ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି। ଗର୍ଗ ଏହି ଦାୟିତ୍ୱ ପାଇବା ପରେ ତାଙ୍କ ହାତରେ ଥିବା ଦାୟିତ୍ୱଗୁଡ଼ିକୁ ଏବେ ଅନ୍ୟ କେଉଁ ଅଫିସରମାନଙ୍କ ମଧ୍ୟରେ ବଣ୍ଟାଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗର୍ଗ ଉନ୍ନୟନ କମିଶନର ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଯୋଜନା ଓ ସଂଯୋଜନ ଏବଂ ଅତିରିକ୍ତ ଭାବେ ଜଳ ସମ୍ପଦ ବିଭାଗର ଦାୟିତ୍ୱରେ ରହିଛନ୍ତି। ତେଣୁ ରାଜ୍ୟର ପରବର୍ତ୍ତୀ ଉନ୍ନୟନ କମିଶନର କିଏ ହେବେ ସେଥିପ୍ରତି ସମସ୍ତଙ୍କ ବିଶେଷ ନଜର ରହିଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଗୁଡିକୁ ରାଜ୍ୟ ସରକାର ଏବେ ଅନ୍ୟ ଦକ୍ଷ ଅଫିସରମାନଙ୍କ ମଧ୍ୟରେ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିବେ।
ବର୍ତ୍ତମାନ ଗୃହ ବିଭାଗ ସାଙ୍ଗକୁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁଙ୍କ ନାଁକୁ ନେଇ ଆଲୋଚନା ଜୋର୍‌ ଧରିଛି। ତାଙ୍କଠାରୁ ବରିଷ୍ଠ ଭାବେ ଯେଉଁ ଓଡ଼ିଶା କ୍ୟାଡର୍‌ ଅଫିସର ଅଛନ୍ତି, ସେମାନେ ଏବେ ଦିଲ୍ଲୀରେ ଡେପୁଟେଶନରେ ରହିଛନ୍ତି। ତାଙ୍କଠାରୁ କନିଷ୍ଠ ଆଇଏଏସ୍‌ ଅଫିସର ଓଡ଼ିଶାର ମୁଖ୍ୟ ଶାସନ ସଚିବ ହେବାପରେ ସେମାନେ ଓଡ଼ିଶା ଆସି ଉନ୍ନୟନ କମିଶନର ଦାୟିତ୍ୱ ନେବା ସମ୍ଭାବନା ସେପରି ନାହିଁ। ଅନ୍ୟପଟେ ଅନୁଙ୍କ ହାତରେ ରହିଥିବା ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ତଥା ଯୋଜନା ଓ ସଂଯୋଜନ ଏବଂ ଜଳ ସମ୍ପଦ ଦାୟିତ୍ୱ କାହାକୁ ଯିବ ତାହା ମଧ୍ୟ ଚର୍ଚ୍ଚାରେ ଅଛି। କାରଣ ଏହି ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସରକାରରେ ରହିଥାଏ। ଆସନ୍ତା ୩୧ ଡିସେମ୍ୱରରେ ଅବସର ନେବାକୁ ଥିବା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ରାଜ୍ୟ ସରକାର ତାଙ୍କୁ କେଉଁଠାରେ ଥଇଥାନ କରିବେ ନା ନାହିଁ ତାହା ମଧ୍ୟ ଆଲୋଚନାର ବିଷୟ। କାରଣ ପୂର୍ୱରୁ ଅନେକ ଥର ଏଭଳି ଦେଖିବାକୁ ମିଳିଛି, ଯେଉଁମାନେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି, ସେମାନଙ୍କୁ ସରକାର ଅନ୍ୟ ସ୍ଥାନରେ ଥଇଥାନ କରିଛନ୍ତି। ଏହା ପୂର୍ୱରୁ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନା ବର୍ତ୍ତମାନ ଓଇଆର୍‌ସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ପୂର୍ୱରୁ ଥିବା ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅବସର ପରେ ତତ୍କାଳୀନ ସରକାର ତାଙ୍କୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ପୂର୍ୱରୁ ଅସିତ୍‌ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥିଲେ। ସେ ଆଗୁଆ ଅବସର ନେଇଥିଲେ ସୁଦ୍ଧା ତତ୍କାଳୀନ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଏହିପରି ଅନେକ ଉଦାହରଣ ରହିଛି। ଯଦିଓ ରାଜ୍ୟରେ ନୂଆ କରି ଭାଜପା ସରକାର ଆସିଛି, ଏହି ସମୟରେ ଆହୁଜାଙ୍କ କ୍ଷେତ୍ରରେ କ’ଣ ନିଷ୍ପତ୍ତି ହେବ ତାହା ଚର୍ଚ୍ଚାରେ ଅଛି।
