ସାବରଙ୍ଗ,୮।୩ (କାଳିପଦ ରାୟ): ବାସୁଦେବପୁର ଥାନା ଅଧୀନ ଭୈରବପୁର ଠେକିପଦା ଗ୍ରାମର ଲଷ୍ମୀନାରାୟଣ ମନ୍ଦିର, ହନୁମାନ ମନ୍ଦିର, ହନୁମାନ ବାଟିକାର, ଶ୍ରୀରାମ ମନ୍ଦିର, ତାଲା ଓ ହୁଣ୍ଡି ଭାଙ୍ଗି ଶୁକ୍ରବାର ରାତିରେ ଚୋରି ହୋଇଛି। ଦୁବୃର୍ତ୍ତମାନେ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ସମସ୍ତ ସୁନା ଓ ରୁପା ଅଳଙ୍କାର ଚୋରି କରିନେଇଥିବା ସୂଚନା ମିଳିଛି। ବସୁଦେପୁର ଥାନାଧିକାରୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


