କଟକ ସହରରେ ୫୯ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୭: କଟକ ମହାନଗର ନିଗମ ଅଞ୍ଚଳରୁ ଶୁକ୍ରବାର ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ରୁ ୫୬, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଓ ଅନ୍ୟ ୨ଟି ଲୋକାଲ କେସ୍‌ ରହିଛି। ଲୋକାଲ କଣ୍ଟାକ୍ଟ କେସ୍‌ରେ ଶଙ୍କରପୁର ଓ ନିମଚଉଡ଼ି ଅଞ୍ଚଳର ଜଣେ ଲେଖାଏ ଚିହ୍ନଟ। ଶଙ୍କରପୁର ଆକ୍ରାନ୍ତ ୩୬ ବର୍ଷୀୟ ପୁରୁଷ(ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାକେନ୍ଦ୍ର ସହ ଜଡିତ ମାମଲା) ଅଛନ୍ତି। ନିମଚଉଡ଼ି ଅଞ୍ଚଳର ୩୦ ବର୍ଷୀୟ ଜଣେ ମହିଳା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୟାନ୍‌ସର ହସ୍ପିଟାଲ ଲିଙ୍କ୍‌ରେ ଶଙ୍କରପୁର ଅଞ୍ଚଳର ଜଣେ ୩୬ ବର୍ଷୀୟ ଯୁବକ ରହିଛି।

୫୬ କ୍ୱାରାଣ୍ଟାଇନ୍‌ ମାମଲାରୁ ଏଏଚ୍‌ଆର୍‌ସିସିର ୫୩ଜଣ ଆଇସୋଲେଶନ୍‌ ଓ୍ବାର୍ଡର(ରୋଗୀ, ସମ୍ପର୍କୀୟ), ଜଣେ କୋଭିଡ ଯୋଦ୍ଧା ଏବଂ ଏସ୍‌ସିବିର ୨ କୋଭିଡ ଯୋଦ୍ଧା ଅଛନ୍ତି।