Posted inଫୁରସତ

ଜୈବ ବିବର୍ତ୍ତନବାଦ

ବୈଜ୍ଞାନିକ ଚାଲର୍ସ ରବୋର୍ଟ ଡାର୍‌ଓ୍ବିନ ପୃଥିବୀକୁ ପ୍ରଦାନ କରିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କର ଜୀବତତ୍ତ୍ୱର ଉତ୍ପତ୍ତି ମତବାଦ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ। ଜୈବ ବିବର୍ତ୍ତନ ତତ୍ତ୍ୱ ମାନବ ପ୍ରଜାତିର ଉତ୍ପତ୍ତି ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥାଏ। ଏହି ଦୃଷ୍ଟିକୋଣ ଅନୁଯାୟୀ, ଆଜିର ମଣିଷମାନେ ଜେନେଟିକ ଗାଇଡ୍‌ ବୈଶିଷ୍ଟ୍ୟଗୁଡିକ ପିଢ଼ିି ପରେ ପିଢ଼ି ପର୍ଯ୍ୟନ୍ତ ବହନ କରିଥାନ୍ତି ଯାହା ବଞ୍ଚିବା ଏବଂ ପ୍ରଜନନ ସଫଳତା ପାଇଁ ସହାୟକ ହୋଇଥାଏ।
ବିବର୍ତ୍ତନର ତିନୋଟି ଭିନ୍ନ ତତ୍ତ୍ୱ ଅଛି ଯାହା ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗୋଟିଏ ହେଉଛି ନାଚୁରାଲ ସିଲେକଶନ ଡାରୱିନ ଥିଓରୀ। ଅନ୍ୟଟି ହେଉଛି ମ୍ୟୁଟେସନ ଥିଓରୀ ଅଫ ଇଭୋଲ୍ୟୁଶନ ଏବଂ ଶେଷଟି ହେଉଛି ମର୍ଡନ ସିନ୍ଥେଟିକ ଥିଓରୀ ଅଫ ଇଭୋଲ୍ୟୁଶନ।
ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୧୨ରେ ତାଙ୍କ ଜନ୍ମ ବାର୍ଷିକୀରେ ଡାର୍‌ଓ୍ବିନ ଦିବସ ପାଳନ କରାଯାଇଥାଏ। ୧୨ ଫେବୃୟାରୀ ୧୯୦୯ରେ ଡାରୱିନଙ୍କ ୧୦୦ତମ ଜନ୍ମବାର୍ଷିକୀ ନ୍ୟୁୟର୍କ ଏକାଡେମୀ ଅଫ୍‌ ସାଇନ୍ସ ଦ୍ୱାରା ପାଳନ କରାଯାଇଥିଲା। ଡାରୱିନଙ୍କ ଏକ ପିତ୍ତଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ୨୦୦୯ ମସିହା ଡାରୱିନଙ୍କ ଜନ୍ମର ୨୦୦ତମ ବାର୍ଷିକୀ ଥିଲା। ୯ ଫେବୃୟାରୀ ୨୦୧୧ରେ, କାଲିଫର୍ନିଆର ପ୍ରତିନିଧି ପିଟ ଷ୍ଟାକ ୧୨ ଫେବୃୟାରୀକୁ ଡାରୱିନ ଡେ ଭାବରେ ପାଳନ ଲାଗି ପ୍ରସ୍ତାବ ଆଗତ କରିଥିଲେ। ୨୨ ଜାନୁୟାରୀ ୨୦୧୩ରେ, ନ୍ୟୁ ଜର୍ସିର ପ୍ରତିନିଧି ରଶ ଡି ହୋଲ୍ଟ, ମଣିଷର ଉନ୍ନତିରେ ବିଜ୍ଞାନର ଗୁରୁତ୍ୱ ପାଇଁ ୧୨ ଫେବୃୟାରୀକୁ ‘ଚାଲର୍ସ ଡାରୱିନ୍‌ ଡେ’ ଭାବେ ଘୋଷଣା କରିଥିଲେ ଏବଂ ଡେଲାୱେରକୁ ଆମେରିକାର ପ୍ରଥମ ରାଜ୍ୟ ଭାବରେ ଏହି ଉତ୍ସବ ପାଳନ କରିଥିଲେ। ଆମେରିକାର ପ୍ରତିନିଧିସଭାର ପ୍ରତିନିଧି ଜିମ ହିମସଙ୍କ ଦ୍ୱାରା ୨ ଫେବୃୟାରୀ ୨୦୧୫ରେ ଉପସ୍ଥାପିତ ହୋଇଥିବା ୬୭ ପ୍ରସ୍ତାବରେ ଫେବୃୟାରୀ ୧୨କୁ ଆମେରିକାରେ ଡାରୱିନ ଡେ ଭାବରେ ପାଳନ କରିବାକୁ ଘୋଷଣା କରାଯାଇଥିଲା।
୧୨ ଫେବୃୟାରୀ ୧୮୦୯ରେ ବ୍ରିଟେନର ଦ ମାଉଣ୍ଟ ହାଉସରେ ଜନ୍ମ ଗ୍ରହଣ କରିଥିଲେ। ୧୯ ଏପ୍ରିଲ ୧୮୮୨ରେ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଲଣ୍ଡନର ଦକ୍ଷିଣ ଉପକଣ୍ଠରେ ଥିବା ଡାଉନ ହାଉସରେ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri