ଚାଲିଛି ମଦ, ମାଂସର ଭୋଜି, ବଣ୍ଟାଯାଉଛି ଅର୍ଥ

ପାରାଦୀପ,୨୪।୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ଅଥରିଟିର ୨ ବୋର୍ଡ ସଦସ୍ୟ ଚୟନ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ। ଏଥିପାଇଁ ଚଳିତଥର ୮ ୟୁନିୟନ ନିର୍ବାଚନରେ ଭାଗ ନେଇଛନ୍ତି। ସମ୍ପୃକ୍ତ ୟୁନିୟନଗୁଡିକ ସମ୍ଭାବ୍ୟ ସଦସ୍ୟଙ୍କ ନାମ ଥାଇ ଏବେ ପ୍ରଚାର ପ୍ରସାର ଚଲାଇଛନ୍ତି। ବନ୍ଦରାଞ୍ଚଳର ପ୍ରତି ଛକରେ ଏବେ ବଡ଼ ବଡ଼ ପୋଷ୍ଟର ବ୍ୟାନର ଦେଖିବାକୁ ମିଳୁଛି। ନିଜ ୟୁନିୟନ ତଥା ସମ୍ଭାବ୍ୟ ନେତାଙ୍କୁ ଭୋଟ ଦେବାପାଇଁ କର୍ମକର୍ତ୍ତାମାନେ ମେଳି ହୋଇ ଅନୁରୋଧ କରୁଛନ୍ତି। ଏତଦ୍‌ବ୍ୟତୀତ ଅନେକ ସ୍ଥାନରେ ଭୋଜି ହେଉଛି। ହୋଟେଲରେ ପାର୍ଟି ଚାଲିଛି। ଘରକୁ ଦୀପାବଳି ଉପହାର ଦିଆଯାଉଛି। ଏପରିକି ଭୋଟ୍‌ ପାଇଁ ନୋଟ୍‌ ବଣ୍ଟା ଯାଉଥିବା ଅଭିଯୋଗ ହେଉଛି। ଏହାବାଦ୍‌ କେତେଜଣ ପ୍ରାର୍ଥୀଙ୍କ ପାଇଁ ଅଧିକାରୀମାନେ ଲବି କରୁଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ ହୋଇଛି।
ଏହି ନିର୍ବାଚନରେ ଭୋଟର ହେଲେ ମାତ୍ର ୩୯୨। ଏମାନେ ବନ୍ଦରର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ। ସେମାନଙ୍କୁ ପ୍ରଭାବିତ କରିବା ପାଇଁ ବନ୍ଦରର କିଛି ବିଭାଗୀୟ ମୁଖ୍ୟ ଉଦ୍ୟମ କରୁଥିବା ନେଇ ଭାରତୀୟ ମଜଦୁର ସଂଘର ସମ୍ପାଦକ ଶ୍ରୀକାନ୍ତ ରାୟ ଖବରଦାତା ସମ୍ମିଳନୀ କରି କହିଛନ୍ତି। ପୂର୍ବରୁ ଲେବରଟ୍ରଷ୍ଟି ନିର୍ବାଚନ ଶ୍ରମିକନେତାଙ୍କୁ ସମ୍ମୁଖରେ ରଖି ହେଉଥିଲା। ମାତ୍ର କେନ୍ଦ୍ର ସରକାର ମେଜରପୋର୍ଟ ଆଇନ ୧୯୬୩କୁ ସଂଶୋଧିତ କରି ନୂଆ ମେଜରପୋର୍ଟ ଅଥରିଟି ଆଇନ ୨୦୨୧ ଲାଗୁ କରିଛନ୍ତି। ଏହି ନୂତନ ଆଇନ ଅନୁଯାୟୀ ଆଉ ଶ୍ରମିକନେତା ବୋର୍ଡ ସଦସ୍ୟ ହୋଇ ପାରିବେ ନାହିଁ। ୟୁନିୟନ ନିର୍ବାଚନ ଲଢ଼ିବ। ସଂଖ୍ୟାଗରିଷ୍ଠ ହେଲେ ସେ ଜଣେ କର୍ମଚାରୀଙ୍କୁ ବୋର୍ଡ ସଦସ୍ୟ କରି ପଠାଇବେ। ଏବେ ସେହି ଅନୁଯାୟୀ ନିର୍ବାଚନ ଓ ବୋର୍ଡ ସଦସ୍ୟଙ୍କ ନାମ ଆଗୁଆ ସାର୍ବଜନୀନ କରୁଛନ୍ତି। ବୋର୍ଡକୁ ୩ ବର୍ଷ ପାଇଁ ୨ ଜଣ ସଦସ୍ୟ ପଠାଯିବ।
ସମ୍ପୃକ୍ତ ସଦସ୍ୟ ବନ୍ଦରର ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ଆବଶ୍ୟକ। ଏହି ସଦସ୍ୟମାନେ କର୍ମଚାରୀ ଓ ଶ୍ରମିକଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ପାରାଦୀପ ବନ୍ଦର ପ୍ରାଧିକରଣ ମୁଖ୍ୟ ତଥା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବେ। ମାତ୍ର ଏବେ ନିର୍ବାଚିତ ହେବାକୁ ଥିବା ସଦସ୍ୟମାନେ ଅଧ୍ୟକ୍ଷଙ୍କ ସମ୍ମୁଖରେ ଦାବି ଉଠାଇ ପାରିବେ କି ନାହିଁ ସେନେଇ ଆଲୋଚନା ଜୋର ଧରିଛି। ପୂର୍ବରୁ ଅଧିକ ଭୋଟ ପାଇଥିବା ୟୁନିୟନ ବର୍ଷୀୟାନ ଶ୍ରମିକନେତା କିମ୍ବା ରାଜନେତାଙ୍କୁ ଟ୍ରଷ୍ଟି ଚୟନ କରି ପଠାଯାଉଥିଲା। ଉଦାହରଣସ୍ବରୂପ ପ୍ରଭାତ ସାମନ୍ତରାୟ, ପଞ୍ଚାନନ କାନୁନଗୋ, ସୁକାନ୍ତ ଦଳେଇଙ୍କ ଭଳି ଲମ୍ବା ତାଲିକା ରହିଛି। ଏବେର ପରିବର୍ତ୍ତିତ ନିୟମାନୁସାରେ କେତେଜଣ ଶ୍ରମିକନେତା ଅଧିକ ଭୋଟ ହାତେଇବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି।କାରଣ ସେମାନଙ୍କର ବନ୍ଦର ଭିତରେ ଥିବା ଏକାଧିକ କମ୍ପାନୀ ସହ ବ୍ୟବସାୟିକ କାରବାର ଚାଲିଛି। ସଦସ୍ୟ ପଦ ମିଳିଲେ ଅଧିକ ବ୍ୟବସାୟ କରିବା, ଚାକିରି ଦେବା ନାଁରେ ଅର୍ଥ ଆଦାୟ, ଠିକାଦାରି ଅଧିକ ମିଳିବାର ଆଶା ରହିଛି। ସେଥିପାଇଁ ଏବେ ବୋର୍ଡ ଅଫ ସଦସ୍ୟ ନିର୍ବାଚନ ସାଧାରଣ ନିର୍ବାଚନଠାରୁ ବଳିଗଲାଣି ବୋଲି ଆଲୋଚନା ହେଉଛି। ଏନେଇ ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରୀୟ ଶ୍ରମ ପ୍ରବର୍ତ୍ତନ ଅଧିକାରୀ ରଶ୍ମିତା ସାହୁ କୁହନ୍ତି, ଅଭିଯୋଗ ସମ୍ପର୍କରେ ତର୍ଜମା କରାଯିବ। ସତ୍ୟାସତ୍ୟ ମିଳିଲେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri