Categories: ଜାତୀୟ

ଦେଶରେ କାମ କରୁଛି ୫୯୭ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ,୩୧।୧୨: ଦେଶରେ ସମ୍ପ୍ରତି ୫୯୭ ଫାଷ୍ଟ ଟ୍ରାକ୍‌ କୋର୍ଟ କାମ କରୁଛି। ସେଥିମଧ୍ୟରୁ ୩୨୧ କୋର୍ଟରେ ମୁଖ୍ୟତଃ ପୋକ୍ସୋ ମାମଲାର ବିଚାର କରାଯାଉଛି। ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋର୍ଟଗୁଡ଼ିକ ରହିଛି। ଆଇନମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନା ୨୦୧୮ ତୁଳନାରେ ୨୦୧୯ରେ ୪୬ ପ୍ରତିଶତ ଅଧିକ ହୋଇଛି। ସେସବୁ ମଧ୍ୟରେ ୯୬ ପ୍ରତିଶତ ଶିଶୁ ନିର୍ଯାତନା ମାମଲା ରହିଛି। ୧,୦୨୩ ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ କୁହାଯାଇଥିଲା। ତେବେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୩୬୬ କୋର୍ଟ ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାପନା କରାଯାଇଥିଲା।

Share