[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]
ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଗୁରୁଦ୍ୱାରା ଛକ-ରେଲ ଷ୍ଟେଶନ ରୋଡ୍ ପାର୍ଶ୍ୱରେ ରହିଥିବା ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟରୁ ଦୁଗ୍ଧ (କ୍ଷୀର) ଚୋରି ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଗ୍ରାମାଞ୍ଚଳ ଥାନା ତୋରା ଆମ୍ବପଡ଼ାର ସରୋଜ ସୁନା(୨୫), କାହ୍ନା କାଲସାଇ(୨୩), ବିହାର ରାଜ୍ୟ ଛାପ୍ରା ଜିଲା ରୁସୁଲପୁର ଥାନା ଲକଡଚାପଡ଼ାର ମୂଳ ବାସନ୍ଦା ତଥା ବରଗଡ଼ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟରେ ରହୁଥିବା ସୁଜିତ ସିଂ(୩୩) ଏବଂ ବିହାର ରାଜ୍ୟ ସିବାଙ୍ଗ ଜିଲା ଡାରୁଙ୍ଗା ଥାନା ଚକ୍ରି ଗ୍ରାମର ମୂଳ ବାସିନ୍ଦା ତଥା ବରଗଡ଼ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟର ସୁରକ୍ଷାକର୍ମୀ ଜିତେନ୍ଦ୍ର ସିଂ(୫୨)। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ସରୋଜ ଉକ୍ତ ପ୍ଲାଣ୍ଟରେ ପୂର୍ବରୁ କାର୍ଯ୍ୟ କରୁଥିବାବେଳେ ଅନ୍ୟ ୩ ଅଭିଯୁକ୍ତ ଏବେ ପ୍ଲାଣ୍ଟରେ କାର୍ଯ୍ୟରତ ଥିଲେ। ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୯୯/୨୫) ରୁଜୁ କରିଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରି ପୋଲିସ ଅଧିକ ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଉକ୍ତ ପ୍ଲାଣ୍ଟରୁ ଗତ ମାସ ୨୭ତାରିଖରେ ୪ଟି କେନରେ ରହିଥିବା ୧୬୦ଲିଟର କ୍ଷୀର ଚୋରି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ଉକ୍ତ ଅଭିଯୁକ୍ତମାନେ ତାହା ଚୋରି କରିଥିବା ଜଣାପଡିଥିଲା। ଏ ନେଇ ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।