ଭାରତରେ ହେବ ସେମିକଣ୍ଡକ୍ଟର ପ୍ଲାଣ୍ଟ, ୮ ବିଲିୟନ ଡଲାର ବିନିଯୋଗ କରିବ ଇସ୍ରାଏଲ

ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା): ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ବଡ଼ ସଫଳତା ପାଇବାକୁ ଯାଉଛି। ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନୀ ‘ଟାୱାର’ ୮ ବିଲିୟନ ଡଲାର ବିନିଯୋଗରେ ଦେଶରେ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଅନୁଯାୟୀ ଟାୱାର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ୍ସ ତିଆରି କରିବ।

ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ବର୍ଷ ଅକ୍ଟୋବରରେ ଟାୱାର ସେମିକଣ୍ଡକ୍ଟରର ସିଇଓ ରସେଲ ସି ଏଲୱାନଗରଙ୍କୁ ଭେଟିଥିଲେ। ଏହି ସଭାରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲାନ ମଧ୍ୟ ସାମିଲ ହୋଇଥିଲେ। ବୈଠକ ପରେ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଭାରତ ଏବଂ ଟାୱାର ମଧ୍ୟରେ ସେମିକଣ୍ଡକ୍ଟର ସହଭାଗିତା ସମ୍ପର୍କରେ ଆଲୋଚନା ହୋଇଛି। ଏହା ପୂର୍ବରୁ ୨୦୨୨ ମସିହାରେ ଅନ୍ତର୍ଜାତୀୟ ସେମିକଣ୍ଡକ୍ଟର କନ୍ସୋର୍ଟିୟମ ଭାରତର ସେମିକଣ୍ଡକ୍ଟର ଯୋଜନାର ଏକ ଅଂଶ ହେବାକୁ ଆବେଦନ କରିଥିଲା। ଟାୱାର ମଧ୍ୟ ଏହି ଆଇଏସସିର ଏକ ଅଂଶ। ସେହି ସମୟରେ ଇଣ୍ଟେଲ ଟାୱାର ସେମିକଣ୍ଡକ୍ଟର କିଣିବାକୁ ଚେଷ୍ଟା କରିଥିଲା। ଏହି କାରଣରୁ ଭାରତ ସରକାର ଏହି ଆବେଦନକୁ ଗ୍ରହଣ କରିନଥିଲେ।

ତେବେ ଇଣ୍ଟେଲ ଅଧିଗ୍ରହଣ ପରେ ଟାୱାର ସେମିକଣ୍ଡକ୍ଟରକୁ ଆଇଏସସିର ଏକ ଅଂଶ ରହିବାକୁ ଅନୁମତି ଦେବ କି ନାହିଁ ସରକାର ନିଶ୍ଚିତ ନୁହନ୍ତି। ଟାୱାର ସେମିକଣ୍ଡକ୍ଟର ଉଚ୍ଚ ମୂଲ୍ୟର ଆନାଗଲ ସେମିକଣ୍ଡକ୍ଟର ସମାଧାନ ପ୍ରଦାନ କରେ। ଏହା ଅଟୋମୋବାଇଲ, ଡାକ୍ତରୀ, ଶିଳ୍ପ, ଉପଭୋକ୍ତା, ଏରୋସ୍ପେସ ଏବଂ ପ୍ରତିରକ୍ଷା ପରି କ୍ଷେତ୍ରରେ ଚିପ୍ସ ଯୋଗାଏ। କମ୍ପାନୀ ବିଶ୍ୱ ୩୦୦ରୁ ଅଧିକ ଗ୍ରାହକଙ୍କୁ ଆନାଲଗ ଇଣ୍ଟିଗ୍ରେଟେଡ ସର୍କିଟ ଉତ୍ପାଦନ ଏବଂ ଯୋଗାଇଥାଏ। କମ୍ପାନୀର ବାର୍ଷିକ ଆୟ ୧ ବିଲିୟନ ଡଲାରରୁ ଅଧିକ। ଗତ ବର୍ଷ ଜୁନରେ ଆମେରିକୀୟ ଚିପ ନିର୍ମାତା ମାଇକ୍ରୋନ ଟେକ୍ନୋଲୋଜି ଗୁଜରାଟରେ ୮୨୫ ନିୟୁତ ଡଲାର ବିନିଯୋଗରେ ଏକ ଆସେମ୍ବ୍ଲି ଏବଂ ଟେଷ୍ଟ ଫ୍ୟାସିଲିଟି ନିର୍ମାଣ କରିବାକୁ ଘୋଷଣା କରିଥିଲା। ଏହା ୨୦୨୪ ଶେଷ ସୁଦ୍ଧା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri