Categories: ଫୁରସତ

ଗୋଟିଏ ଗଛରେ ଫଳିଛି ୧୨୧ ପ୍ରକାରର ଆମ୍ବ

ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଆମ୍ବ ହିଁ ଫଳିଥାଏ। ମାତ୍ର ଏକ କମ୍ପାନୀର ବଗିଚାରେ ଆମ୍ବ ଗଛ ଲଗାଯାଇଛି, ଯେଉଁଥିରେ ୧୨୧ ପ୍ରକାର ଆମ୍ବ ଫଳିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଏମିତି ଆମ୍ବ ଫଳିଛି ଉତ୍ତରପ୍ରଦେଶର ସାହାରନପୁରରେ। ଏଠାରେ ଥିବା ଏକ କମ୍ପାନୀର ବଗିଚାରେ ୫ ବର୍ଷ ତଳେ ତତ୍କାଳୀନ ସଂଯୁକ୍ତ ନିର୍ଦ୍ଦେଶକ ରାଜେଶ ପ୍ରସାଦ ଏକ କଲମୀ ଆମ୍ବ ଚାରା ଆଣି ଲଗାଇଥିଲେ। ଯେଉଁଥିରେ ବର୍ତ୍ତମାନ ୧୨୧ ପ୍ରକାରର ଆମ୍ବ ଫଳିଛି। ଏହି ଗଛରେ ଦଶହରି, ଲଙ୍ଗଡ଼ା, ଚୌସା, ରାମକେଲା ନାମକ ପ୍ରଜାତିର ଆମ୍ବ ଫଳିଛି।

ଫାର୍ମହାଉସ୍‌ର ଜଣେ ଅଧିକାରୀ କୁହନ୍ତି, ଯଦି କାହାର ଏପରି ଆମ୍ବ ଚାରା ଲଗାଇବାର ସଉକ ରହିଛି ତେବେ କିଚେନ ଗାର୍ଡେନ କିମ୍ବା ନିଜର ଫାର୍ମହାଉସରେ ଏପରି ଉପାୟରେ ଆମ୍ବ ଲଗାଇପାରିବେ। ଯାହାକି ବହୁତ ଲାଭଦାୟକ। ଗୋଟିଏ ଗଛରୁ ଏକସଙ୍ଗରେ ବିଭିନ୍ନ କିସମର ଆମ୍ବ ପାଇପାରିବେ। ଫାର୍ମହାଉସର ବର୍ତ୍ତମାନ ସଂଯୁକ୍ତ ନିର୍ଦ୍ଦେଶକ ଭାନୁ ପ୍ରକାଶ ରାମ କୁହନ୍ତି, ଏହା କୌଣସି କଷ୍ଟସାଧ୍ୟ କଥା ନୁହେଁ, ଆପଣମାନେ ଚାହିଁଲେ କୌଣସି ନର୍ସରୀରୁ ଚାରା ଆଣି ନିଜ ବାଡ଼ିବଗିଚାରେ ଏପରି ଆମ୍ବ ଫଳାଇ ପାରିବେ।

Share