଷ୍ଟ୍ରଙ୍ଗ ମେସେଜ୍‌ ଥାଏ। ଖାଲି କହିଦେଲେ ତ ହେବନି, ଷ୍ଟୋରିର କିଛି ମୂଲ୍ୟ ରହୁଥିବା ନିହାତି ଦରକାର।
ଏଥିପାଇଁ ପ୍ରଥମ ଆବଶ୍ୟକତା ସବୁ କ’ଣ?
– ଆଗ ଷ୍ଟୋରିକୁ ନିଜର କରିନେବା ଉଚିତ। ଉପସ୍ଥାପନା କଲାବେଳେ ଦର୍ଶକଙ୍କ ଅନୁସାରେ ପ୍ରଦର୍ଶିତ କରିବ। ଭଏସ୍‌ ମଡ୍ୟୁଲେଶନ୍‌ ସହ କେତବେଳେ ରାଇମିଙ୍ଗ ୱାର୍ଡ କହି ତ ଆଉ କେତେବେଳେ କିଛି ଆକ୍ସନ କରି, ଗୀତ ଗାଇ ଏମିତି କିଛି କରି ବାନ୍ଧି ରଖିହେବ।
ପ୍ରାଚୀତାରା ମିଶ୍ରଙ୍କ ପାଇଁ ଗପର ସଂଜ୍ଞା କ’ଣ?
-ମୋ ଗପ ହିଁ ମୋ ଜୀବନ।
କେବେ ନିଜ କାହାଣୀ କହିଛନ୍ତି?
-ନଁା, କେବେ କହିନି।
ପରିବାରକୁ କିଭଳି ସମୟ ଦିଅନ୍ତି, ଆଉ ସେମାନଙ୍କ ସହଯୋଗ ସମ୍ପର୍କରେ…?
– ମୋ କ୍ୟାରିୟର ହିଁ ମୋ ଝିଅ, ପୁଅଙ୍କ ସହ ଆରମ୍ଭ କରିଛି। ମୁଁ କିଛି ପ୍ରସ୍ତୁତ କରୁଥିଲେ ସେମାନଙ୍କୁ ଆଗ ଶୁଣାଏ। ସେମାନେ ମୋର ପ୍ରଥମ କ୍ରିଟିକ୍‌। ମୋ କାମରେ ବି ସେମାନଙ୍କର ଆଗ୍ରହ ଥାଏ। ତେଣୁ କାମ ସହ ପରିବାରକୁ ସମୟ ଦେବା ବି ଏକ ପ୍ରକାର ହୋଇଯାଏ।
ଯେଉଁମାନେ ଷ୍ଟୋରିଟେଲିଂରେ ଆଗ୍ରହ ରଖୁଛନ୍ତି, ସେମାନଙ୍କୁ କ’ଣ ବାର୍ତ୍ତା ଦେବେ?
-ଆମ କଥା ମାଧ୍ୟମରେ ଅନ୍ୟକୁ ହଜାଇବାକୁ ହେଲେ ଆଗ ନିଜେ ହଜିବାକୁ ପଡ଼ିବ। ଚରିତ୍ର ସବୁକୁ ବୁଝିପାରିବ। ଚରିତ୍ରର ଭାବ, ଘଟଣାକୁ ଯେତେ ଗୁରୁତ୍ୱ ଦେବ ସେତେ ଭଲ ଉପସ୍ଥାପନା କରିପାରିବ। କାମ ପ୍ରତି ତ୍ୟାଗ ରହିବା ସହ ଶିଖିବା ଆବଶ୍ୟକ। ସେ ଯେ କୌଣସି କାମ ହେଉନା କାହିଁକି, ପଇସା ଉଦ୍ଦେଶ୍ୟରେ ଆସିବା ଭଲ ନୁହେଁ।

– ସାକ୍ଷାତ୍‌କାର: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?