କୁଲଡ଼ିହାରେ ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ

ନୀଳଗିରି, ୧୧।୧(ପ୍ରଶାନ୍ତ ବିଶ୍ୱାଳ)ସବୁଜ ବନାନୀ ସହିତ ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର ବିସ୍ତୀର୍ଣ୍ଣ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କେତେକ ଜଳାଶୟକୁ ଶୀତଦିନେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା, ସେମାନେ କେଉଁ ପ୍ରଜାତିର ଓ ପକ୍ଷୀର ସ୍ବରରୁ ତାଙ୍କର ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତବର୍ଷ ମଧ୍ୟ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଉଦରଦଳିଆ ଆଦି ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି।
ବାଲେଶ୍ୱର ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଏସିଏଫ୍‌ ସୋଭନ ଦିଗନ୍ତ ଚାନ୍ଦ ଓ ରାମଚନ୍ଦ୍ର ମୁର୍ମୁ, କୁଲଡ଼ିହା ରେଞ୍ଜର ପ୍ରବୀର ମୁର୍ମୁଙ୍କ ନେତୃତ୍ୱରେ ଅଭୟାରଣ୍ୟ ଭିତରେ ଥିବା ରିଷିଆ ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ତେଣ୍ଡା ସାତଘାଟି ଡ୍ୟାମ୍‌ରେ ପକ୍ଷୀଗଣନା ପାଇଁ ୪ଟି ଟିମ୍‌ ଦ୍ୱାରା ବୁଧବାର ପୂର୍ବାହ୍ନ ୬ଟାରୁ ପକ୍ଷୀଗଣନା ହୋଇଥିଲା। ଏଥିରେ ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ପୂର୍ବତନ ୱାଇଲ୍ଡ ଲାଇଫ ୱାର୍ଡ଼େନ ପ୍ରକାଶ ଚନ୍ଦ୍ର ମର୍ଦ୍ଦରାଜ, ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଭାରତୀ ରଲୁଲ, ମେଘା ସାମଲ, ମୈତ୍ରୀ ମିଶ୍ର, ଅନନ୍ୟା ଅନୁରାଧା ସାହୋ, ଜିଭାନ୍‌ ଜ୍ୟୋତି ସୁନ୍ଦରାୟ ନାମକ ଛାତ୍ରୀଛାତ୍ରଙ୍କ ସହ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ, ସୂମୋୟା ରଞ୍ଜନ ମାଝି ଓ ଫରେଷ୍ଟଗାର୍ଡ଼, ସବୁଜବାହିନୀ ପକ୍ଷୀଗଣନାରେ ସାମିଲ ହୋଇଥିଲେ। ତେବେ ଅନୁରୂପ ଭାବେ ନୀଳଗିରି ବନବିଭାଗ ଅଧୀନ ପଦ୍ମତୋଳାଠାରେ ନୀଳଗିରି ରେଞ୍ଜର ଆଇଶା ଅକତାରି ନିଶାଙ୍କ ନିର୍ଦ୍ଦେଶରେ ଫରେଷ୍ଟର, ଫରେଷ୍ଟଗାର୍ଡ଼, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri