କୃଷି ଆଇନ ବିରୋଧରେ କଂଗ୍ରେସର ଟ୍ରାକ୍ଟର ରାଲି

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): କେନ୍ଦ୍ରର କୃଷି ଆଇନକୁ ପଞ୍ଜାବ ଏବଂ ହରିୟାଣାରେ ଜୋରଦାର ବିରୋଧରେ ପରେ ଓଡିଶାରେ ମଧ୍ୟ କଂଗ୍ରେସ ସମାନ ପନ୍ଥା ଆପଣାଇଛି। ଏହାକୁ ବିରୋଧ କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କ୍ଷେତ ବଞ୍ଚାଓ ଯାତ୍ରା କରାଯାଇଛି। ଏହାକୁ ନେଇ ସୋମବାର ଭୁବନେଶ୍ୱରରୁ ଦଳର ନେତା ଓ କର୍ମୀମାନେ ଏକ ଟ୍ରାକ୍ଟର ରାଲି କରିଛନ୍ତି। ଏକାଧିକ ଟ୍ରାକ୍ଟର ଯୋଗେ କଂଗ୍ରେସ ଭବନରୁ ନେତା ଓ କର୍ମୀମାନେ ବାହାରି କଟକ କଂଗ୍ରେସ ଅଫିସରେ ପହଞ୍ଚିଥିଲେ। ଏଥିରେ ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ଦେଶର କୃଷି, କୃଷକ ଓ ଶ୍ରମିକମାନଙ୍କ ସ୍ବାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା ସହ ୩ ବିଧେୟକ ପାର୍ଲାମେଣ୍ଟରେ ଗୃହୀତ କରି ଆଇନ୍‌ରେ ପରିଣତ କରିଛନ୍ତି। ଏହି ଅବସରରେ ପିସିସି ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କହିଥିଲେ, ଯଦି ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଅଛି, ତେବେ ଛତିଶଗଡ ସରକାରଙ୍କ ଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓଡିଶାରେ ୨୫୦୦ ଟଙ୍କା କରାଯାଉ। ୨୫୦୦ ଟଙ୍କା ତଳକୁ ଯିଏ କିଣିବ ବା ବିକ୍ରି କରିବ, ସେମାନଙ୍କ ପ୍ରତି ଜେଲ୍‌ ସହିତ ଅର୍ଥ ଦଣ୍ଡାଦେଶର ନିୟମ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା କୃଷି ବିଧେୟକରେ ଆଣାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟବାସୀ ଜାଣିସାରିଲେଣି, ବିଜେଡି ଓ ଭାଜପା ଏବେ ମିଶି ଏକ। ସେମିତି ହୋଇ ନ ଥିଲେ କେନ୍ଦ୍ର ସରକାରଙ୍କ ଯେ କୌଣସି ପ୍ରସ୍ତାବକୁ ବିଜେଡି ସମର୍ଥନ କରନ୍ତା ନାହିଁ ବୋଲି ନିରଞ୍ଜନ କହିଛନ୍ତି। କଟକ କଂଗ୍ରେସ କାର୍ଯ୍ୟାଳୟରେ ରାଲି ପହଞ୍ଚିବା ପରେ ନୂତନ କାର୍ଯ୍ୟାଳୟକୁ ଚେଲାକୁମାର ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ ଚାଷ ଦେଇଛି ପରିଚୟ

ଗୋବିନ୍ଦପାଲି, ୧୪।୩(ଡି.ଏନ୍‌.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଟାଣିଗୁଡାର ପାଲସୁ ପାଙ୍ଗିଙ୍କୁ ପରିଶ୍ରମ ଦେଇଛି ସଫଳତା। ଜଣେ ସଫଳ କଦଳୀ ଚାଷୀ ରୂପେ ସେ ନିଜର...

୫ରୁ କମିବ ଶୀତ

ଭୁବନେଶ୍ୱର,୪।୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଯୋଗୁ ଚଳିତ ବର୍ଷ ଓଡ଼ିଶା ଭିତରକୁ ବାରମ୍ବାର ପଶ୍ଚିମା ବାୟୁ ପ୍ରବାହ ହେଉଛି। ଏଥିଯୋଗୁ ବର୍ଷା ମଧ୍ୟ ଲାଗିରହୁଛି। ଆସନ୍ତା ୮...

ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ...

ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ଜୁନ ୨ ଯାଏ ନାମାଙ୍କନ ଦାଖଲ ହେବାକୁ ଥିବା...

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍‌ ଏବଂ...

୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ ଅଫିସ, ୨।୧୦: ଆସନ୍ତା ୪ ତାରିଖଠାରୁ ଛାତ୍ରୀଛାତ୍ରଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ରାଜ୍ୟରେ ୩୦ଟି କେନ୍ଦ୍ର...

ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା: ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜଧାନୀରେ ଏବେ ଟ୍ରାଫିକ୍‌ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ଟ୍ରାଫିକ୍‌ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ...

ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ତିନି ଗ୍ରାମବାସୀଙ୍କୁ ଉଠାଇନେବା ଘଟଣା: ଜଣଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଛାଡିଦେଲେ

ମାଲକାନଗିରି,୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା କୁକୁରକୁଣ୍ଡର ୩ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସେମାନଙ୍କୁ ଉଠାଇନେଇଥିବା ବେଳେ ସେମାନଙ୍କ...

Advertisement
Archives

Model This Week