Categories: ବାଣିଜ୍ୟ

ନଭେମ୍ବରରେ ୧୭ ଦିନ ବ୍ୟାଙ୍କ ଛୁଟି

ଚଳିତ ବର୍ଷ ନଭେମ୍ବର ମାସ ଆରମ୍ଭରୁ ସାରା ଦେଶରେ ପର୍ବପର୍ବାଣି ଓ ସରକାରୀ ଛୁଟିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରାଯାଇଛି। ନଭେମ୍ବରରେ ଧନ୍‌ତେରସ, ଦୀପାବଳି, ଭାଇ ଦୁଜ୍‌, ଛଟ୍‌ପୂଜା ଏବଂ ଗୁରୁନାନକ ଜୟନ୍ତୀ ଭଳି ଅନେକ ପର୍ବପର୍ବାଣି ପଡୁଛି। ସେହିଭଳି କେତେକ ରାଜ୍ୟରେ ସେଠାକାର ସ୍ଥାନୀୟ ପର୍ବପର୍ବାଣି ଆଧାରରେ ବ୍ୟାଙ୍କ ଛୁଟି ରହିବ। ଏପରି କି ନଭେମ୍ବରରେ ୪ଟି ରବିବାର ଓ ୨ଟି ଶନିବାର ପଡୁଥିବାରୁ ସାଧାରଣ ଭାବେ ୬ଟି ବ୍ୟାଙ୍କ ଛୁଟି ରହୁଛି। ନଭେମ୍ବର ୩୦ ଦିନରୁ ମୋଟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଆର୍‌ବିଆଇ ସୂଚନା ମିଳିଛି।

Share