Posted inଜାତୀୟ

କ୍ଷମତାଶାଳୀ-ସାଧାରଣଙ୍କ ପାଇଁ ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ…

ଥିରୁଭାନନ୍ତପୁରମ୍‌, ୨୨।୨ : ଆଇନ ସଭିଙ୍କ ପାଇଁ ସମାନ। ସମାଜରେ କ୍ଷମତାଶାଳୀ ଏବଂ ସାଧାରଣ ଲୋକଙ୍କ ଲାଗି ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ଅଞ୍ଚଳରେ ବହୁ ବେଆଇନ ପତାକା ସ୍ତମ୍ଭ ନିର୍ମାଣ କରାଯାଇଛି। ଏନେଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏହାର ଅବମାନନା କରାଯାଉଥିବାରୁ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବିଚାରପତି ଦେଓ୍ବାନ୍‌ ରାମଚନ୍ଦ୍ରନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିନା ଅନୁମତିରେ ଏଭଳି କରାଯିବାକୁ ବାରଣ କରିଛନ୍ତି। କ୍ଷମତାଶାଳୀ ଲୋକଙ୍କୁ ଏଭଳି ନିଜ ଇଛା ଅନୁସାରେ ଏଭଳି ନ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତିି। ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଆଡଭୋକେଟ୍‌ ଜେନେରାଲ ଅଶୋକ ଏମ୍‌. ଚେରିଆନ୍‌ ଏବଂ ବରିଷ୍ଠ ସରକାରୀ ଆଇନଜୀବୀ ଏସ୍‌.ଖାନ୍ନା କହିଥିଲେ ଯେ,ରାଜ୍ୟ ପ୍ରଶାସନିକ କଳ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। କୌଣସି ନୂତନ ପତାକା ସ୍ତମ୍ଭ ନିର୍ମାଣ ବିନା ଅନୁମତିରେ ଯେପରି ନ ହୁଏ ସେନେଇ ନୋଟିସ୍‌ ମଧ୍ୟ ଜାରି ହୋଇଛି।

ଏନେଇ ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ଆଶ୍ୱାସନା ଦେଇ ନାହାନ୍ତି ଯେ ଭବିଷ୍ୟତରେ ନୂଆ ପତାକା ସ୍ତମ୍ଭ ନିର୍ମାଣ ହେବ ନାହିଁ। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କିଛି କରୁ ନାହାନ୍ତି ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ବେଆଇନ ଭାବେ ପତାକା ସ୍ତମ୍ଭ ନିର୍ମାଣ ହେଉଥିବା ନେଇ ଆଇନଜୀବୀ ଆର୍‌.ଟି.ପ୍ରଦୀପଙ୍କ ଦ୍ୱାରା ଏକ ସମବାୟ ସମିତି ପକ୍ଷରୁ ହାଇକୋର୍ଟରେ ପିଟିଶନ୍‌ ଦାଖଲ କରିଥିଲେ। ମାର୍ଚ୍ଚ ୨୮ ସୁଦ୍ଧା ଏସମ୍ପର୍କିତ ନୀତି ନିର୍ଦ୍ଧାରଣ କରିବା ଲାଗି ଖଣ୍ଡପୀଠଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Video: ଶ୍ରୀଲଙ୍କାରେ ପାକିସ୍ତାନ ଟିମ୍‌କୁ ଏମିତି କରାଗଲା ସ୍ବାଗତ! ଭାଇରାଲ ଭିଡ଼ିଓକୁ ନେଇ ମଜା ଉଡାଉଛନ୍ତି ୟୁଜର

ନୂଆଦିଲ୍ଲୀ,୧୦।୨: ICC T20 ବିଶ୍ୱକପ 2026 ଆରମ୍ଭ ହୋଇସାରିଛି, ଏବଂ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ ଖେଳୁଛି। ତଥାପି, କ୍ରିକେଟ ଅପେକ୍ଷା ଅଧିକ ଆଲୋଚନା…

VIDEO: ବ୍ୟସ୍ତବହୁଳ ରାସ୍ତାରେ କ୍ରାଶ ଲ୍ୟାଣିଂ କଲା ବିମାନ, ଅନେକ କାର ସହିତ ଧକ୍କା…

ନୂଆଦିଲ୍ଲୀ, ୧୦।୨: ଆମେରିକାର ଜର୍ଜିଆରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଜର୍ଜିଆର ଗେନ୍ସଭିଲରେ ରାସ୍ତା ମଝିରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ…

ଏହିଦିନ ଭାରତ ସହ ମୁକାବିଲା କରିବ ‘ଡ୍ରାମେବାଜ୍‌’, ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛି। ଫେବୃଆରୀ ୧ରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଟି-୨୦ ବିଶ୍ୱକପରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri