ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଚୋରି: କର୍ମଚାରୀ ସମ୍ପୃକ୍ତି ସନ୍ଦେହ

ବ୍ରହ୍ମପୁର ଅଫିସ,୧୪ା୧୦: ବୈଦ୍ୟନାଥପୁର ଥାନା ଅଧୀନ ଗଜପତିନଗର ୯ମ ଗଳିରେ ଥିବା ଏକ ଗୋଦାମରୁ ଲକ୍ଷାଧିକ ଟଙ୍କାର ସ୍ମାର୍ଟ ବିଦ୍ୟୁତ ମିଟର ପାଇଁ ଥିବା ବିଭିନ୍ନ ସରଞ୍ଜାମ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୋଦାମରେ କାମ କରୁଥିବା କେତେଜଣ କର୍ମଚାରୀ ଚୋରି କରିଥିବା ପୋଲିସ ସନ୍ଦେହ କରୁଛି। ସିସିଟିଭି ଫୁଟେଜ ଆଧାରରେ ଏହାର ତଦନ୍ତ ଚାଲିଥିବା ପୋଲିସ କହିଛି।

ହଳଦିଆପଦର ବଡ଼ସାହିର କାହ୍ନା ମହାରଣା ଟାଟା ପାୱାର ତରଫରୁ ସହରରେ ସ୍ମାର୍ଟ ମିଟର ଲଗାଇବା ପାଇଁ ଗଜପତିନଗରରେ ଏକ ଗୋଦାମ କରିଛନ୍ତି। ଗୋଦାମ କିଛିଦିନ ପାଇଁ ବନ୍ଦ ରହିଥିଲା। ଗତ ୬ ତାରିଖ ପୂର୍ବାହ୍ନରେ ଜଣେ କର୍ମଚାରୀ ଗୋଦାମ ଖୋଲିବାକୁ ଯାଇଥିବା ବେଳେ ସଟର ତାଲା ଭାଙ୍ଗିଥିବା ଦେଖି ମାଲିକ କାହ୍ନାଙ୍କୁ ଜଣାଇଥିଲେ। ପରେ ସେ ସେଠାରେ ପହଞ୍ଚି ଗୋଦାମରୁ ଗୋଟିଏ ସିଏମ୍‌ଆର୍‌ ମେଶିନ୍‌, ୬ଟି ଏନଆଇସି କାର୍ଡ, ୩ଟି ପୁରୁଣା ଏନ୍‌ଆଇସି କାର୍ଡ, ୧୦୦ଟି ସ୍ମାର୍ଟ ମିଟର ପାଇଁ ବ୍ୟବହୃତ ହେବାକୁ ଥିବା ସିଲ୍‌ ଚୋରି ହୋଇଥିବା ଦେଖିଥିଲେ। ଏନେଇ ଥାନାରେ ତାଙ୍କ ଏତଲା ପ୍ରକାରେ ନଂ.୩୫୫/୨୨ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ପୂଜାର୍ଚ୍ଚନା

କେନ୍ଦୁଝର,୭ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ବଉଳମାଳ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ବର୍ଷା ହୋଇ ନ ଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତିା ଫଳରେ ଲୋକେ ବର୍ଷା...

ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ

କପ୍ତିପଦା,୩୦।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ୍‌ ପୋଡ଼ାଡିହା ବନଖଣ୍ଡ ଅଧୀନ ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତର ମନୋରମ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରିଥାଏ। ଶିମିଳିପାଳର ଜୈବବିବିଧତା,...

ଇଣ୍ଡିଆନ ବ୍ୟାଙ୍କରେ ଅଗ୍ନିକାଣ୍ଡ

ବୁଗୁଡ଼ା,୭ା୧(ଡି.ଏନ୍‌.ଏ.)- ବୁଗୁଡ଼ା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଶର୍ଟସର୍କିଟରୁ ନିଅଁା ଲାଗି ୪ ଲକ୍ଷ ଟଙ୍କାର ଏକ ଜେନେରେଟର ଜଳି...

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ...

ଆଜି ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ,୨୧ା୧୦: ବଲାଙ୍ଗୀର ବନ୍ଦ ଡାକରା ପରେ ଗୁରୁବାର ସକାଳୁ ଭାଜପା ପକ୍ଷରୁ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରାଯାଇଛି। ଜିଲାପାଳ କାର୍ଯ୍ୟାଳୟ, ସିଭିଲ କୋର୍ଟ,...

୩ ବାର୍‌ହା ଶିକାରୀ ଗିରଫ, ମାଂସ ଜବତ

କେନ୍ଦୁଝର,୧ା୧୧(ସ୍ବ.ପ୍ର.): ତେଲକୋଇ ବନାଞ୍ଚଳ ସମାକୋଇ ରିଜର୍ଭ ଜଙ୍ଗଲରେ ବାର୍‌ହା ଶିକାର ଜାରି ରହିଥିବାରୁ ବନ୍ୟପ୍ରାଣୀ ସୁରକ୍ଷାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ହୋଇଛି। ବିଦ୍ୟୁତତାର ଟାଣି...

ଗାଁ ମଣ୍ଡପରେ ବୃଦ୍ଧଙ୍କ ଗଳା କାଟି ହତ୍ୟା

ପାଟପୁର,୫ା୮- ଗଞ୍ଜାମ ଜିଲା ପାଟପୁର ଥାନା ପ୍ରତାପଗିରି ଗ୍ରାମ କୋଠଘର ମଣ୍ଡପରୁ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ...

ସମାଜିକ ଦୂରତା ରଖି ରାସ୍ତାରୋକୋ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ୍‌ ଖିଣ୍ଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଏହାକୁ ନେଇ ସ୍ଥାନୀୟ ମହିଳମାନେ ଗ୍ରାମ୍ୟ ରାସ୍ତା ଅବରୋଧ କରିଥିଲେ।...

Advertisement
Archives

Model This Week