Posted inଜାତୀୟ

ଭଗବାନ୍‌ଙ୍କ ଉପରେ ପ୍ରତିଶୋଧ ପାଇଁ ଚୋରି

ଦୁର୍ଗ,୧ା୯: ପ୍ରାୟ ୧୨ ବର୍ଷ ଧରି ଛତିଶଗଡ଼ର ଦୁର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକର ଦାନବାକ୍ସରୁ ଟଙ୍କା ଗାଏବ ହୋଇଯାଉଥିଲା। ତାଲା ଭାଙ୍ଗି ଦାନ ବାକ୍ସଗୁଡିକରୁ ଟଙ୍କା ଚୋରି ହେଉଥିଲା। ଶନିବାର ଦୁର୍ଗ ପୋଲିସ ୟଶଓ୍ବନ୍ତ ଉପାଧ୍ୟାୟ (୪୫) ନାମକ ଜଣେ ଏଚ୍‌ଆଇଭି ପଜିଟିଭ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ସେ ଦୋଷ ସ୍ବୀକାର କରିଛନ୍ତି। ତାଙ୍କୁ ଏଚ୍‌ଆଇଭି ସଂକ୍ରମଣ ହୋଇଥିବାରୁ ଏଥିପାଇଁ ସେ ଭଗବାନ୍‌ଙ୍କୁ ଦାୟୀ କରିଛନ୍ତି। ଭଗବାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ୧୨ ବର୍ଷ ହେବ ବିଭିନ୍ନ ମନ୍ଦିରର ଦାନବାକ୍ସରୁ ଟଙ୍କା ଚୋରାଉଥିଲେ ବୋଲି ୟଶଓ୍ବନ୍ତ କହିଛନ୍ତି। ୨୦୧୨ରେ ଏକ ମାର୍‌ପିଟ ମାମଲାରେ ଜେଲରେ ଥିବା ସମୟରେ ସେ ଏଚ୍‌ଆଇଭି ଆକ୍ରାନ୍ତ ହୋଇଥିଲେ। ଏହାପରେ ଧର୍ମ ଏବଂ ଈଶ୍ୱରଙ୍କ ଉପରୁ ତାଙ୍କର ଭରସା ଉଠିଯାଇଥିଲା। ଏଚ୍‌ଆଇଭି ସଂକ୍ରମଣକୁ ସେ ଭଗବାନଙ୍କ ଖେଳ ବୋଲି ବିବେଚନା କରି ଈଶ୍ୱରଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ ଏବଂ ୨୦୧୩ରେ ପ୍ରଥମ ଥର ପାଇଁ ମନ୍ଦିରରେ ଚୋରି କରିଥିଲେ। ପୋଲିସ ସୂଚନା ଅନୁଯାୟୀ, ୟଶଓ୍ବନ୍ତ ଦୁର୍ଗ ଓ ଏହାର ଆଖପାଖ ମନ୍ଦିରରେ ଅତି କମ୍‌ରେ ୧୦ଟି ଚୋରି କରିଥିବାର ସ୍ବୀକାର କରିଛନ୍ତି। ତେବେ ସେ ଆହୁରି ଅଧିକ ଚୋରି କରିଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି। ପ୍ରତ୍ୟେକ ଥର ସେ ସମାନ ଶୈଳୀରେ ଚୋରି କରୁଥିଲେ। ସେ ଦାନବାକ୍ସ ମଧ୍ୟରୁ କେବଳ ନଗଦ ଟଙ୍କା ଚୋରି କରୁଥିଲେ ଏବଂ ଅଳଙ୍କାରଗୁଡ଼ିକୁ ହାତ ମାରୁ ନ ଥିଲେ। ପ୍ରତ୍ୟେକ ଥର ଚୋରି ପୂର୍ବରୁ ଏବଂ ପରେ ସେ ପୋଷାକ ପରିବର୍ତ୍ତନ କରୁଥିଲେ, ଯାହାଦ୍ୱାରା ସିସିଟିଭି କ୍ୟାମେରାରେ ତାଙ୍କୁ ଚିହ୍ନିଟ କରାଯାଇ ପାରୁ ନ ଥିଲା। ସେହିପରି ସେ ସବୁବେଳେ ନିଜ ସ୍କୁଟିକୁ ମନ୍ଦିରଠାରୁ ବହୁ ଦୂରରେ ପାର୍କିଂ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri