କଠୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

କଠୋପନିଷଦର ଅନ୍ତିମ ଭାଗରେ ଆଚାର୍ଯ୍ୟ ଯମ ଶିଷ୍ୟ ନଚିକେତାଙ୍କର ତୃତୀୟ ପ୍ରଶ୍ନ- ‘ମୃତ୍ୟୁ ପରବର୍ତ୍ତୀ ଜୀବନ’ ରହସ୍ୟକୁ ଆତ୍ମବିଦ୍ୟା ଦ୍ୱାରା ବର୍ଣ୍ଣନା କରିଛନ୍ତି। ଆତ୍ମା ଓ ପରମାତ୍ମା ଅଭିନ୍ନ ହେଲେ ମଧ୍ୟ ତ୍ରିଗୁଣମୟୀ ମାୟା ଦ୍ୱାରା ଶରୀର ମଧ୍ୟରେ ବନ୍ଧନ ହେତୁ ମାୟା ଭୋକ୍ତା ଅଟନ୍ତି। ମାତ୍ର ପରମାତ୍ମା ଗୁଣାତୀତ, ନିତ୍ୟ, ଶାଶ୍ୱତ, ଇନ୍ଦ୍ରିୟାତୀତ ଓ ସର୍ବବ୍ୟାପକ ହେତୁ ସେ ଦ୍ରଷ୍ଟା । ଈଶ୍ୱର ସୃଷ୍ଟିର ନିମିତ୍ତ କାରଣ ଓ ପ୍ରକୃତ ଉପାଦାନ କାରଣ । ପ୍ରକୃତିରୁ ସୃଷ୍ଟ ଜଡ଼ ଶରୀର ମଧ୍ୟରେ ଚେତନ ଆତ୍ମା ଏକ ଅଦୃଷ୍ଟ ଶକ୍ତି ଭାବରେ ବିଦ୍ୟମାନ। ଆତ୍ମାକୁ ମହନ୍ତ ‘ବିଭୁ’ (ମହାନ୍‌, ଅନନ୍ତ ଓ ସର୍ବବ୍ୟାପକ), ମଧ୍ୱଦଂ (ମଧୁ ସେବନକର୍ତ୍ତା/କର୍ମଫଳଂ ଦାତା) ଓ ଅନ୍ତିକାତ୍‌ (ବ୍ରହ୍ମଙ୍କ ନିକଟତମ) ଭାବରେ ଆଚାର୍ଯ୍ୟ ଯମ ବର୍ଣ୍ଣନା କରିଛନ୍ତି। ପୁନର୍ବାର କହିଛନ୍ତି- ଆତ୍ମା ସେହି ବ୍ରହ୍ମ, ଯାହା ଚେତନ ସ୍ବରୂପ ଭୂତ-ଭବିଷ୍ୟତ-ବର୍ତ୍ତମାନ କାଳର ଶାସକ, ମନୁଷ୍ୟର କର୍ମଫଳ ପ୍ରଦାୟକ, ପ୍ରଖର ଜ୍ୟୋତି ସ୍ବରୂପ, ଅପରିବର୍ତ୍ତନୀୟ, ଅବିନାଶୀ, ନିତ୍ୟ, ସନାତନ ଓ ଅଧୁମକ (ଦୁଃଖ ଓ ଅଜ୍ଞାନ ରହିତ)। ଏହି ଆତ୍ମା ଶରୀରରୂପୀ ରଥରେ ରଥୀ ଭାବରେ ବିଦ୍ୟମାନ। ଯେଉଁ ରଥର ଶରୀର ହେଉଛି ଘୋଡ଼ା, ବୁଦ୍ଧି ହେଉଛି ସାରଥି ଓ ମନ ହେଉଛି ଲଗାମ। ମନ ଜଡ଼ ଶରୀରଠାରୁ ଶ୍ରେଷ୍ଠ, ମନଠାରୁ ବୁଦ୍ଧି ଶ୍ରେଷ୍ଠ ଓ ବୁଦ୍ଧିଠାରୁ ଚେତନ ଆତ୍ମା ଶ୍ରେଷ୍ଠ। ଶ୍ରଦ୍ଧା, ନିଷ୍ଠା ଓ ସାଧନା ଦ୍ୱାରା ଚେତନ ଆତ୍ମାର ଉପଲବ୍ଧି ହେଲେ ମନୁଷ୍ୟ ଆତ୍ମବିଦ୍ୟାର ଅଧିକାରୀ ହୋଇଯାଏ। ଆତ୍ମୋପଲବ୍ଧି ମନୁଷ୍ୟକୁ ସକଳ ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି କରିଥାଏ। ଶୁଦ୍ଧ ବୁଦ୍ଧି ଓ ନିଶ୍ଚଳ ମନ ସାହାଯ୍ୟରେ ଆତ୍ମା ହୃଦୟ ଆକାଶରେ ଅଭିବ୍ୟକ୍ତ ହୁଏ। ହୃଦୟର ସମସ୍ତ ଗ୍ରନ୍ଥି ଛିନ୍ନ ହେଲେ ବ୍ରହ୍ମ ଦର୍ଶନ ହୁଏ। ଅବିଦ୍ୟ ତଥା କାମନା-ବାସନାରୁ ଉତ୍ପନ୍ନ କର୍ମଫଳ ଆତ୍ମାକୁ ଶରୀର ମଧ୍ୟରେ ବାନ୍ଧି ରଖେ। ମନୁଷ୍ୟ ଶରୀରରୁ ବନ୍ଧନ ରୂପକ ଗ୍ରନ୍ଥିଗୁଡ଼ିକ ନଷ୍ଟ ହେଲେ ବ୍ୟକ୍ତି ମୃତ୍ୟୁକୁ ପାରକରି ଅମରତ୍ୱ ପ୍ରାପ୍ତ ହୁଏ। ଚୈତନ୍ୟ ଆତ୍ମା ଏଗାରଟି ଦ୍ୱାର (ଦୁଇ ନେତ୍ର, ଦୁଇ କର୍ଣ୍ଣ, ଦୁଇ ନାସିକା ରନ୍ଧ୍ର, ଏକ ମୁଖ, ଏକ ନାଭି, ମଳଦ୍ୱାର, ଜନନେନ୍ଦ୍ରିୟ ଓ ବ୍ରହ୍ମରନ୍ଧ୍ର) ବିଶିଷ୍ଟ ଶରୀର ମଧ୍ୟରେ ହୃଦୟ କନ୍ଦରରେ ଅଙ୍ଗୁଷ୍ଟ ପରିମାଣ ନିବାସ କରିଥାଏ। ଶରୀରରେ ପ୍ରବାହିତ ଶହ ଶହ ନାଡ଼ି ମଧ୍ୟରୁ ମସ୍ତିଷ୍କର ଊର୍ଦ୍ଧ୍ୱରେ ପ୍ରବାହିତ ସୁଷୁମ୍ନା ନାଡ଼ି ଦ୍ୱାରା ଆତ୍ମା ଊର୍ଦ୍ଧ୍ୱଗାମୀ ହୋଇ ଶରୀର ତ୍ୟାଗ କଲେ ଅମରତ୍ୱ ମିଳିଥାଏ। ବ୍ରହ୍ମରନ୍ଧ୍ର ବ୍ୟତୀତ ଅନ୍ୟ ନାଡ଼ି ମାଧ୍ୟମରେ ଆତ୍ମାର ବହିର୍ଗମନ ହେଲେ ବ୍ୟକ୍ତି ପୁନର୍ଜନ୍ମ ଲାଭକରି ସଂସାରର ଦୁଃଖ-ସୁଖ ଚକ୍ରରେ ଘାଣ୍ଟି ହୋଇଥାଏ। ଆତ୍ମା ଶରୀରଠାରୁ ଅନାବରଣ ହେଲେ ଶୁଦ୍ଧ, ଉଜ୍ଜ୍ୱଳ ହୁଏ। ଅମୃତ ବ୍ରହ୍ମର ଅନୁଭବ ପାଇଁ ଶ୍ରଦ୍ଧା ଓ ନିଷ୍ଠାର ସହିତ ଯୋଗ ସାଧନ ତଥା ଓଁକାର ଅବଲମ୍ବନ ହେଉଛି ଏକମାତ୍ର ଉତ୍କୃଷ୍ଟ ପନ୍ଥା। ଆତ୍ମ ଦର୍ଶନ ଦ୍ୱାରା ଜୀବ ପ୍ରଥମେ ଜୀବନ୍ମୁକ୍ତ ଓ ପରେ ବିଦେହ ମୁକ୍ତ ହୋଇଥାଏ।
ଏହି ଉପନିଷଦରେ ସଂସାରକୁ ଏକ କାଳ୍ପନିକ ଓଲଟ ଅଶ୍ୱତ୍‌ଥ ବୃକ୍ଷ ଭାବରେ ବର୍ଣ୍ଣନା କରାଯାଇଛି। ସଂସାର ରୂପକ ବୃକ୍ଷର ଅଦୃଶ୍ୟ ମୂଳପିଣ୍ଡ ହେଉଛି ବ୍ରହ୍ମ, ଯାହା ଊର୍ଦ୍ଧ୍ୱରେ ଅବସ୍ଥିତ ଓ ଦୃଶ୍ୟମାନ ଜୀବଜଗତ ସଂସାର ବୃକ୍ଷର ଶାଖା ପ୍ରଶାଖା ସଦୃଶ। ଦୃଶ୍ୟମାନ ଜୀବ-ଜଗତ ବିନାଶଶୀଳ, ମାତ୍ର ଅଦୃଶ୍ୟ ବ୍ରହ୍ମ ଅବିନାଶୀ। ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସେହି ଶାଶ୍ୱତ ବ୍ରହ୍ମଠାରୁ ସୃଷ୍ଟି।
ଆତ୍ମବିଦ୍ୟାର ଗୂଢ଼ ରହସ୍ୟ ଯଜ୍ଞ ଅନୁଷ୍ଠାନ ବେଦପାଠ, ପ୍ରବଚନ, ଉପଦେଶ, ତର୍କ-ବିତର୍କ ଓ ବୁଦ୍ଧି ଦ୍ୱାରା ପ୍ରାପ୍ତ ହୋଇ ନ ଥାଏ। ପରମାତ୍ମା ଯେଉଁ ସାଧକ ଉପରେ କୃପା କରନ୍ତି, ସେ ହିଁ କେବଳ ବ୍ରହ୍ମ ଦର୍ଶନ ପାଇ ସକ୍ଷମ ହୋଇଥାଏ। ବ୍ରହ୍ମ ସାକ୍ଷାତ୍‌କାର ଆତ୍ମୋନଭୂତି ମାଧ୍ୟମରେ ପ୍ରାପ୍ତ ହୋଇଥାଏ। ନଚିକେତା ଆତ୍ମବିଦ୍ୟାର ଅଧିକାରୀ ଯୋଗ ଥିବାରୁ ଆଚାର୍ଯ୍ୟ ଯମ ବ୍ରହ୍ମବିଦ୍ୟାର ଚରମ ରହସ୍ୟ ତାଙ୍କୁ ଅବଗତ କରାଇଥିଲେ। ସମଗ୍ର ମର୍ତ୍ତ୍ୟ ଲୋକବାସୀ ଏହି ବିଦ୍ୟାର ଗୂଢ଼ ରହସ୍ୟକୁ ହୃଦୟଙ୍ଗମ କରି ଜୀବନରେ ପାଳନ କରିବା ଆବଶ୍ୟକ। ଏହି ଉପନିଷଦ ମାଧ୍ୟମରେ ମାନବ ସମାଜକୁ ଯେଉଁ ସନ୍ଦେଶ ପ୍ରଦାନ କରାଯାଇଛି, ତାହା ହେଲା- ଯାହା ଦାନଯୋଗ୍ୟ ନୁହେଁ ସେପରି ଦ୍ରବ୍ୟ ଦାନ କରିବା ଦୋଷ, ପିତାଙ୍କ ଆଦେଶ ପାଳନ ପୁତ୍ରର କର୍ତ୍ତବ୍ୟ, ଅତିଥି ସତ୍କାର ସମସ୍ତଙ୍କର କର୍ତ୍ତବ୍ୟ, ଶାଶ୍ୱତ ସୁଖ ପ୍ରଦାନକାରୀ ଶ୍ରେୟ ମାର୍ଗ ସର୍ବଦା ଗ୍ରହଣୀୟ ଓ ଦର୍ପଣରେ ପ୍ରତିବିମ୍ବ ଦେଖିବା ପରି ଆତ୍ମାରେ ପରମାତ୍ମାଙ୍କ ଦର୍ଶନ କଠୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ।

  • ଡା.ଗୋପାଳ ଚନ୍ଦ୍ର ଦାଶ
    ମୋ: ୭୮୪୮୮୫୦୯୫୦

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri