ରାସ୍ତା ନାହିଁ, ଗ୍ରାମରେ ପହଞ୍ଚତ୍ପାରୁନି କୌଣସି ଯୋଜନା

ଦଶମନ୍ତପୁର,୨୮ା୮ (ଅରବିନ୍ଦ ନାୟକ ): ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଗ୍ରାମବାସୀଙ୍କୁ ଏଯାଏ ମୌଳିକ ସୁବିଧା ସୁଯୋଗ ମିଳିନାହିଁ। ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଛି। ଜିଲାର ଏପରି ଏକ ଗ୍ରାମ ହେଉଛି ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମ।
ବ୍ଲକରୁ ୯ କି.ମି. ଦୂରରେ ଥିବା ଲୋରେସ ଗ୍ରାମକୁ ଚାରିପଟୁ ପାହାଡ, ପର୍ବତ, ନଦୀ ଓ ଘାଟି ଘେରି ରହିଛି। ୫ କିମି ଦୂରରେ ଥିବା ମରିଚଗୁଡ଼ା ଗ୍ରାମ ନିକଟରେ ପ୍ରବାହିତ ହେଉଛି ଅନ୍ଧରୀ ଗାଡ଼ ନଦୀ। ୩୫ ପରିବାର ବସବାସ କରୁଥିବା ଆମ ଗ୍ରାମରେ ଗମନାଗମନ, ଶିକ୍ଷା, ପାନୀୟ ଜଳ ଏବଂ ବିଦ୍ୟୁତ ସମସ୍ୟା ରହିଛି ବୋଲି କହନ୍ତି ଗ୍ରାମର ଧନୁର୍ଜୟ କମାର, ରାଜୀବ ଜମ୍ବେକା, ଜୁନେଶ ସାଉଁନ୍ତା, ଲବି ସାଉଁନ୍ତା। ଗ୍ରାମକୁ ଆଜିଯାଏ ରାସ୍ତା ନ ଥିବାରୁ ଆମେ ଆମ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛୁ ବୋଲି କହିଛନ୍ତି ଏହି ଗ୍ରାମବାସୀ। ଟୋଙ୍ଗା ଚୁଆ ଓ ପାଖବେଡ଼ା ନାଳ ପାଣି ସେମାନଙ୍କ ଦୈନନ୍ଦିନ ଚଳଣି ଲାଗି ଭରସା। ରାସ୍ତା ନ ଥିବା ହେତୁ କୌଣସି ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଭାର କରି ମରିଚଗୁଡାଯାଏ ନେଇଥାନ୍ତି ଗ୍ରାମବାସୀ। ସେଠାରୁ ଆମ୍ବୁଲାନସ ଅବା ଅନ୍ୟ ଗାଡିରେ ଦଶମନ୍ତପୁର ଡାକ୍ତରଖାନା ନିଅନ୍ତି। ଏଯାଏ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନୈତିକ ଦଳର ନେତାଙ୍କ ପାଦ ଆମ ଗ୍ରାମରେ ପଡି ନ ଥିବା ଗ୍ରାମର ସନାରୀ ଜାନୀ, ଦୁଲା କୁଲିଶିକା, ଧୋବା ସାଉଁନ୍ତା, ପ୍ରତାପ ସାଉଁନ୍ତା, ରଞ୍ଜ ମିଣିଆକା, ଉଦ୍ଧବ ସାଉଁନ୍ତା, ଚନ୍ଦ୍ର ପାଇକ, କାଳିଆ ଜାନୀ, ଲୋଚ ସାଉଁନ୍ତା ପ୍ରମୁଖ କହିଛନ୍ତି। ଆଗାମୀ ନିର୍ବାଚନରେ ଆମେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏସମ୍ପର୍କରେ ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ଗ୍ରାମର ସମସ୍ୟା ଅନୁଧ୍ୟାନ କରି ଗ୍ରାମକୁ ରାସ୍ତା ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ଜଣାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri