ରାଜ୍ୟରେ ୧୦୩୩ ପ୍ରଫେସର ପଦବୀ ଖାଲି

ହର୍ଷବର୍ଦ୍ଧନ ବେହେରା
ଯାଜପୁର ଅଫିସ,୧୦ା୧୨: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ସ୍ଥାୟୀ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ ହେଉଛି। କିନ୍ତୁ ବିଡମ୍ବନା, ରାଜ୍ୟର ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୬୬୩ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ମଧ୍ୟରୁ ୧୦୩୩ (୬୦ ପ୍ରତିଶତ) ଖାଲି ପଡିଛି। ଚଳିତ ବିଧାନସଭାରେ ବିଧାୟକ ମୋହନଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମିଳିଥିବା ତଥ୍ୟ ଅନୁସାରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ଏଯାଏ ମଞ୍ଜୁରୀପ୍ରାପ୍ତ କୌଣସି ପ୍ରଫେସର ପଦବୀ ପୂରଣ ହୋଇପାରିନାହିଁ। ଏହାବାଦ୍‌ ସର୍ବପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୯୩ ପ୍ରଫେସର ପଦବୀ ଖାଲି ପଡିଛିି। ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ଗୁରୁତର ସଙ୍କଟ ଶିକ୍ଷାବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି ା
ସୂଚନ ଅନୁଯାୟୀ, ଉକତ୍ଳ ବିଶ୍ୱବିଦ୍ୟାଳୟ ରାଜ୍ୟରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ା ହେଲେ ସେହି ବିଶ୍ୱବିଦ୍ୟାଳୟରେ ୨୫୭ ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ମଧ୍ୟରୁ ୧୨୬ ପ୍ରଫେସର ପଦବୀ ଖାଲିପଡିଛି। ସେଥିମଧ୍ୟରୁ ଆସିଷ୍ଟାଣ୍ଟ ପ୍ରଫେସର ୪୭, ଆସୋସିଏଟ ପ୍ରଫେସର ୪୪ ଓ ପ୍ରଫେସର ୩୫ ପଦବୀ ରହିଛି। ସେହିପରି ଅନ୍ୟତମ ସର୍ବପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୨୬୭ ପଦବୀରୁ ୧୯୩ ଜଣ ପ୍ରଫେସର ନାହାନ୍ତି। ସେଥିରେ ଆସିଷ୍ଟାଣ୍ଟ ପ୍ରଫେସର ୧୧୩, ଆସୋସିଏଟ ପ୍ରଫେସର ୫୬ ଓ ୨୪ ପ୍ରଫେସର ପଦବୀ ରହିଛି ା ପୂର୍ବରୁ ପଶ୍ଚିମ ଓଡ଼ିଶାର ଛାତ୍ରୀଛାତ୍ର ନିର୍ଭର କରୁଥିବା ଏକମାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସମୁଦାୟ ୧୫୩ରୁ ୬୬ ପଦବୀ ଖାଲି ପଡିଛି। ଏଥିରେ ୩୧ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୨୦ ଆସୋସିଏଟ ପ୍ରଫେସର ଏବଂ ୧୫ ପ୍ରଫେସର ପଦବୀ ରହିଛି। ଦକ୍ଷିଣ ଓଡ଼ିଶାର ଛାତ୍ରୀଛାତ୍ର ନିର୍ଭର କରୁଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୯୬ ପଦବୀ ମଧ୍ୟରୁ ଆସିଷ୍ଟାଣ୍ଟ ପ୍ରଫେସର ୩୮, ଆସୋସିଏଟ ପ୍ରଫେସର ୪୧ ଓ ପ୍ରଫେସର ପଦବୀ ୧୭ (ମୋଟ ୯୬) ଖାଲି ପଡିଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଅନ୍ୟ ୭ଟି ଶିକ୍ଷାନୁଷ୍ଠାନରେ ୮୦ ପ୍ରତିଶତରୁ ଅଧିକ ପ୍ରଫେସର ପଦବୀ ଖାଲି ପଡିଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ମୋଟ ୩୮ ମଞ୍ଜୁରପ୍ରାପ୍ତ ପଦବୀରୁ ୧୩ ଆସିଷ୍ଟାଣ୍ଟ ପ୍ରଫେସର, ୮ ଆସୋସିଏଟ ପ୍ରଫେସର ଓ ୬ ପ୍ରଫେସର (ମୋଟ ୨୭) ନାହାନ୍ତି ା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମୋଟ ୧୧୫ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୩୩, ଆସୋସିଏଟ ପ୍ରଫେସର ୨୭ ଓ ପ୍ରଫେସର ୧୫ (ମୋଟ ୭୫) ପଦବୀ ପୂରଣ ହୋଇ ପାରିନାହିଁ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ  ମଞ୍ଜୁରୀପ୍ରାପ୍ତ ୧୪୪ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୨୬, ଆସୋସିଏଟ ପ୍ରଫେସର ୨୨ ଓ ପ୍ରଫେସର ପଦବୀ ୨୦ (ମୋଟ ୬୮)ଖାଲି ପଡିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୩୮ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୬୫, ଆସୋସିଏଟ ପ୍ରଫେସର ୨୮ ଓ ପ୍ରଫେସର ୯ (ମୋଟ ୧୦୨) ଖାଲି ରହିଛି। ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୧୭ ପଦବୀରୁ ଆସିଷ୍ଟାଣ୍ଟ ପ୍ରଫେସର ୧୫, ଆସୋସିଏଟ ପ୍ରଫେସର ୧୫ ଓ ପ୍ରଫେସର ୧୨ (ମୋଟ ୪୨) ପଦବୀ ଖାଲି ପଡିଛି। ତେବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୧୨୬ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୧୨ ବିଭିନ୍ନ ପ୍ରଫେସର ନିଯୁକ୍ତ ହେବା କଥା। ହେଲେ ଏହି ୨ ବିଶ୍ୱବିଦ୍ୟାଳୟରେ ଜଣଙ୍କୁ ବି ଏଯାଏ ନିଯୁକ୍ତି ଦିଆଯାଇ ନାହିଁ।
ଏଭଳି ସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଚାଲିଛି ା ଲକ୍ଷାଧିକ ଛାତ୍ରୀଛାତ୍ର ଉପରୋକ୍ତ ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରନ୍ତି ା ଅଭିଭାବକମାନେ ବି ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜ ରାଜ୍ୟର ବିଶ୍ୱବିଦ୍ୟାଳୟ ଉପରେ ଭରସା କରିଥାନ୍ତି ା ହେଲେ ଏବେ ଆବଶ୍ୟକ ପ୍ରଫେସର ପଦବୀ ପୂରଣ ହୋଇ ପାରୁ ନ ଥିବାରୁ ଏହିସବୁ ଶିକ୍ଷାନୁଷ୍ଠାନ ପୂର୍ବ ଗୌରବ ହରାଇ ବସିଛି ା ଏଥିପାଇଁ ଛାତ୍ରୀଛାତ୍ରମାନେ କଲେଜରେ ଅଧ୍ୟୟନ କରିବାକୁ ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସେଲ୍ଫ ଫାଇନାନ୍ସିଂ ସ୍କିମ୍‌ ନାମରେ ଗଢି ଉଠିଥିବା ବହୁ ଘରୋଇ କଲେଜ ଏଥିପାଇଁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଆକର୍ଷିତ କରିବାରେ ସଫଳ ହେଉଛନ୍ତି । ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ, ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକମାନେ ପଦୋନ୍ନତି ଭିତ୍ତିରେ ପ୍ରଫେସର ପଦବୀ ହାସଲ କରିଥାନ୍ତି। ବିଗତ ଦିନରେ ୭୬ ଜଣ ଅଧ୍ୟାପକଙ୍କୁ ପଦୋନ୍ନତି ଦିଆଯାଇ ପ୍ରଫେସର ପଦବୀରେ ଅବସ୍ଥାପିତ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri