ଓଡ଼ିଶାରେ ହେଉ ୫ ବିମାନବନ୍ଦର

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): କେନ୍ଦ୍ର ସରକାର ଆଞ୍ଚଳିକ ଯୋଗାଯୋଗକୁ ବ୍ୟାପକ କରିବା ସହ ସମସ୍ତଙ୍କ ପାଇଁ ଆକାଶପଥକୁ ସୁଗମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ଅର୍ଥନୈତିକ ଅଭିବୃଦ୍ଧି ନେଇ ଉଡ଼ାଣ ଯୋଜନାରେ ଦେଶରେ ୧୦୦ ଏୟାରଷ୍ଟ୍ରିପକୁ ବିକଶିତ କରିବାକୁ ଯୋଜନା କରିଛନ୍ତି। ଓଡ଼ିଶାରେ ମଧ୍ୟ ୩ଟି ଏୟାରଷ୍ଟ୍ରିପ୍‌ ପାଇଁ ଯୋଜନା ଅଛି, ହେଲେ ଆଉ ୫ଟି ବିମାନବନ୍ଦର ରଙ୍ଗେଇଲୁଣ୍ଡା, କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ ଓ ରାସଗୋବିନ୍ଦପୁରରେ କରିବାକୁ ଓଡ଼ିଶା ନାଗରିକ ସମାଜ, ଆମ ଜନତା ଅଧିକାର ଓ ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ଦାବି କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ସଂଘ ସଦସ୍ୟମାନେ କହିଥିଲେ ରାଜ୍ୟର ଆଉ ୫ ସ୍ଥାନରେ ବିମାନ ଚଳାଚଳ ଆରମ୍ଭ ହେଲେ ଓଡ଼ିଶାର ଅର୍ଥନୈତିକ ଓ ପର୍ଯ୍ୟଟନ ବିକାଶରେ ଏକ ମାଇଲଖୁଣ୍ଟ ହେବ। କଳିଙ୍ଗ ନଗର ଶିଳ୍ପ, ଖଣିର ବିକାଶ ସହ ଯାଜପୁର ଜିଲାର ବୌଦ୍ଧକୀର୍ତ୍ତିର ପ୍ରଚାର ଓ ପ୍ରସାରରେ ସହାୟକ ହେବ। ରଙ୍ଗେଇଲୁଣ୍ଡା ଯୋଗୁ ଗୋପାଳପୁର ବନ୍ଦର, ବେଳାଭୂମି, ବାଣିଜ୍ୟ ଓ ପର୍ଯ୍ୟଟନ ବିକାଶ ସହ ପଡ଼ୋଶୀ ରାଜ୍ୟ ମଧ୍ୟ ଲାଭ ପାଇବ। ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରୁ ଯାଇ କାମ କରୁଥିବା ଲକ୍ଷାଧିକ ପ୍ରବାସୀ ଓଡ଼ିଆ ଏଥିରେ ଉପକୃତ ହେବେ। ପାରାଦ୍ୱୀପ ବନ୍ଦର ସହ ଅନେକ ବଡ଼ ବଡ଼ ଶିଳ୍ପ କାରଖାନାରେ ଏହା ବେଶ୍‌ ସହାୟକ ହେବ। ସେହିପରି ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ ଶିମିଳପାଳ ଅଭୟାରଣ୍ୟ, ଖଣିଖାଦାନ ବିକାଶ, ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡ଼ିଶାର ଆଦିବାସୀ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଆମ ଜନତା ଅଧିକାରର ରାଜ୍ୟ ଆବାହକ ମନୋଜ ଜେନା, ଓଡ଼ିଶା ନାଗରିକ ସମାଜର ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ଯୁବ ସଂଗଠନର ଅଧ୍ୟକ୍ଷ ନିଳାଞ୍ଚଳ ପାତ୍ର ପ୍ରମୁଖ ଏହି ଦାବି କରିଛନ୍ତି। ଏଥିସହ ଏକ ପ୍ରତିନିଧିମଣ୍ଡଳ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟର ମଧ୍ୟ ଅନୁରୂପ ଦାବି କରାଯାଇଥିବା ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri