ରେଲଓ୍ବେ ସାମଗ୍ରୀ ଚୋରି, ୩ ଗିରଫ

କଟକ,୧୨ା୩ (କାର୍ତ୍ତିକ ସାହୁ) ରେଲଓ୍ବେ ସାମଗ୍ରୀ ଚୋରି ଅଭିଯୋଗରେ କଟକ ଆର୍‌ପିଏଫ୍‌ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣର ଚୋରି ରେଲଓ୍ବେ ସାମଗ୍ରୀ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନେ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ ବଡ଼ପାଲିର ରାଜକିଶୋର ବାରିକ(୩୫), ବଡ଼ଚଣା ଥାନା ଅନ୍ତର୍ଗତ ଚମ୍ପାସାହିର ସନ୍ତୋଷ ବେହେରା(୪୫) ଓ ଭଣ୍ଡାରୀପୋଖରୀ ମଣିନାଥ ପୁରର ଗିରିଧାରୀ ଥାଟୋଇ(୩୫)। ଅଭିଯୁକ୍ତମାନେ କଟକ-ବାରଙ୍ଗ ସେକ୍ସନ ଅଞ୍ଚଳରୁ ବେଆଇନ ଭାବେ ବହୁ ପରିମାଣର ରେଲଓ୍ବେ ସାମଗ୍ରୀ ଚୋରି କରିଥିବା ସ୍ବୀକାର କରିଛନ୍ତି। ଏନେଇ କେସ୍‌ ନଂ ୫/୨୦୨୪ ରୁଜୁ କରାଯାଇଛି।