ଭାରତ ବିରୋଧରେ ହେଉଛି ବଡ଼ ଷଡଯନ୍ତ୍ର! ବାଂଲାଦେଶ ପହଞ୍ଚିଲେ ପାକ ବୈଦେଶିକ ମନ୍ତ୍ରୀ

ଢାକା,୨୪।୮: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ବାଂଲାଦେଶ ଗସ୍ତରେ ଆସିଛନ୍ତି। ଗତ ବର୍ଷ ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ପରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ସମୟରେ ସେ ପଡ଼ୋଶୀ ଦେଶକୁ ଆସିଛନ୍ତି। ଦାର ଏକ ସ୍ବତନ୍ତ୍ର ବିମାନ ମାଧ୍ୟମରେ ଢାକାରେ ପହଞ୍ଚିଛନ୍ତି। ୨୦୧୨ ପରେ ବାଂଲାଦେଶ ଗସ୍ତରେ ଆସିଥିବା ଇସାକ ଦାର ହେଉଛନ୍ତି ସବୁଠାରୁ ବରିଷ୍ଠ ପାକିସ୍ତାନୀ ନେତା।
ପାକିସ୍ତାନ ଏହାକୁ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି। ବାଂଲାଦେଶର ବୈଦେଶିକ ସଚିବ ଅସଦ ଆଲାମ ସିଆମ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦାରଙ୍କୁ ସ୍ବାଗତ କରିଥିଲେ। ହିନା ରବାନୀ ଖାର ନଭେମ୍ବର ୨୦୧୨ରେ ଢାକା ଗସ୍ତ କରିଥିବା ପାକିସ୍ତାନର ଶେଷ ବୈଦେଶିକ ମନ୍ତ୍ରୀ ଥିଲେ। ସେ ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିମନ୍ତ୍ରଣ କରିଥିଲେ।
ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନର ଶୀର୍ଷ କୂଟନୀତିଜ୍ଞ ରବିବାର ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିପାରନ୍ତି, ଯେଉଁଠାରେ ଅନେକ ଚୁକ୍ତି ଏବଂ ଏମଓୟୁ ସ୍ବାକ୍ଷରିତ ହେବାର ସମ୍ଭାବନା ଅଛି। ତାଙ୍କ କାର୍ଯ୍ୟକ୍ରମ ସହିତ ପରିଚିତ ଜଣେ ଅଧିକାରୀ କହିଛନ୍ତି ଯେ ଇସାକ ଦାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଭେଟିପାରିବେ। ଏହା ବ୍ୟତୀତ, ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷ ଖାଲେଦା ଜିଆ ଏବଂ ଜମାତ-ଏ-ଇସଲାମୀ ନେତାମାନଙ୍କୁ ମଧ୍ୟ ଭେଟିପାରିବେ।
ସୂଚନାଯୋଗ୍ୟ, ବାଂଲାଦେଶର ସର୍ବବୃହତ ଇସଲାମିକ ଦଳ ଜମାତ-ଏ-ଇସଲାମିକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସମର୍ଥନ କରୁଛି। ଜମାତ-ଏ-ଇସଲାମି ହେଉଛି ବାଂଲାଦେଶରେ ଶରିଆ ଆଇନକୁ ସମର୍ଥନ କରୁଥିବା ଦଳ। ଏହାକୁ ବାଂଲାଦେଶରେ ମୁସଲିମ ବ୍ରଦରହୁଡର ଆଦର୍ଶ ଶାଖା ମଧ୍ୟ ବିବେଚନା କରାଯାଏ। ଦାର ଢାକାରେ ପାକିସ୍ତାନ ହାଇକମିଶନରେ ଜମାତ-ଏ-ଇସଲାମି ନେତାମାନଙ୍କୁ ଭେଟିଥିଲେ ଏବଂ ବାଂଲାଦେଶ ଜମାତ-ଏ-ଇସଲାମି ନେତା ଅବଦୁଲ୍ଲା ମହମ୍ମଦ ତାହିର କହିଛନ୍ତି ଯେ ଉଭୟ ସରକାରଙ୍କୁ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ପଡିବ। ତାହିର କହିଛନ୍ତି ଯେ ବାଂଲାଦେଶରେ ଆଗାମୀ ଜାତୀୟ ନିର୍ବାଚନ ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି।
ବାଂଲାଦେଶରେ, ଜମାତ-ଏ-ଇସଲାମିକୁ ସର୍ବଦା ପାକିସ୍ତାନ ସମର୍ଥିତ ଦଳ ଭାବରେ ଦେଖାଯାଇଛି। ଏହା ସେହି ଦଳ ଯିଏ ବାଂଲାଦେଶର ସ୍ବାଧୀନତା ସଂଗ୍ରାମକୁ ବିରୋଧ କରିଥିଲା ଏବଂ ପାକିସ୍ତାନ ସହିତ ଥିଲା। ଏହି ଦଳ ବଙ୍ଗୀୟ ନାଗରିକଙ୍କ ଗଣହତ୍ୟାରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା ଏବଂ ସେମାନେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ଭଲ ସମ୍ପର୍କ ଚାହାଁନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri