ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ଯୋଗଦେଲେ ଦୀପକ ମିଶ୍ର: ଖେଳିଗଲା ଖୁସିର ମାହୋଲ

ପୁରୁଷୋତ୍ତମପୁର,୮।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ଡା ଦୀପକ କୁମାର ମିଶ୍ର ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ଭୂବନେଶ୍ବର ସ୍ପେସାଲ ବ୍ରାଞ୍ଚରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ଓ ନିଶା କାରବାରକୁ କଦାପି ବରଖାସ୍ତ କରାଯିବନାହିଁ । ପୋଲିସ ଲୋକଙ୍କ ବନ୍ଧୁ ଏଣୁ ଲୋକଙ୍କୁ ସମ୍ମାନ ଦେବା ଓ ଉପଯୁକ୍ତ ନ୍ୟାୟପ୍ରଦାନ କରିବା ପ୍ରଥମ କର୍ତ୍ତବ୍ୟ । ସବଡିଭିଜନରେ ରହିଥିବା କୋଦଳା, ପୋଲସରା, କବିସୂର୍ଯ୍ୟନଗର, ବେଗୁନିଆପଡା ଓ ପୁରୁଷୋତ୍ତମପୁର ପାଞ୍ଚଗୋଟି ଥାନା ଅଞ୍ଚଳରେ ଶାନ୍ତି ବଜାୟ ରଖିଥିବା ସହ ରହିଥିବା ଅପରାଧି, ନିଶା କାରବାର, ମାଫିଆମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା ସହ ସମସ୍ତ ଗ୍ରାମକୁ ଅପରାଧ ମୁକ୍ତକରି ଭାଇଚାରା ସୃଷ୍ଟି କରିବା ପ୍ରଥମ ଲକ୍ଷ୍ୟ ରହିଛି।

ଏଥିସହ ବରିଷ୍ଠ ନାଗରିକ, ଶିଶୁ ଓ ମହିଳାଙ୍କ ସମେତ ସମସ୍ତ ଜନସାଧାରଣଙ୍କୁ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ନେବାର କହି ଅଞ୍ଚଳବାସୀଙ୍କ ସହଯୋଗ ଲୋଡିଛନ୍ତି। ଏପରିକି ସେ ପୂର୍ବରୁ ୨୬.୧୦.୨୦୦୮ରୁ ୧୦.୬.୨୦୦୯ ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ଥାନା ଅଧିକାରୀ ଭାବେ ରହିଥିବା ସମୟରେ ଲୋକଙ୍କ ନିକଟତରହୋଇ ଉପଯୁକ୍ତ ନ୍ୟାୟ ଓ ସୁରକ୍ଷାଦେବା ସହ ଅପରାଧୀ ଓ ନିଶା ବେପାରୀଙ୍କୁ ଦମନ କରିଥିବା ବେଳେ ଭୂତସରସିଙ୍ଗି-କୋଦଳା-ବୁଢାମ୍ବ ରାସ୍ତାରେ ଅପରାଧୀଙ୍କ ଦୌରାତ୍ମରୁ ଦିନ ଦ୍ୱିପହରରେ ଲୋକେ ଯାତାୟତ କରିପାରୁ ନ ଥିଲେ ଏହାକୁ ନେଇ ସେତେବେଳେ ସେହି ଅପରାଧି ଗ୍ୟାଙ୍ଗକୁ ଦମନକରି ରାସ୍ତାରେ ପୋଲିସର ସୁରକ୍ଷାଦେଇ ସମ୍ପୂର୍ଣ୍ଣ ରାସ୍ତାକୁ ଅପରାଧ ମୂକ୍ତକରି ଏଠାରେ ଚର୍ଚ୍ଚାକୁ ଆସିଥିଲେ। ଯାହା ଆଜି ପର୍ଯ୍ୟନ୍ତ ସେହି କାର୍ଯ୍ୟକୁ ଲୋକେ ଭୂଲି ପାରିନାହାନ୍ତି।

ଦୀର୍ଘ ୧୬ ବର୍ଷପରେ ସେ ପୁଣି ଫେରିଆସିଥିବାରୁ ପୂର୍ବରୁ କରିଯାଇଥିବା ସେହି କାର୍ଯ୍ୟମାନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରି ଦେଖାଦେବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହାସହ ପୁଣି ମହାବଳ ଫେରିଲା ବୋଲି ଲୋକେ କହିବାରେ ଲାଗିଛନ୍ତି। ଏଠାରେ ଥିବା ଏସଡିପିଓ ରଜନିକାନ୍ତ ସାମଲଙ୍କ ଭୂବନେଶ୍ବର କମିଶନରେଟ ପୋଲିସର କଟକ କ୍ରାଇମଏସିପି ଭାବେ ବଦଳି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?