ବନ୍ଦର ପୋତାଶ୍ରୟରେ ଲାଗିଲା ୪୦ରୁ ଊର୍ଦ୍ଧ୍ୱ ବୋଟ୍‌

ପାରାଦୀପ,୨୪।୧୦(ସ୍ବ.ପ୍ର.): ସମ୍ଭାବ୍ୟବାତ୍ୟା ପ୍ରଭାବରେ ଶନିବାରଠାରୁ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଏହାଦ୍ୱାରା ମହାନଦୀ ମୁହାଣରେ ପ୍ରଖର କରେଣ୍ଟ (ଅନ୍ତଶ୍ରୋତ) ପ୍ରବାହ ହେଉଛି। ଫଳରେ ସମୁଦ୍ରରେ ଥିବା ମାଛଧରା ବୋଟଗୁଡିକ ଫେରିବାରେ ବାଧା ଉପୁଜିଛି। ଏନେଇ ୪୦ରୁ ଊର୍ଦ୍ଧ୍ୱ ବୋଟ ରବିବାର ପାରାଦୀପ ବନ୍ଦର ପୋତାଶ୍ରୟରେ ଆଶ୍ରୟ ନେଇଛନ୍ତି। ସେହିପରି ଶିବଶକ୍ତି ନାମକ ଗୋଟିଏ ବୋଟ୍‌ ଏରସମା ସୀମାରେ ସମୁଦ୍ର କୂଳ ବାଲି ଉପରକୁ ଚଢ଼ିଯାଇଛି। ବୋଟ୍‌କୁ ଉଦ୍ଧାର କରିବାକୁ କାଠପଟା ଓ ରଶି ଲଗାଇ ପ୍ରୟାସ କରାଯାଉଛି।