Categories: ଜାତୀୟ

ଦେଶରେ ଅଛନ୍ତି ମାତ୍ର ୨ ରାଜ୍ୟପାଳ: ସଞ୍ଜୟ

ମୁମ୍ବାଇ,୧୬ ।୧୦: ଶିବସେନା ଏମ୍‌ପି ସଞ୍ଜୟ ରାଉତ ପୁଣିଥରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ରାଜ୍ୟପାଳ ଭଗତ ସିଂ କୋଶୟାରି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଚାଲିଛି । ରାଜ୍ୟପାଳ ମନ୍ଦିର ନ ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହାପରେ ମନ୍ଦିର ଖୋଲିବାକୁ ନେଇ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଦେଶରେ କେବଳ ୨ ଜଣ ରାଜ୍ୟପାଳ ଅଛନ୍ତି ଜଣେ ପଶ୍ଚିମବଙ୍ଗରେ ଓ ଅନ୍ୟଜଣେ ମହାରାଷ୍ଟ୍ରରେ । ଅନ୍ୟ କେଉଁଠି ରାଜ୍ୟପାଳ ଥିବା ଭଳି ମୋର ମନେ ହେଉନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ରାଜ୍ୟପାଳ କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କ ରାଜନୈତିକ ଏଜେଣ୍ଟ । କାରଣ ଏମାନେ କେବଳ ରାଜନୈତିକ କାମ କରନ୍ତି । ଯେମିତି ପଶ୍ଚିମବଙ୍ଗ ରାଜ୍ୟପାଳ ସବୁବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ନେଇ ଆଲୋଚନା କରନ୍ତି ଠିକ୍ ସେହିପରି ମହରାଷ୍ଟ୍ରର ରାଜ୍ୟପାଳ ବି ମୁଖ୍ୟମନ୍ତ୍ରୀଙ୍କ କାମକୁ ନେଇ ଆଲୋଚନା କରନ୍ତି ବୋଲି ସଞ୍ଜୟ କହିଛନ୍ତି ।

Share