ରାଜ୍ୟରେ ୧୦୩୩ ପ୍ରଫେସର ପଦବୀ ଖାଲି

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ,୧୦ା୧୨: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ସ୍ଥାୟୀ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ ହେଉଛି। କିନ୍ତୁ ବିଡମ୍ବନା, ରାଜ୍ୟର ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୬୬୩ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ମଧ୍ୟରୁ ୧୦୩୩ (୬୦ ପ୍ରତିଶତ) ଖାଲି ପଡିଛି। ଚଳିତ ବିଧାନସଭାରେ ବିଧାୟକ ମୋହନଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମିଳିଥିବା ତଥ୍ୟ ଅନୁସାରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ଏଯାଏ ମଞ୍ଜୁରୀପ୍ରାପ୍ତ କୌଣସି ପ୍ରଫେସର ପଦବୀ ପୂରଣ ହୋଇପାରିନାହିଁ। ଏହାବାଦ୍‌ ସର୍ବପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୯୩ ପ୍ରଫେସର ପଦବୀ ଖାଲି ପଡିଛିି। ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ଗୁରୁତର ସଙ୍କଟ ଶିକ୍ଷାବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି ା
ସୂଚନ ଅନୁଯାୟୀ, ଉକତ୍ଳ ବିଶ୍ୱବିଦ୍ୟାଳୟ ରାଜ୍ୟରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ା ହେଲେ ସେହି ବିଶ୍ୱବିଦ୍ୟାଳୟରେ ୨୫୭ ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ମଧ୍ୟରୁ ୧୨୬ ପ୍ରଫେସର ପଦବୀ ଖାଲିପଡିଛି। ସେଥିମଧ୍ୟରୁ ଆସିଷ୍ଟାଣ୍ଟ ପ୍ରଫେସର ୪୭, ଆସୋସିଏଟ ପ୍ରଫେସର ୪୪ ଓ ପ୍ରଫେସର ୩୫ ପଦବୀ ରହିଛି। ସେହିପରି ଅନ୍ୟତମ ସର୍ବପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୨୬୭ ପଦବୀରୁ ୧୯୩ ଜଣ ପ୍ରଫେସର ନାହାନ୍ତି। ସେଥିରେ ଆସିଷ୍ଟାଣ୍ଟ ପ୍ରଫେସର ୧୧୩, ଆସୋସିଏଟ ପ୍ରଫେସର ୫୬ ଓ ୨୪ ପ୍ରଫେସର ପଦବୀ ରହିଛି ା ପୂର୍ବରୁ ପଶ୍ଚିମ ଓଡ଼ିଶାର ଛାତ୍ରୀଛାତ୍ର ନିର୍ଭର କରୁଥିବା ଏକମାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସମୁଦାୟ ୧୫୩ରୁ ୬୬ ପଦବୀ ଖାଲି ପଡିଛି। ଏଥିରେ ୩୧ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୨୦ ଆସୋସିଏଟ ପ୍ରଫେସର ଏବଂ ୧୫ ପ୍ରଫେସର ପଦବୀ ରହିଛି। ଦକ୍ଷିଣ ଓଡ଼ିଶାର ଛାତ୍ରୀଛାତ୍ର ନିର୍ଭର କରୁଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୯୬ ପଦବୀ ମଧ୍ୟରୁ ଆସିଷ୍ଟାଣ୍ଟ ପ୍ରଫେସର ୩୮, ଆସୋସିଏଟ ପ୍ରଫେସର ୪୧ ଓ ପ୍ରଫେସର ପଦବୀ ୧୭ (ମୋଟ ୯୬) ଖାଲି ପଡିଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଅନ୍ୟ ୭ଟି ଶିକ୍ଷାନୁଷ୍ଠାନରେ ୮୦ ପ୍ରତିଶତରୁ ଅଧିକ ପ୍ରଫେସର ପଦବୀ ଖାଲି ପଡିଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ମୋଟ ୩୮ ମଞ୍ଜୁରପ୍ରାପ୍ତ ପଦବୀରୁ ୧୩ ଆସିଷ୍ଟାଣ୍ଟ ପ୍ରଫେସର, ୮ ଆସୋସିଏଟ ପ୍ରଫେସର ଓ ୬ ପ୍ରଫେସର (ମୋଟ ୨୭) ନାହାନ୍ତି ା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମୋଟ ୧୧୫ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୩୩, ଆସୋସିଏଟ ପ୍ରଫେସର ୨୭ ଓ ପ୍ରଫେସର ୧୫ (ମୋଟ ୭୫) ପଦବୀ ପୂରଣ ହୋଇ ପାରିନାହିଁ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ  ମଞ୍ଜୁରୀପ୍ରାପ୍ତ ୧୪୪ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୨୬, ଆସୋସିଏଟ ପ୍ରଫେସର ୨୨ ଓ ପ୍ରଫେସର ପଦବୀ ୨୦ (ମୋଟ ୬୮)ଖାଲି ପଡିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୩୮ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୬୫, ଆସୋସିଏଟ ପ୍ରଫେସର ୨୮ ଓ ପ୍ରଫେସର ୯ (ମୋଟ ୧୦୨) ଖାଲି ରହିଛି। ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୧୭ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୧୫, ଆସୋସିଏଟ ପ୍ରଫେସର ୧୫ ଓ ପ୍ରଫେସର ୧୨ (ମୋଟ ୪୨) ପଦବୀ ଖାଲି ପଡିଛି। ତେବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୨୬ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୧୨ ବିଭିନ୍ନ ପ୍ରଫେସର ନିଯୁକ୍ତ ହେବା କଥା। ହେଲେ ଏହି ୨ ବିଶ୍ୱବିଦ୍ୟାଳୟରେ ଜଣଙ୍କୁ ବି ଏଯାଏ ନିଯୁକ୍ତି ଦିଆଯାଇ ନାହିଁ।
ଏଭଳି ସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଚାଲିଛି ା ଲକ୍ଷାଧିକ ଛାତ୍ରୀଛାତ୍ର ଉପରୋକ୍ତ ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରନ୍ତି ା ଅଭିଭାବକମାନେ ବି ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜ ରାଜ୍ୟର ବିଶ୍ୱବିଦ୍ୟାଳୟ ଉପରେ ଭରସା କରିଥାନ୍ତି ା ହେଲେ ଏବେ ଆବଶ୍ୟକ ପ୍ରଫେସର ପଦବୀ ପୂରଣ ହୋଇ ପାରୁ ନ ଥିବାରୁ ଏହିସବୁ ଶିକ୍ଷାନୁଷ୍ଠାନ ପୂର୍ବ ଗୌରବ ହରାଇ ବସିଛି ା ଏଥିପାଇଁ ଛାତ୍ରୀଛାତ୍ରମାନେ କଲେଜରେ ଅଧ୍ୟୟନ କରିବାକୁ ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସେଲ୍ଫ ଫାଇନାନ୍ସିଂ ସ୍କିମ୍‌ ନାମରେ ଗଢି ଉଠିଥିବା ବହୁ ଘରୋଇ କଲେଜ ଏଥିପାଇଁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଆକର୍ଷିତ କରିବାରେ ସଫଳ ହେଉଛନ୍ତି । ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ, ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକମାନେ ପଦୋନ୍ନତି ଭିତ୍ତିରେ ପ୍ରଫେସର ପଦବୀ ହାସଲ କରିଥାନ୍ତି। ବିଗତ ଦିନରେ ୭୬ ଜଣ ଅଧ୍ୟାପକଙ୍କୁ ପଦୋନ୍ନତି ଦିଆଯାଇ ପ୍ରଫେସର ପଦବୀରେ ଅବସ୍ଥାପିତ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri