ତାଳିପକାରେ ଚାଲିଛି ୩ କୋଟିର ପ୍ରକଳ୍ପ

ବାରିପଦା ଅଫିସ,୨୦।୭ – ମୟୂରଭଞ୍ଜ ଜିଲା ବେତନଟୀ-ବଡ଼ସାହି ପୂର୍ତ୍ତ ବିଭାଗ ରାସ୍ତାର ମହିୁଲିଆ ନାଳରେ ନିର୍ମିତ ଶଗଡ଼ଭଙ୍ଗା ପୋଲର ଉଭୟ ପାର୍ଶ୍ୱ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବାରମ୍ବାର ଦବିବାରେ ଲାଗିଛି। ନିର୍ମାଣର ୨ମାସ ମଧ୍ୟରେ ଏହି ରାସ୍ତା ଦବି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଠିକାଦାରଙ୍କ ତରବରିଆ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ଉପୁଜିଛି ଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ୩ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ତାଳିପକାରେ ଚାଲିଥିବରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ା
ରାସ୍ତା ଓ ଗୃହ ବିଭାଜନ ବାରିପଦା ପକ୍ଷରୁ ମହୁଲିଆ ନାଳ ଉପରେ ୩୦.୨୬ମିଟର ସେତୁ ନିର୍ମାଣ ପାଇଁ ୩କୋଟି ୨୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ା ସେତୁର ଉଭୟ ପାର୍ଶ୍ୱ ୧୦.୫୦ମିଟର ପ୍ରସ୍ଥ ରହିଥିବା ବେଳେ ୦.୭୫ମିଟର ପାଦଚଲା ରାସ୍ତା ନିର୍ମାଣ ପାଇଁ ଜୁନ ୨୦୨୧ରୁ କାର୍ଯ୍ୟ ଆରମ୍ଭ କରାଯାଇ ୨୦୨୨ ମେ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ସମ୍ପୃକ୍ତ ଠିକାଦାର ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସମୟ ଅବଧି ମଧ୍ୟରେ ଶେଷ କରିଥିଲେ। ପୋଲର ଉଭୟ ପାର୍ଶ୍ୱ ରାସ୍ତା କାର୍ଯ୍ୟକୁ ତରବରିଆ ଭାବେ କରିଥିବାରୁ ପୋଲକୁ ସଂଯୋଗ କରୁଥିବା ସ୍ଥାନଟି ବାରମ୍ବାର ଦବିବାରେ ଲାଗିଛି ା ୨ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ତେବେ ୧୫ଦିନ ପୂର୍ବେ ରାସ୍ତାର କିଛି ଅଂଶ ଦବି ଯିବାରୁ ରାତାରାତି କଂକ୍ରିଟ ଢାଳି ଖାଲକୁ ପୂରଣ କରି ଦିଆଯାଇଥିଲା। ପରେ ଲଗାଣ ବର୍ଷା ହେବାରୁ ପୋଲକୁ ସଂଯୋଗ କରିଥିବା ପିଚୁ ରାସ୍ତାଟି ଦବି ଯିବା ପରେ ପୁର୍ନବାର କଂକ୍ରିଟ ଦିଆଯାଇ ତାଳିପକା କାମ କରାଯାଉଛି ା ରାସ୍ତାର ଉଭୟ ପାର୍ଶ୍ୱ ଗାର୍ଡୱାଲ ଓ ପଥର ପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ତରବରିଆ ଭାବେ ପିଚୁ କାମ କରି ରାସ୍ତା କାର୍ଯ୍ୟ ଶେଷ କରି ଦିଆଯାଇଛି ା ଫଳରେ ମାଟି ଧସିଯାଇ ରାସ୍ତା ଦବି ଯାଉଛି। ଉକ୍ତ ରାସ୍ତାରେ ଯିବାଆସିବା କରିବା ପାଇଁ ଭୟ ଲାଗୁଛି ବୋଲି ଅଞ୍ଚଳର ବନମାଳୀ ନାଏକ, ସୁନ୍ଦର ମୋହନ ନାଏକ ଓ ପରମେଶ୍ୱର ସିଂ ପ୍ରକାଶ କରିଛନ୍ତି ା ସେହିପରି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବାରୁ ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥ ହଡ଼ପ କରାଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ପ୍ରତିଦିନ ହଜାର ହଜାର ଯାନବାହାନ ଉକ୍ତ ରାସ୍ତାରେ ଚଳପ୍ରଚଳ କରୁଥିବାରୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ସରଜମିନ ତଦନ୍ତ କରି ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି। ପୁନର୍ବାର ରାସ୍ତା ନିର୍ମାଣ କରା ନ ଗଲେ ଅଞ୍ଚଳବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ବର୍ଷା ଦିନ ଯୋଗୁ ଉକ୍ତ ସ୍ଥାନ ଦବୁଛି। ବର୍ଷା ପରେ ଏହାର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri