୬ କ୍ଷେତ୍ରରୁ ବିଧାୟକ ହୋଇନାହାନ୍ତି ମହିଳା

ବ୍ରହ୍ମପୁର,୧୯ା୩(ନରସିଂହ ସାହୁ):ଗଞ୍ଜାମ ଜିଲାରେ ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ ଆସନରୁ ହୋଇନାହାନ୍ତି ମହିଳା ବିଧାୟକ। ସେଗୁଡ଼ିକ ହେଲା ଛତ୍ରପୁର, ଗୋପାଳପୁର, ପୋଲସରା, ହିଞ୍ଜିଳି, ଦିଗପହଣ୍ଡି ଓ ଭଞ୍ଜନଗର। ଅବଶିଷ୍ଟ ୭ କ୍ଷେତ୍ରରୁ ଅଣକଂଗ୍ରେସ ଓ କଂଗ୍ରେସରୁ ସୁଜ୍ଞାନ କୁମାରୀ ଦେଓ ଖଲ୍ଲିକୋଟ ଆସନରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ହୋଇଥିଲେ। ୨୦୧୯ ନିର୍ବାଚନରେ ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ଓ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ ନିର୍ବାଚିତ ହୋଇଛନ୍ତି। ୧୯୭୭ ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ ରତ୍ନ ମଂଜରୀ ଦେବୀ, ଚିକିଟିରୁ ଉଷା ଦେବୀ ୬ ଥର ବିଧାୟିକା ହୋଇଥିବା ବେଳେ ସୋରଡ଼ାରୁ ଶାନ୍ତି ଦେବୀ ଓ ଉଷାରାଣୀ ପଣ୍ଡା ନିର୍ବାଚିତ ହୋଇଥିଲେ। ପରେ ଆସିକାରୁ ପ୍ରଥମେ ଉଷାରାଣୀ ପଣ୍ଡା ଓ ପରେ ମଂଜୁଳା ସ୍ବାଇଁ ବିଧାନସଭାକୁ ଯିବାର ସୁଯୋଗ ପାଇଛନ୍ତି। ସାନଖେମୁ୍‌ଣ୍ଡିରୁ ୨୦୧୪ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ନନ୍ଦିନୀ ଦେବୀ।
ଅବିଭକ୍ତ ଗଞ୍ଜାମ (ଗଜପତି ସହ) ଜିଲାରେ ୧୫ ବିଧାନସଭା କ୍ଷେତ୍ର ଥିଲା। ସୀମା ନିର୍ଦ୍ଧାରଣ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ଗଞ୍ଜାମରେ ୧୨ ରୁ ୧୩ ଆସନ ହୋଇଥିଲା। ଗଜପତିର ୩ କ୍ଷେତ୍ରରୁ ୨କୁ ଖସିଥିଲା। ପୂର୍ବରୁ ମୋହନା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଥିଲା ଦିଗପହଣ୍ଡି ବ୍ଲକ ଓ ଏନ୍‌ଏସି। ୨୦୦୯ ନିର୍ବାଚନ ବେଳେ ଦିଗପହଣ୍ଡି ବ୍ଲକ ଓ କୁକୁଡ଼ାଖଣ୍ଡି ବ୍ଲକକୁ ନେଇ ଦିଗପହଣ୍ଡି କ୍ଷେତ୍ର ଗଠନ କରାଯାଇଛି। ୧୯୫୭ ନିର୍ବାଚନରେ ବଡ଼ଖେମୁଣ୍ଡି ତଥା ବର୍ତ୍ତମାନର ଦିଗପହଣ୍ଡି ଆସନରୁ ବଡ଼ଖେମୁଣ୍ଡି ରାଣୀ ଅନଙ୍ଗ ମଞ୍ଜରୀ ବିଧାୟିକା ହୋଇଥିବା ତଥ୍ୟ ରହିଛି। ମହିଳାମାନେ ବିଧାନସଭା ଦେଖି ନ ଥିବା ଜିଲାର ୬ ସେଗମେଣ୍ଟକୁ ବିଭିନ୍ନ ଦଳ ଉପେକ୍ଷା କରିଥିବା ଚର୍ଚ୍ଚା ହେଉଛି।
ଆଞ୍ଚଳିକ ଦଳ ବିଜେଡି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦେଉଛି। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବାକୁ ଅନେକ ଯୋଜନା ନବୀନ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି। ଉପରୋକ୍ତ ୬ କ୍ଷେତ୍ରରେ ଅନେକ ମହିଳା ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି। ସେମାନଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳୁ ନ ଥିବା ନାମ ଗୋପନ ରଖି ମହିଳା ବିଜେଡିର ଜଣେ ଟାଣୁଆ ନେତ୍ରୀ କ୍ଷୋଭର ସହ କହିଛନ୍ତି। ୨୦୨୪ ନିର୍ବାଚନ ଲାଗି ପ୍ରମୁଖ ଦଳଗୁଡ଼ିକ ପ୍ରୟାସ କରୁଛନ୍ତି। ବିଜେଡି ମହିଳାଙ୍କ ସଶକ୍ତୀକରଣ ବିଷୟରେ ଅନେକ ପଦକ୍ଷେପ ନେଉଥିବା କହୁଛି। ଏଭଳି ସ୍ଥଳେ ବିଧାୟିକା ହେବାର ସୁଯୋଗ ମିଳି ନ ଥିବା ଜିଲାର ନିର୍ବାଚନମଣ୍ଡଳୀଗୁଡ଼ିକରେ ଆଗାମୀ ନିର୍ବାଚନରେ ମୁଖ୍ୟତଃ ବିଜେଡି ମହିଳା ପ୍ରାର୍ଥୀ ଦେବ ବୋଲି ସେ ଆଶା ରଖିଥିବା ସମ୍ପୃକ୍ତା ନେତ୍ରୀ କହିଛନ୍ତି। ଏଥିସହିତ ଭାଜପା ଓ କଂଗ୍ରେସ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେଲେ ମହିଳା ବିଧାୟିକାରହିତ ନିର୍ବାଚନମଣ୍ଡଳୀରେ ସନ୍ତୁଳନତା ବଜାୟ ରଖିହୁଅନ୍ତା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri