ତାଳିପକାରେ ଚାଲିଛି ୩ କୋଟିର ପ୍ରକଳ୍ପ

ବାରିପଦା ଅଫିସ,୨୦।୭ – ମୟୂରଭଞ୍ଜ ଜିଲା ବେତନଟୀ-ବଡ଼ସାହି ପୂର୍ତ୍ତ ବିଭାଗ ରାସ୍ତାର ମହିୁଲିଆ ନାଳରେ ନିର୍ମିତ ଶଗଡ଼ଭଙ୍ଗା ପୋଲର ଉଭୟ ପାର୍ଶ୍ୱ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବାରମ୍ବାର ଦବିବାରେ ଲାଗିଛି। ନିର୍ମାଣର ୨ମାସ ମଧ୍ୟରେ ଏହି ରାସ୍ତା ଦବି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଠିକାଦାରଙ୍କ ତରବରିଆ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ଉପୁଜିଛି ଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ୩ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ତାଳିପକାରେ ଚାଲିଥିବରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ା
ରାସ୍ତା ଓ ଗୃହ ବିଭାଜନ ବାରିପଦା ପକ୍ଷରୁ ମହୁଲିଆ ନାଳ ଉପରେ ୩୦.୨୬ମିଟର ସେତୁ ନିର୍ମାଣ ପାଇଁ ୩କୋଟି ୨୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ା ସେତୁର ଉଭୟ ପାର୍ଶ୍ୱ ୧୦.୫୦ମିଟର ପ୍ରସ୍ଥ ରହିଥିବା ବେଳେ ୦.୭୫ମିଟର ପାଦଚଲା ରାସ୍ତା ନିର୍ମାଣ ପାଇଁ ଜୁନ ୨୦୨୧ରୁ କାର୍ଯ୍ୟ ଆରମ୍ଭ କରାଯାଇ ୨୦୨୨ ମେ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ସମ୍ପୃକ୍ତ ଠିକାଦାର ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସମୟ ଅବଧି ମଧ୍ୟରେ ଶେଷ କରିଥିଲେ। ପୋଲର ଉଭୟ ପାର୍ଶ୍ୱ ରାସ୍ତା କାର୍ଯ୍ୟକୁ ତରବରିଆ ଭାବେ କରିଥିବାରୁ ପୋଲକୁ ସଂଯୋଗ କରୁଥିବା ସ୍ଥାନଟି ବାରମ୍ବାର ଦବିବାରେ ଲାଗିଛି ା ୨ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ତେବେ ୧୫ଦିନ ପୂର୍ବେ ରାସ୍ତାର କିଛି ଅଂଶ ଦବି ଯିବାରୁ ରାତାରାତି କଂକ୍ରିଟ ଢାଳି ଖାଲକୁ ପୂରଣ କରି ଦିଆଯାଇଥିଲା। ପରେ ଲଗାଣ ବର୍ଷା ହେବାରୁ ପୋଲକୁ ସଂଯୋଗ କରିଥିବା ପିଚୁ ରାସ୍ତାଟି ଦବି ଯିବା ପରେ ପୁର୍ନବାର କଂକ୍ରିଟ ଦିଆଯାଇ ତାଳିପକା କାମ କରାଯାଉଛି ା ରାସ୍ତାର ଉଭୟ ପାର୍ଶ୍ୱ ଗାର୍ଡୱାଲ ଓ ପଥର ପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ତରବରିଆ ଭାବେ ପିଚୁ କାମ କରି ରାସ୍ତା କାର୍ଯ୍ୟ ଶେଷ କରି ଦିଆଯାଇଛି ା ଫଳରେ ମାଟି ଧସିଯାଇ ରାସ୍ତା ଦବି ଯାଉଛି। ଉକ୍ତ ରାସ୍ତାରେ ଯିବାଆସିବା କରିବା ପାଇଁ ଭୟ ଲାଗୁଛି ବୋଲି ଅଞ୍ଚଳର ବନମାଳୀ ନାଏକ, ସୁନ୍ଦର ମୋହନ ନାଏକ ଓ ପରମେଶ୍ୱର ସିଂ ପ୍ରକାଶ କରିଛନ୍ତି ା ସେହିପରି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବାରୁ ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥ ହଡ଼ପ କରାଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ପ୍ରତିଦିନ ହଜାର ହଜାର ଯାନବାହାନ ଉକ୍ତ ରାସ୍ତାରେ ଚଳପ୍ରଚଳ କରୁଥିବାରୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ସରଜମିନ ତଦନ୍ତ କରି ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି। ପୁନର୍ବାର ରାସ୍ତା ନିର୍ମାଣ କରା ନ ଗଲେ ଅଞ୍ଚଳବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ବର୍ଷା ଦିନ ଯୋଗୁ ଉକ୍ତ ସ୍ଥାନ ଦବୁଛି। ବର୍ଷା ପରେ ଏହାର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri