ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍ର ରିଜିଓନାଲ ଷ୍ଟାଡିୟମ୍ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ ଦଳ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ପ୍ରଥମ ଦିନିକିଆରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳି ନ ଥିଲା। ଏହାକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ଆଶା କରାଯାଉଛି।
ମହମ୍ମଦ ସିରାଜ ଭାରତୀୟ ଦଳର ଜଣେ ଅଭିଜ୍ଞ ଦ୍ରୁତ ବୋଲର। ତେଣୁ ତାଙ୍କୁ ଦ୍ୱିତୀୟ ମ୍ୟାଚ୍ରେ ଖେଳାଇବା ନେଇ ଦଳ ପରିଚାଳନା ବିଚାର କରିପାରେ। କିନ୍ତୁ ସିରାଜ ଦଳକୁ ଫେରିଲେ ଜଣେ ବୋଲରଙ୍କୁ ବାହାରେ ବସିବାକୁ ପଡ଼ିବ।
ପ୍ରଥମ ଦିନିକିଆରେ ଅର୍ଶଦୀପ ସିଂହ, ଆକିବ ନବି, ଅଂଶୁଲ କାମ୍ବୋଜ ଓ ଗୁରନୂର ବରାର ଖେଳିଥିଲେ। ସମସ୍ତେ ଭଲ ବୋଲିଂ କରିଥିଲେ। ତେବେ ସିରାଜଙ୍କ ଫେରିବା ସ୍ଥିତିରେ ଆକିବ ନବିଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇପାରେ ବୋଲି ଆକଳନ କରାଯାଉଛି।
ସିରାଜଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ବେଶ ଅଭିଜ୍ଞତା ରହିଛି। ବିଶେଷକରି ଡେଥ ଓଭରରେ ତାଙ୍କ ବୋଲିଂ ଭାରତ ପାଇଁ ଉପଯୋଗୀ ହୋଇପାରେ। ନ୍ୟୁଜିଲାଣ୍ଡର ପରିସ୍ଥିତିରେ ମଧ୍ୟ ତାଙ୍କ ଅଭିଜ୍ଞତା ଦଳକୁ ଫାଇଦା ଦେଇପାରେ। ତେବେ ପିଚ୍ର ସ୍ଥିତି ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଦ୍ୱିତୀୟ ଦିନିକିଆ ପାଇଁ ଏମିତି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ
ଓପନିଂ ଦାୟିତ୍ୱରେ ଅଧିନାୟକ ଶୁବମନ ଗିଲ ଓ ରୋହିତ ଶର୍ମା ରହିପାରନ୍ତି। ତୃତୀୟ ସ୍ଥାନରେ ବିରାଟ କୋହଲି ଖେଳିବେ। ପ୍ରଥମ ମ୍ୟାଚ୍ରେ କୋହଲି ୭୪ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ। ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର ଏବଂ ପରବର୍ତ୍ତୀ କ୍ରମରେ ଅକ୍ଷର ପଟେଲ, କେଏଲ ରାହୁଲ ଓ ନମନ ଧୀରଙ୍କୁ ସୁଯୋଗ ମିଳିପାରେ। ବୋଲିଂ ବିଭାଗରେ ଅଂଶୁଲ କାମ୍ବୋଜ, ଗୁରନୁର ବରାର, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ରହିପାରନ୍ତି।
ଦ୍ୱିତୀୟ ଦିନିକିଆ ପାଇଁ ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ:
ଶୁଭମନ ଗିଲ (ଅଧିନାୟକ),ରୋହିତ ଶର୍ମା, ବିରାଟ କୋହଲି,ଶ୍ରେୟସ ଆୟର,ଅକ୍ଷର ପଟେଲ, କେଏଲ ରାହୁଲ (ଉଇକେଟ୍ କିପର), ନମନ ଧୀର,ଅଂଶୁଲ କାମ୍ବୋଜ, ଗୁରନୁର ବରାର,ଅର୍ଶଦୀପ ସିଂହ ମହମ୍ମଦ ସିରାଜ।