ରାଜ୍ୟରେ ୫୦ ହଜାର ଏଡ୍‌ସ ଆକ୍ରାନ୍ତ, ସବୁଠୁ ଅଧିକ ରହିଛନ୍ତି ଏହି ଜିଲାରେ…

ଭୁବନେଶ୍ୱର,୧ା୧୨: ଆଜି ଅର୍ଥାତ୍‌ ଡିସେମ୍ବର ୧ରେ ବିଶ୍ବ ଏଡ୍‌ସ ଦିବସ। ଏହି ଅବସରରେ ରାଜ୍ୟରେ ଏଡ୍‌ସ ରୋଗୀଙ୍କୁ ନେଇ ଚିନ୍ତା ଘାରିଛି। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୨୦ ହଜାର ଏଡ୍‌ସ ରୋଗୀ ଥିବାବେଳେ ସୁବର୍ଣ୍ଣପୁରରେ ସର୍ବନିମ୍ନ ୧୫୦ ଏଡ୍‌ସ ରୋଗୀ ଅଛନ୍ତି।

ଆଉ ଏଡ୍‌ସ ରୋଗୀ ମଧ୍ୟ ରାଜ୍ୟରେ ବିଶେଷ ଚିହ୍ନଟ ହେଉନାହାନ୍ତି। ୨୦୩୦ ସୁଦ୍ଧା କେହି ଏଡ୍‌ସ ଆକ୍ରାନ୍ତ ଯେପରି ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥିସହିତ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ। ସାଢ଼େ ୩ କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ। କଶ୍ମୀରରୁ କନ୍ୟାକୁମାରୀ ଯାଏ ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ରହିବ ବୋଲି ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ: ରୁପା ୮,୦୪୦ ତ ଏତିକି ଟଙ୍କା ଶସ୍ତା ହେଲା ସୁନା, କିଣିବାର ଥିଲେ…

ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀର ସରଫା ବଜାରରେ ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ…

୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର, ୧୯.୬ (ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ‘G7ରେ ମେଲୋନି ଫଟୋ ଉଠାଇବାକୁ ପାଗଳ ହେଉଥିଲେ’, ଜବାବ ରଖିଲେ ଇଟାଲୀ ପିଏମ୍‌

ଓ୍ବାଶିଂଟନ,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଦ୍ଭୁତ ଦାବି କରିଛନ୍ତି ଯାହାକୁ ଇଟାଲୀ ପ୍ରଧାନମନ୍ତ୍ରୀ ମିଥ୍ୟା ବୋଲି କହି ଖାରଜ କରିଛନ୍ତି, ଫଳରେ ନୂତନ ବିବାଦ…

ଜନ୍ମମାଟିରେ ବୀର ସନ୍ତାନଙ୍କୁ ଶେଷ ବିଦାୟ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି

ପାରଳାଖେମୁଣ୍ଡି,୧୯।୬ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମରେ ଶୁକ୍ରବାର ଶୋକର ଛାୟା ଖେଳିଯାଇଛି। ଗ୍ରାମର ବୀର ସନ୍ତାନ ତଥା ଭାରତୀୟ ସେନାର…

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ରାଇରଙ୍ଗପୁର,୧୯।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରତିକୂଳ ପାଗ ଯୋଗୁ ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗ କଲାଇକୁଣ୍ଡାରୁ ସଡ଼କ ପଥରେ ଆସି ଶୁକ୍ରବାରେ…

ଭିନ୍ନ ଢଙ୍ଗରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ, ଷ୍ଟାଲିନ କହିଲେ, ‘ଆଦରଣୀୟ ନେତା ପ୍ରତିପକ୍ଷ…’

ନୂଆଦିଲ୍ଲୀ,୧୯।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ସୁପରଷ୍ଟାର ଥଲାପତି ବିଜୟ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘ ଜୀବନ…

କୋଟପାଡ଼ ଯନ୍ତ୍ରୀଙ୍କ ପୈତୃକ ଘର ଡେରାବିଶରେ ଚାଲିଛି ଚଢ଼ାଉ

ଡେରାବିଶ,୧୯ା୬(ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର କୋରାପୁଟ ଜିଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଶୁକ୍ରବାର ଭିଜିଲାନ୍ସ ଜାଲରେ…

ପିଏମ୍‌ ଆବାସ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର,୧୯।୬: ପିଏମ୍‌ ଆବାସ ଯୋଜନାରେ ସହରାରାଞ୍ଚଳ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଜ୍ୟ ସରକାର ପିଏମ୍‌ ଆବାସ ଯୋଜନାରେ ହିତାଧିକାରୀଙ୍କ ଘର ପଞ୍ଜୀକରଣ ଖର୍ଚ୍ଚକୁ ୧%ରୁ କମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri