ଲୋଇସିଂହା ଥାନା ବଢୁଛି ଚୋରି: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଇଛି। ଥାନା ଅନ୍ତର୍ଗତ ଜେଉଁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଲାଗିଥିବା ହାଇମାଷ୍ଟ ଲାଇଟକୁ ଦୁବୃର୍ତ୍ତମାନେ ଚୋରି କରି ନେଇଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଗତ ୨୧ ତାରିଖରୁ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ସୁଦ୍ଧା ଦୁବୃର୍ତ୍ତମାନେ ଧରା ପଡି ନ ଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ କେଉଁଟିପାଲି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗରୁ ପ୍ରକାଶ ଯେ, ବିଧାୟକ ପାଣ୍ଠିରୁ ବର୍ଷକ ତଳେ ଗ୍ରାମର ହାଇସ୍କୁଲ ପରିସରରେ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି ବାହାରେ ତଥା କେଉଁଟିପାଲି-ଘେଷରା ନାଲା ରାସ୍ତାରେ ୪ ଟିକିଆ ହାଇମାଷ୍ଟ ଲାଇଟ ଲଗାଯାଇଥିଲା। ରାତି ସମୟରେ ସ୍କୁଲ ପରିସର ଆଲୋକିତ ହେବା ସହିତ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଉପକୃତ ହେଉଥିଲେ। ହେଲେ ଗତ ୨୦ ତାରିଖ ରାତିରେ ଦୁବୃର୍ତ୍ତମାନେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଥିବା ହାଇମାଷ୍ଟ ଲାଇଟକୁ ଚୋରି କରିନେଇଥିଲେ। ୨୧ ତାରିଖରେ ଗ୍ରାମବାସୀ ଏନେଇ ଜାଣିବାକୁ ପାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ଆଧ୍ୟାତ୍ମିକ ପରିବେଶରେ ଝୁମିଲା ଡାଳଗୁମା: ଖେଳିଗଲା ଖୁସିର ଲହରୀ

ଥୁଆମୂଳ ରାମପୁର,୨୭।୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ପଞ୍ଚାୟତର ଡାଳଗୁମା ଗ୍ରାମରେ ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୋଇଛି। ବ୍ଲକ ପ୍ରଶାସନର…

୧୪ ମାସ ପରେ ପରିବାର ଲୋକଙ୍କୁ ଫେରିପାଇଲେ ସୋନମତୀ

ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର…

୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ…

ବିବାହ ବାର୍ଷିକୀରେ ଦମ୍ପତି ନେଲେ ବଡ଼ ନିଷ୍ପତ୍ତି: ଅଞ୍ଚଳରେ ଚର୍ଚ୍ଚା

ଭବାନୀପାଟଣା, ୨୭ା୨(ଉତ୍ତମ କୁମାର ଦାଶ):ଜନ୍ମଦିନ, ବିବାହ ବାର୍ଷିକୀ ଭଳି ଜୀବନର ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ପଦକ୍ଷେପ ନିଅନ୍ତି ଲୋକେ। ଏଭଳି ଏକ ଘଟଣାକ୍ରମେ…

ସାଇବର ଠକେଇ, ପୁଣି ଜଣେ ଅଭିଯୁକ୍ତ ଗିରଫ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସାଇବର ଠକେଇ ପାଇଁ ଚାଲିଥିବା ଅପରେଶନ କବଚକୁ ଜୋରଦାର କରିଛି। ବୁଧବାର ଜିଲା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରଥିଲା। ଗୁରୁବାର…

ଅଭିନେତ୍ରୀ ନିକିତା ହତ୍ୟା ମାମଲା: ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ

କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri