ବଡ଼ ବଜାରରେ ନାହିଁ ଶୌଚାଳୟ: ଲୋକେ ହଇରାଣ

ବ୍ରହ୍ମପୁର ଅଫିସ,୨୬।୧ – ବ୍ରହ୍ମପୁର ସହରର ପ୍ରାଣ କେନ୍ଦ୍ର ବଡ଼ବଜାର। ନିୟମିତ ଗଞ୍ଜାମ ଜିଲା ସମେତ ଅନ୍ୟ ସ୍ଥାନରୁ ବହୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼ ଏଠାରେ ଲାଗିରହିଥାଏ। କିନ୍ତୁ ଦୀର୍ଘବର୍ଷଧରି ବଡ଼ବଜାରର ଶୌଚାଳୟ ସମସ୍ୟା ଦୂରହୋଇ ପାରିନାହିଁ। ଫଳରେ ଦୂରସ୍ଥାନରୁ ଆସୁଥିବା ମହିଳାମାନେ ବହୁ ହଇରାଣ ହେଉଛନ୍ତି। ବଡ଼ବଜାରରେ ମୁଖ୍ୟ ରାସ୍ତାରେ ପାଖାପାଖି ୧୫୦ରୁ ଊର୍ଦ୍ଧ୍ୱ ସୁନା ଓ ଲୁଗା ଦୋକାନ ରହିଛି। ସେହିପରି ବଜାର ଭିତରେ ହୋଲସେଲ ମାର୍କେଟ ଆଦି ରହିଛି। ବାଚୁୱାରିସାହି, ଦେଶୀ ବେହେରାସାହି, ଚନ୍ଦ୍ରମାସାହି, ଇଲୁୱାରିସାହି, ନଡ଼ିଆବଜାର, ରାଜା ଗୁଜୁରି, ମାର୍ଥା ପେଟାସାହି, ଜଙ୍ଗମବାଡ଼ିସାହି ଆଦି ପାଖାପାଖି ୧୦ରୁ ଊର୍ଦ୍ଧ୍ୱ ସାହି ଲାଗି ମାତ୍ର ଗୋଟିଏ ସୁଲଭ ଶୌଚାଳୟ ରହିିଛି। ଯାହା ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ନୁହେଁ। ଏହି କାରଣରୁ ୨୦୧୬ରେ ବଡ଼ବଜାର ଦେଶୀ ବେହେରାସାହିରେ ଦୁଇଟି ମୋବାଇଲ ୟୁରିନାଲ ବିଏମ୍‌ସି ପକ୍ଷରୁ କରାଯାଇଥିଲା। ମାତ୍ର ଅଳ୍ପଦିନରେ ଏହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଏହା ୨୦୧୮ରେ ପୁନଃବ୍ୟବହାରକ୍ଷମ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ନଷ୍ଟ ହୋଇଯାଇଛି। ଯାହାଦ୍ୱାରା ବଡ଼ବଜାର ଶୌଚାଳୟ ସମସ୍ୟା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇରହିଛି। ଏହି କାରଣରୁ ବ୍ୟବସାୟୀମାନେ ରାସ୍ତା ପାର୍ଶ୍ୱକୁ ଶୌଚାଳୟ ଭଳି ବ୍ୟବହାର କରୁଛନ୍ତି। ବାହାରୁ ଆସୁଥିବା ମହିଳାମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ସମସ୍ତ ଅଞ୍ଚଳ ୮ ନମ୍ବର ୱାର୍ଡ ଅଧୀନରେ ଆସଛି। ସେଠାକାର ପୂର୍ବତନ କର୍ପୋରେଟର ପି. ଆଶାରାଣୀଙ୍କ କହିବା ଅନୁଯାୟୀ, ବଡ଼ ବଜାର ଅଞ୍ଚଳର ଶୌଚାଳୟ ସମସ୍ୟା ନେଇ ବହୁବାର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ବଡ଼ବଜାର ଅଞ୍ଚଳରେ ସ୍ଥାନ ଅଭାବ ଯୋଗୁ କାର୍ଯ୍ୟ ଆଗେଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri