ଏବେ ବି ୪.୭୨ ଲକ୍ଷ ଜଳବନ୍ଦୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଫଳରେ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସପାଇଛି। ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲାର ଭୋଗରାଇରେ ୨୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳର ଫିରିଙ୍ଗିଆରେ ୨୧୧, ଟିକାବାଲିରେ ୧୯୬, ଚକାପାଦରେ ୧୮୬, ସମ୍ବଲପୁରରେ ୧୮୫.୨, ମୟୂରଭଞ୍ଜର କୁସୁମିରେ ୧୭୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା ନଦୀର ଜଳ ପତ୍ତନ ବୃଦ୍ଧିପାଉଛି। ଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ଶନିବାର ରାତି ୮ଟାରେ ଝାଡ଼ଖଣ୍ଡର ଗାଲୁଡିହରେ ୧୪ଟି ଗେଟ୍‌ ଖୋଲାଯିବା ଯୋଗୁ ସୁବର୍ଣ୍ଣରେଖା ନଦୀରେ ବଡ଼ଧରଣର ବନ୍ୟା ଆଶଙ୍କା ଉପୁଜିଛି। ଏନେଇ ସତର୍କ ରହିବାକୁ ମୟୂରଭଞ୍ଜ, ବାଲେଶ୍ୱର ଜିଲାପାଳଙ୍କୁ କୁହାଯାଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆରସି ଜେନା କହିଛନ୍ତି ଯେ, ଲଘୁଚାପ ଅବପାତରେ ପରିଣତ ହୋଇ ଓଡ଼ିଶା ଅତିକ୍ରମ କରିସାରିଛି। ଏବେ ହୀରାକୁଦରେ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଆବଶ୍ୟକ ସ୍ଥଳେ ଉକ୍ତ ୪ଟି ଗେଟ୍‌କୁ ମଧ୍ୟ ବନ୍ଦ କରି ଦିଆଯାଇପାରେ। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୧୮୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୬୮୫ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ମହାନଦୀର ଖଇରମାଳଠାରେ ୫ ଲକ୍ଷ ୯୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ବଡ଼ମୂଳଠାରେ ୭ ଲକ୍ଷ ୬୭ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ସେହିପରି ମୁଣ୍ଡଳିଠାରେ ୮ ଲକ୍ଷ ୩୫ ହଜାର ୬୭୨ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ୍ରାସପାଉଛି ବୋଲି ଏସ୍‌ଆରସି କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ ଜିଲାର ୭୩ ବ୍ଲକ୍‌ ୬୦୭ ପଞ୍ଚାୟତର ୨୨୩୨ ଗ୍ରାମ ପ୍ରଭାବିତ ହୋଇଛି। ୭୬୩ ଗ୍ରାମ ପାଣିଘେରରେ ରହିଥିବା ବେଳେ ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପ୍ରାୟ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଅଞ୍ଚଳର ୨୪୮ ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବନ୍ୟାରେ ୧୮୬୬ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲଗାଣ ବର୍ଷାରେ ୩୯୧୬ ଘର ଭାଙ୍ଗିଯାଇଛି। ସେହିପରି ଲଗାଣ ବର୍ଷାରେ ୮ ଜିଲାର ୫୨ ବ୍ଲକ ୨୬୩ ପଞ୍ଚାୟତ ଅଧୀନ ୫୨୪ ଗ୍ରାମର ୨୬,୯୮୨ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଅଞ୍ଚଳରେ ୧୪ ରିଲିଫ୍‌ କେନ୍ଦ୍ରରେ ୨ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ହାରାହାରି ୪୨.୬ ମିଲିମିଟର ବର୍ଷା ହୋଇଥିବାବେଳେ କନ୍ଧମାଳରେ ସର୍ବାଧିକ ୧୩୫.୫ ମି.ମି., ମୟୂରଭଞ୍ଜରେ ୧୨୫.୨ ମି.ମି., ବୌଦ୍ଧରେ ୯୮.୮ ମି.ମି., ବାଲେଶ୍ୱରରେ ୯୭.୧ ମି.ମି., କଳାହାଣ୍ଡିରେ ସର୍ବାଧିକ ୯୨.୬ ମି.ମି. ବର୍ଷା ହୋଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ୩ ଲକ୍ଷ ୮୭ ହଜାର ବିଦ୍ୟୁତ୍‌ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୩ ଲକ୍ଷ ୬୪ ହଜାର ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୬୩ ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲା ଯାଇଥିବାବେଳେ ୧୧୫ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଚିକିତ୍ସା ଟିମ୍‌ ମୁତୟନ ହୋଇଛନ୍ତି। ୪୨ ହଜାର ଓଆରଏସ୍‌ ପ୍ୟାକେଟ୍‌, ୧ ଲକ୍ଷ ୭୭ ହଜାର ହାଲୋଜିନ୍‌ ବଟିକା ବଣ୍ଟାଯାଇଛି। ଏହି ସମୟ ମଧ୍ୟରେ ୬୭୦୦ ସାଧାରଣ ରୋଗର ଚିକିତ୍ସା କରାଯାଇଥିବାବେଳେ ୧୨ ସାପ କାମୁଡ଼ା ଘଟଣାର ଚିକିତ୍ସା କରାଯାଇଛି। ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ ଭେଟେରିନାରି ଟିମ୍‌ ନିୟୋଜିତ ହୋଇଛନ୍ତି। ୪୦୭ କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ୧୮ ହଜାରରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ୧୦ ଜିଲାକୁ ୬୧୩.୯୮୩ ମେଟ୍ରିକ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟାଞ୍ଚଳରେ ୧୬୦ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ ୯ ପାଇପ୍‌ ଲାଇନ୍‌କୁ ସ୍ବାଭାବିକ କରାଯାଇଛି। ୬୧୮ ନଳକୂପକୁ ବିଶୋଧନ କରାଯାଇଛି। ୧ ଲକ୍ଷ ୫୦ ହଜାର ପାଣି ବୋତଲ, ୭ ଲକ୍ଷ ୫୦ ହଜାର ପାଣି ପାଉଚ୍‌ ବଣ୍ଟାଯାଇଛି। ୧୫୩ ଭ୍ରାମ୍ୟମାଣ ଜଳ ଯୋଗାଣ ଟ୍ୟାଙ୍କର ନିୟୋଜିତ କରାଯାଇଛି ବୋଲି ଏସ୍‌ଆରସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri