କରାଚି ପୋଲିସ ମୁଖ୍ୟାଳୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

କରାଚି,୧୭।୨: ପାକିସ୍ତାନର କରାଚିରେ ଶୁକ୍ରବାର ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆଠରୁ ଦଶ ଜଣ ଆତଙ୍କବାଦୀ କରାଚି ପୋଲିସ ମୁଖ୍ୟାଳୟ(କେପିଓ)ରେ ପ୍ରବେଶ କରି ଅତର୍କିତ ଗୁଳି ଚଳାଉଛନ୍ତି। ସେମାନଙ୍କ ପାଖରେ ଅଧିକ ମାତ୍ରାରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ରହିଛି। ପାକିସ୍ତାନ ରେଞ୍ଜର୍ସ ଏବଂ ପୋଲିସ ବାହିନୀ ଏଆଇଜି କାର୍ଯ୍ୟାଳୟ ନିକଟରେ ଥିବା ଅଞ୍ଚଳକୁ ଘେରି ରହିଛନ୍ତି। କେପିଓ ନିକଟରେ ବହୁ ସଂଖ୍ୟାରେ ସିନ୍ଧ ପୋଲିସ ଏବଂ ପାକିସ୍ତାନ ରେଞ୍ଜର୍ସ ନିୟୋଜିତ ହୋଇଛନ୍ତି। ଏହା ସହିତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି।

Share