ସୂଚନାଯୋଗ୍ୟ, ଆହୁଜା ଓଡ଼ିଶାର ମୁଖ୍ୟ ଶାସନ ସଚିବ ସହିତ ରାଜ୍ୟ ସରକାରଙ୍କ ମୁଖ୍ୟ ରେସିଡେନ୍ସ କମିଶନର, ନୂଆଦିଲ୍ଲୀ ମଧ୍ୟ ରହିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଦିଗରେ ତ୍ୱରିତ ବେଗ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ବଙ୍ଗଳା ମିଳିଛି। ସେଠାରୁ ରାଜ୍ୟ ସରକାରଙ୍କ ଅନେକ କାର୍ଯ୍ୟ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି। ତେଣୁ ନୂଆଦିଲ୍ଲୀରେ ଥିବା କାର୍ଯ୍ୟଗୁଡ଼ିକୁ ତ୍ୱରିତ କରିବା ଏବଂ ତା’ର ତର୍ଜମା ଲାଗି ଆହୁଜାଙ୍କୁ ରାଜ୍ୟ ସରକାର କିଛି ନୂଆ ଦାୟିତ୍ୱ ଦେଇପାରନ୍ତି ବୋଲି ଯାହା ଚର୍ଚ୍ଚା ଆରମ୍ଭ ହୋଇଛି ତାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ଅନ୍ୟପଟେ ୧ ମାର୍ଚ୍ଚ ୧୯୬୯ରେ ଜନ୍ମଗ୍ରହଣ କରିଥିବା ଅନୁ ଗର୍ଗଙ୍କ କାର୍ଯ୍ୟକାଳ ୨୦୨୯ ମାର୍ଚ୍ଚରେ ଶେଷ ହେବ। ତାହାକୁ ଦେଖିଲେ ଅନୁ ଗର୍ଗ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିବା ଏକ ପ୍ରକାର ନିଶ୍ଚିତ। ଦରକାର ପଡ଼ିଲେ ସରକାର ତାଙ୍କ କାର୍ଯ୍ୟକାଳ ସେହି ସମୟରେ ବୃଦ୍ଧି କରିପାରନ୍ତି। ଏବେ ଗର୍ଗଙ୍କଠାରୁ ଓଡ଼ିଶା କ୍ୟାଡର୍‌ର ୨ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର ୧୯୯୦ ବ୍ୟାଚ୍‌ର ସଞ୍ଜୀବ ଚୋପ୍ରା ଏବଂ ଗୁଡ୍ଡି ଶ୍ରୀନିବାସ ଦିଲ୍ଲୀରେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ସଞ୍ଜୀବ ଚୋପ୍ରାଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୭ରେ ଶେଷ ହେବ। ସେହିପରି ଜି. ଶ୍ରୀନିବାସଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୬ରେ ସରିବ। ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବାପରେ ତାଙ୍କଠାରୁ ଓଡ଼ିଶାରେ କେହି ବରିଷ୍ଠ ଆଇଏଏସ୍‌ ଅଫିସର ନାହାନ୍ତି। ସେହି ବ୍ୟାଚ୍‌ର ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁ ୧୯୯୧ ବ୍ୟାଚ୍‌ର ହେଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ଅନୁ ଗର୍ଗ ଆଗରେ ରହିଛନ୍ତି। ସତ୍ୟବ୍ରତଙ୍କ କାର୍ଯ୍ୟକାଳ ଜୁନ୍‌ ୨୦୨୭ରେ ଶେଷ ହେବ। ସେହିପରି କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସଞ୍ଜୟ ରସ୍ତୋଗୀ ଜାନୁଆରୀ ୨୦୨୭ରେ ଅବସର ନେବେ। ତେଣୁ ଏହାକୁ ଦୃଷ୍ଟିଦେଲେ ଜଣାପଡୁଛି, ସଞ୍ଜୀବ ଚୋପ୍ରା, ଜି. ଶ୍ରିନିବାସ, ସତ୍ୟବ୍ରତ ସାହୁ ଏବଂ ସଞ୍ଜୟ ରସ୍ତୋଗୀଙ୍କ ମୁଖ୍ୟ ଶାସନ ସଚିବ ହେବା ସମ୍ଭାବନା କ୍ଷୀଣ।


Enter your email to get our daily news in your inbox.

All Right Reserved By Dharitri.Com

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି...

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri