କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଉତୁକୁଡା ଗାଁରେ। ଉକ୍ତ ଗ୍ରାମର ରଞ୍ଜିତ ନାୟକଙ୍କ ପୋଷା କୁକୁରକୁ ନିଶା ଦେଇ ଘରୁ ଚୋରି କରାଯାଇଥିବା ନେଇ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।
   ରଞ୍ଜିତ କରିଥିବା ଅଭିଯୋଗ ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତାଙ୍କ ପରିବାର ଲୋକେ ଶୋଇବା ପରେ ଚୋରମାନେ ରଡ୍‌ ମାଧ୍ୟମରେ ଘରର କବାଟ ତାଡ଼ି ଭିତରେ ପଶିଥିଲେ। ଚୋରମାନେ ତାଙ୍କ ପୋଷା କୁକୁରକୁ ନିଶା ଦେଇ ସଂଜ୍ଞାହୀନ କରି ଦେଇଥିଲେ। ରବିବାର ସକାଳେ କୁକୁର ଚେତାଶୂନ୍ୟ ହୋଇ ପଡ଼ି ରହିଥିବା ସେମାନେ ଦେଖିବାକୁ ପାଇଥିଲେ।
ଚୋରମାନେ ବାକ୍ସ ଟେକି ନେଇ ସେଥିରେ ଥିବା ସୁନା କାନଫୁଲ, ଚୁଡ୍‌, ପଟି, ହାର, ମୁଦି ଅଳଙ୍କାର ସହ ମହିଳା ମଣ୍ଡଳରେ ଡିପୋଜିଟ ଟଙ୍କା, ଏଲ୍‌ ଆଣ୍ଡ୍‌ ଟି ମଣ୍ଡଳରୁ ଆଣିଥିବା ୬୫ ହଜାର ଲୋନ୍‌ ଟଙ୍କା ଏମିତି ୩ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଚୋରି କରି ନେଇଛନ୍ତି। ଜିନିଷପତ୍ର ନେଇଯାଇ ବାକ୍ସ ବାହାରେ ଫିଙ୍ଗି ଦେଇଛନ୍ତି। ରଞ୍ଜିତ ଜଣେ ରାଜମିସ୍ତ୍ରି ଭାବେ କାମ କରିବା ସହ ଘର ପାଖରେ ଛୋଟ ଦୋକାନ କରି ଚଳୁଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Enter your email to get our daily news in your inbox.

All Right Reserved By Dharitri.Com

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ,୨୯ା୬: ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri