ଉପଖଣ୍ଡରେ ନାହାନ୍ତି ୨୨ ଡାକ୍ତର

ବଇଣ୍ଡା, ୭ା୮ – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଖାଲି ପଡ଼ିଛି ୨୨ ଡକ୍ତର ପଦବୀ। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଥିବା ମୋଟ୍‌ ୯ଟି ଡାକ୍ତରଖାନାରେ ଏତେ ସଂଖ୍ୟକ ପଦବୀ ଦୀର୍ଘଦିନ ହେବ ଫାଙ୍କା ଥିଲେ ବି ନିଯୁକ୍ତି ଦିଆଯାଉ ନାହିଁ। ବହୁବାର ଅଭିଯୋଗ, ଆନ୍ଦୋଳନ ସତ୍ତ୍ୱେ ସରକାର ଏ ଦିଗରେ ଧ୍ୟାନ ଦେଉ ନ ଥିବାରୁ ଉପଖଣ୍ଡ ଅଞ୍ଚଳର ହଜାର ହଜାର ରୋଗୀ ଚିକିତ୍ସା ସେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ନ ହେଲେ ପଡ଼ୋଶୀ ବୌଦ୍ଧ, ସମ୍ବଲପୁର ମେଡିକାଲ ଉପରେ ନିର୍ଭର କରୁଛନ୍ତି।
ସୂଚନା ଅନୁଯାୟୀ, ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ମୋଟ୍‌ ଡାକ୍ତର ପଦବୀ ସଂଖ୍ୟା ୧୬। କିନ୍ତୁ ଏଠାରେ ମାତ୍ର ୭ ଜଣ କାର୍ଯ୍ୟରତ ଅଛନ୍ତି। ଚକ୍ଷୁ, ଅର୍ଥୋପେଡିକ, ସ୍ନାୟୁ ବିଭାଗ, ଶଲ୍ୟ, ମେଡିଶିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ସମେତ ୩ଟି ଏମ୍‌ବିବିଏସ୍‌ ପଦବୀ ଖାଲି ପଡିଛି। ୪ ଜଣ ଷ୍ଟାଫ ନର୍ସ ଓ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ପଦବୀ ମଧ୍ୟ ପୂରଣ ହେଉ ନାହିଁ। ସେହିପରି କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସର୍ଜରୀ, ମେଡିଶିନ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ବିଶେଷଜ୍ଞ ଡାକ୍ତର ନାହାନ୍ତି। ୨ ଜଣ ଡାକ୍ତରଙ୍କୁ ବାହାରୁ ଡେପୁଟେଶନରେ ଅଣାଯାଇ କାମ ଚଳାଯାଉଛି। ୨ ଷ୍ଟାଫ ନର୍ସ, ଜନ ସ୍ବାସ୍ଥ୍ୟ ଅଧିକାରୀ ପଦବୀରେ ନିଯୁକ୍ତି ଦିଆଯାଉ ନାହିଁ। ଏହି ବ୍ଲକର ଅଙ୍ଗପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ, ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଡାକ୍ତରଙ୍କ ସହ ଷ୍ଟାଫ ନର୍ସ ପଦବୀ ଖାଲି ପଡିଛି। ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ପତକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କ ସହ ଷ୍ଟାଫନର୍ସ ନାହାନ୍ତି। ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାତ୍ର ୨ ଜଣ ଡାକ୍ତର ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏଠାରେ ମେଡିଶିନ, ସ୍ତ୍ରୀ ଓ ପ୍ରସୂତି, ମେଡିକାଲ ଇନ୍‌ଚାର୍ଜ, ଶିଶୁ ବିଶେଷଜ୍ଞ ଏବଂ ୨ ଷ୍ଟାଫ ନର୍ସ ପଦବୀ ଖାଲି ରହିଛି। ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏମ୍‌ବିବିଏସ୍‌ ଡାକ୍ତର ସହ ଫାର୍ମାସିଷ୍ଟ, ଡ୍ରେସରଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ପାଇକସାହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ପଦବୀ ଖାଲି ରହିଛି। ମହିଳା ସ୍ବାସ୍ଥ୍ୟ କର୍ମୀ, ଡ୍ରେସର, ସୁଇପର, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ନାହାନ୍ତି। ସେହିପରି ଅନେକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା ଔଷଧ ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଭୟ କୁମାର ଦାସ କୁହନ୍ତି, ଆଠମଲ୍ଲିକ ଉପଖଣ୍ଡରେ ଥିବା ସମସ୍ତ ଡାକ୍ତରଖାନାରେ କିପରି ଡାକ୍ତର ପଦବୀ ପୂରଣ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ସରକାର ଡାକ୍ତର ନିଯୁକ୍ତି ଦେଲେ ସଙ୍ଗେ ସଙ୍ଗେ ଖାଲିଥିବା ପଦବୀଗୁଡିକ ପୂରଣ କରାଯିବ।
ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛୁ
ଠାକୁରଗଡ଼ରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହା ଉପରେ ୪ଟି ପଞ୍ଚାୟତର ୧୫ ହଜାର ଲୋକ ନିର୍ଭରଶୀଳ। ହେଲେ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଥଣ୍ଡା କି ଜ୍ୱର ହେଲେ ୧୮ କିଲୋମିଟର ଦୂର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଛି।
-ଅନାମ ଚରଣ ସ୍ବାଇଁ, ଠାକୁରଗଡ଼
ଡ୍ରେସିଂ କରିବାକୁ କେହି ନାହାନ୍ତି
ପାଇକସାହି ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ପଦବୀ ଖାଲି ପଡ଼ିଛି। ଦୁର୍ଘଟଣାରେ ସାମାନ୍ୟ ଆହତଙ୍କ ଡ୍ରେସିଂ କରିବାକୁ ମଧ୍ୟ ଏଠାରେ କର୍ମଚାରୀ ନାହାନ୍ତି। ଫଳରେ ଦୁର୍ଘଟଣାଗ୍ରସ୍ତଙ୍କଠାରୁ ଆରମ୍ଭ କରି ଗର୍ଭବତୀଙ୍କ ଯାଏ ସମସ୍ତଙ୍କୁ ହଇରାଣ ହେବାକୁ ପଡ଼ୁଛି।
-ତରୁଣ ନାୟକ, ପାଇକସାହି
ବର୍ଷେ ହେଲା ପଦବୀ ଖାଲି
୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ଅଧିକ। ମାତ୍ର ବର୍ଷେ ହେବ ଡାକ୍ତର ପଦବୀ ଖାଲି ପଡ଼ିଛି। ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିଲେ ବି ଡାକ୍ତର ନ ଥିବାରୁ ଅନେକ ସମୟରେ ଏଥିରେ ବିଳମ୍ବ ହେଉଛି।
-ସନ୍ତୋଷ କୁମାର ସାହୁ, ହଣ୍ଡପା
ଡେପୁଟେଶନରେ ଡାକ୍ତର
ଅଙ୍ଗପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୪ଟି ପଞ୍ଚାୟତର ୨୦ ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। କିନ୍ତୁ ଏଠାକାର ଡାକ୍ତରଙ୍କୁ କିଶୋରନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଛି। ଅସୁବିଧା ନେଇ ଆଠମଲ୍ଲିକ ବିଧାୟକଙ୍କୁ ଅବଗତ କରାଯାଇଛି।
-ଜିତେନ୍ଦ୍ର ସାହୁ, ତୁରୁଡ଼ା
ସାବତପୁଅ ପରି ଦେଖାଯାଉଛି
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଠମଲ୍ଲିକକୁ ସରକାର ଯେପରି ସାବତପୁଅ ପରି ଦେଖୁଛନ୍ତି। ଏଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ୯ଜଣ ଡାକ୍ତର ନାହାନ୍ତି। ଏହି ପଦବୀ ପୂରଣ ପାଇଁ ଆନ୍ଦୋଳନ କରାଯାଇଛି। ବିଧାୟକ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ହେଲେ ପଦକ୍ଷେପ ନିଆଯାଉ ନାହିଁ।
-ସଂକୀର୍ତ୍ତନ ମେଣ୍ଡୁଲି, ସାମାଜିକ କର୍ମୀ

 

 

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri