ପରିତ୍ୟକ୍ତ ଖଣିରୁ ଖଣିଜ ଚୋରି

ଯୋଡ଼ା,୧୭ା୧୦(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗଠାରେ ଥିବା ଏକ ପରିତ୍ୟକ୍ତ ଖଣିରୁ ବିପୁଳ ପରିମାଣର ଲୁହାପଥର ଚୋରି ହୋଇଛି। ମେଶିନ ଯୋଗେ ହଜାର ହଜାର ମେଟ୍ରିକ୍‌ ଟନ୍‌ ଖଣିଜ ଖୋଳି ଚୋରି ହୋଇଥିଲେ ସୁଦ୍ଧା ଖଣି ବିଭାଗ ନିକଟରେ କୌଣସି ଖବର ନ ଥିବା କୁହାଯାଉଛି। ଉକ୍ତ ଅଞ୍ଚଳରେ ଏବେ ଖଣିଜ ଖାତ ସୃଷ୍ଟି ହୋଇଥିବାବେଳେ ବଡ଼ ବଡ଼ ଲୁହାପଥର ବୋଲ୍ଡର ମଧ୍ୟ ପଡ଼ିରହିଛି। ଏହି ଖଣିଜ ଚୋରା ଚାଲାଣ ସମ୍ପର୍କରେ ରାଜସ୍ବ ବିଭାଗ ଅବଗତ ଥିବା ସହ କେବଳ ମାଟି ଉଠାଣ ଚାଲାଣ ଅଭିଯୋଗରେ ଜରିମାନା ଆଦାୟ କରି ଖଣିଜ ଉତ୍ତୋଳନକାରୀଙ୍କୁ ଛାଡ଼ି ଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଏହି ପରିତ୍ୟକ୍ତ ଖଣି ଅଞ୍ଚଳ ନିକଟରେ ଏକ ବୃହତ୍‌ ଖଣି ରହିଥିଲେ ସୁଦ୍ଧା, ଏହି ବ୍ୟାପକ ଚୋରି ସମ୍ପର୍କରେ ଖଣି ବିଭାଗର ନଜର କିପରି ପଡ଼ିଲା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ମୁତାବକ, ଉକ୍ତ ପରିତ୍ୟକ୍ତ ଖଣିଟି ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ନିକଟସ୍ଥ ରେଳ ଧାରଣା ନିକଟରେ ରହିଛି। ଉକ୍ତ ଖଣିର ଲିଜ୍‌ ଅବଧି ୨୦୨୦ ପୂର୍ବରୁ ଶେଷ ହୋଇଥିବାରୁ ତାହା ଏବେ ସରକାରଙ୍କ ଅକ୍ତିଆରରେ ରହିଛି। ୨୦୨୦ରେ ହୋଇଥିବା ଏକାଧିକ ବୃହତ୍‌ ଖଣିକୁ ଶତକଡ଼ା ଶହେ ପ୍ରତିଶତରୁ ଅଧିକ ପ୍ରିମିୟମ ଦେଇ କିଛି ବଡ଼ ବଡ଼ କମ୍ପାନୀ ହାତେଇଛନ୍ତି। ଅପରପକ୍ଷରେ କେତକ ଖଣି ମାଲିକ ସୁପ୍ରିମକୋର୍ଟଙ୍କ ଦ୍ୱାରା ହୋଇଥିବା ଏମ୍‌ଏମ୍‌ ଡିଆର ଆକ୍ଟ ୨୧(୫) ଅନୁଯାୟୀ ନିର୍ଦ୍ଧାରିତ ଜରିମାନା ପୈଠ ନ କରିବାରୁ ଏକାଧିକ ଖଣି ବନ୍ଦ ମଧ୍ୟ ରହିଛି। ନିୟମଅନୁସାରେ ବନ୍ଦ ଖଣିଗୁଡ଼ିକ ଖଣି ବିଭାଗର ଦାୟିତ୍ୱରେ ରହିବା ଉଚିତ୍‌ ଏବଂ ଯେଉଁ ଖଣିର ଲିଜ୍‌ ସରେଣ୍ଡର ହୋଇ ନାହିଁ, ତାହାର ଉତ୍ତରଦାୟିତ୍ୱ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ନିକଟରେ ରହିଥାଏ। ପରିତ୍ୟକ୍ତ ବନ୍ଦ ଖଣିଗୁଡ଼ିକ ଉପରେ ଉଭୟ ଖଣି ବିଭାଗ ଓ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହା ଖଣିଜ ଚୋରଙ୍କ ଚୋରାଭୂଇଁ ପାଲଟିଛି। ଜଜାଙ୍ଗ ସ୍ଥିତ ବନ୍ଦ ପଡ଼ିଥିବା ପରିତ୍ୟକ୍ତ ଖଣିରେ ମେଶିିନ ଲଗାଇ ବଡ଼ ବଡ଼ ଟ୍ରେଞ୍ଚ ଖୋଳି ହଜାର ହଜାର ମେଟ୍ରିକ୍‌ ଟନ ଖଣିଜ (ଲୁହାପଥର) ଚାଲାଣ ହୋଇଯାଇଛି। ଖନନ ଏପରି ଭାବେ ହୋଇଛି ଯେ, ସେଠାରେ ଏକ ପ୍ରକାର କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବହୁ ବିଳମ୍ବରେ ହେଲେ ବି ରାଜସ୍ବ ବିଭାଗ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ରାଜସ୍ବ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ପ୍ରାୟ ୩୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଛି। ସରକାରୀ ହିସାବରେ ପ୍ରତି କ୍ୟୁବିକ୍‌ ଫୁଟ୍‌ ମାଟିର ମୂଲ୍ୟ ପ୍ରାୟ ୩୫ ଟଙ୍କା। ଏକ ମେଟ୍ରିକ ଟନ୍‌ ଲୁହାପଥରର ମୂଲ୍ୟ ସର୍ବନିମ୍ନ ୨ ହଜାର ଟଙ୍କା। ଚୋରି ହୋଇଥିବା ଖଣିଜକୁ ଯଦି ସରକାରୀ ଭାବେ ହିସାବ କରାଯାଏ, ତେବେ ତାହା ଆଦାୟ ହୋଇଥିବା ଜରିମାନାଠାରୁ ବହୁ ଗୁଣ ହେବ ବୋଲି ଖଣି ବିଷାରଦ ମତ ଦେଉଛନ୍ତି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ଏହି ଖନନ ଅଞ୍ଚଳର ମାଲିକାନା କାହାର, ହାନୀ ହୋଇଥିବା ରାଜସ୍ବ ପରିମାଣ, ଖଣିଜ ପଦାର୍ଥରୁ ରାଜସ୍ବ ବିଭାଗ କିପରି ଜରିମାନା ଆଦାୟ କଲା ସେସବୁର ପର୍ଦ୍ଦାଫାଶ ହୋଇପାରିବ ବୋଲି ସାଧାରଣରେ ଦାବି ହୋଇଛି। ଏ ନେଇ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦୀନେଶ ଅଗ୍ରୱାଲ୍‌ କହିଛନ୍ତି ଯେ, ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଯଦି ଉକ୍ତ ଖଣିରୁ ଖଣିଜ ଚାଲାଣ ହୋଇଛି, ଏହାର ଆପଣ ପ୍ରମାଣ ଦିଅନ୍ତୁ। ଯଦି ଏ ସମ୍ପର୍କରେ ଆପଣ ଜାଣିଥିଲେ ତା’ ହେଲେ ଆଗରୁ ଖବର ଦେଲେ ନାହିଁ କାହିଁକି ବୋଲି ଓଲଟା ପ୍ରଶ୍ନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ କହିଥିଲେ ଯେ, ରାଜସ୍ବ ବିଭାଗରୁ ସେ ଜାଣିଛନ୍ତି। ଖଣି ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରିଛନ୍ତି। ସେଠାରେ କୌଣସି ଖଣିଜ ପଦାର୍ଥ ନାହିଁ। ଏହା ଖଣି ଲିଜ୍‌ ପରିସୀମା ବାହାରେ ହୋଇଛି ବୋଲି ଅଗ୍ରଓ୍ବାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

ବିଜେଡିର ବଡ଼ ନିଷ୍ପତ୍ତି: ୧୩ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କଟକ,୯ା୨(ଶିଳ୍ପା ପ୍ରିୟଦର୍ଶିନୀ): ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୧୩ ତାରିଖ ପୂର୍ୱାହ୍ନ ୧୦ଟାରେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ଦୋଳମୁଣ୍ଡାଇସ୍ଥିତ କଟକ ଜିଲା ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri